ଏ. ରାଜାଙ୍କ ବିରୋଧରେ ଶୁଣାଣି ହେବ

ନୂଆଦିଲ୍ଲୀ,୨୩।୩ (ପି.ଟି.): ୨ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ. ରାଜା ଓ ଅନ୍ୟମାନଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ତଦନ୍ତକାରୀ ସଂସ୍ଥାର ଅପିଲ୍‌କୁ ଶୁଣାଣି ପାଇଁ ହାଇକୋର୍ଟ ଶୁକ୍ରବାର ଗ୍ରହଣ କରିଛନ୍ତି। ରେକର୍ଡରେ ଥିବା ତଥ୍ୟ ଏବଂ ପକ୍ଷମାନଙ୍କ ଓକିଲ ଦାଖଲ କରିଥିବା ତଥ୍ୟପ୍ରମାଣ ଆଧାରରେ ସିବିଆଇ ପୂର୍ବ ରାୟର ସମୀକ୍ଷା ପାଇଁ ଆବେଦନ କରିଛି। ଏଥିପାଇଁ ସବିଶେଷ ଶୁଣାଣିର ଆବଶ୍ୟକତା ଥିବା ଜଷ୍ଟିସ୍‌ ଦିନେଶ […] The post ଏ. ରାଜାଙ୍କ ବିରୋଧରେ ଶୁଣାଣି ହେବ appeared first on Dharitri Odia News.

ଏ. ରାଜାଙ୍କ ବିରୋଧରେ ଶୁଣାଣି ହେବ

ନୂଆଦିଲ୍ଲୀ,୨୩।୩ (ପି.ଟି.): ୨ଜି ସ୍ପେକ୍ଟ୍ରମ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ ଟେଲିକମ୍‌ ମନ୍ତ୍ରୀ ଏ. ରାଜା ଓ ଅନ୍ୟମାନଙ୍କୁ ଦୋଷମୁକ୍ତ କରାଯିବା ରାୟକୁ ସିବିଆଇ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ତଦନ୍ତକାରୀ ସଂସ୍ଥାର ଅପିଲ୍‌କୁ ଶୁଣାଣି ପାଇଁ ହାଇକୋର୍ଟ ଶୁକ୍ରବାର ଗ୍ରହଣ କରିଛନ୍ତି। ରେକର୍ଡରେ ଥିବା ତଥ୍ୟ ଏବଂ ପକ୍ଷମାନଙ୍କ ଓକିଲ ଦାଖଲ କରିଥିବା ତଥ୍ୟପ୍ରମାଣ ଆଧାରରେ ସିବିଆଇ ପୂର୍ବ ରାୟର ସମୀକ୍ଷା ପାଇଁ ଆବେଦନ କରିଛି। ଏଥିପାଇଁ ସବିଶେଷ ଶୁଣାଣିର ଆବଶ୍ୟକତା ଥିବା ଜଷ୍ଟିସ୍‌ ଦିନେଶ କୁମାର ଶର୍ମା କହିଛନ୍ତି। ମେ’ ମାସରେ ପିଟିଶନ୍‌ର ଶୁଣାଣି ହେବ ବୋଲି ବିଚାରପତି କହିଛନ୍ତି। ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୨୧ରେ ସ୍ବତନ୍ତ୍ର ଅଦାଲତ ୨ଜି ମାମଲାରେ ରାଜାଙ୍କ ସମେତ ଡିଏମ୍‌କେ ଏମ୍‌ପି କାନିମୋଝି ଓ ଅନ୍ୟମାନଙ୍କୁ ଦୋଷମୁକ୍ତ କରିଥିଲେ। ୨୦୧୮ ମାର୍ଚ୍ଚ ୧୯ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଦିନକ ପରେ ସିବିଆଇ ସ୍ବତନ୍ତ୍ର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। ୬ ବର୍ଷ ପରେ ଉକ୍ତ ଅପିଲ୍‌କୁ ହାଇକୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି।

The post ଏ. ରାଜାଙ୍କ ବିରୋଧରେ ଶୁଣାଣି ହେବ appeared first on Dharitri Odia News.