ଧୂମଧାମ୍ରେ ୭୮ତମ ସ୍ବାଧୀନତା ଦିବସ ପାଳିତ
କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଜବାହର ଉଚ୍ଚ ବିଦ୍ୟାପୀଠ(କ)ପରିସରରେ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ଗୁରୁବାର ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାପୀଠର ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ସାହୁ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ବିଦ୍ୟାପୀଠ ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ ସ୍ବାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ। ବିଦ୍ୟାପୀଠର ସମସ୍ତ ଛାତ୍ରୀଛାତ୍ରମାନେ ଉକ୍ତ ବିଦ୍ୟାପୀଠରୁ ରେଳ ଷ୍ଟେଶନ ଯାଏ ପରିକ୍ରମା କରିଥିଲେ। ସହ ଶିକ୍ଷକ ମନୋଜ କର, […] The post ଧୂମଧାମ୍ରେ ୭୮ତମ ସ୍ବାଧୀନତା ଦିବସ ପାଳିତ appeared first on Dharitri Odia News.
କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଜବାହର ଉଚ୍ଚ ବିଦ୍ୟାପୀଠ(କ)ପରିସରରେ ୭୮ତମ ସ୍ବାଧୀନତା ଦିବସ ମହା ସମାରୋହରେ ଗୁରୁବାର ପାଳିତ ହୋଇ ଯାଇଛି। ଏଥିରେ ବିଦ୍ୟାପୀଠର ବରିଷ୍ଠ ସଦସ୍ୟ ସଂକୀର୍ତ୍ତନ ସାହୁ ପତାକା ଉତ୍ତୋଳନ କରିଥିଲେ। ଉକ୍ତ ବିଦ୍ୟାପୀଠ ଶିକ୍ଷା କମିଟିର ସଭାପତି ଗୋପାଳ ସାହୁ ସ୍ବାଧୀନତା ଦିବସ ଉପରେ ଆଲୋକପାତ କରିଥିଲେ। ବିଦ୍ୟାପୀଠର ସମସ୍ତ ଛାତ୍ରୀଛାତ୍ରମାନେ ଉକ୍ତ ବିଦ୍ୟାପୀଠରୁ ରେଳ ଷ୍ଟେଶନ ଯାଏ ପରିକ୍ରମା କରିଥିଲେ। ସହ ଶିକ୍ଷକ ମନୋଜ କର, ପିତବାସ ସାହୁ ଖେଳ ଶିକ୍ଷକ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ସହ ଯୋଗ କରିଥିଲେ। ପ୍ରଧାନଶିକ୍ଷକ ବୁଦ୍ଧଦେବ ପୋଢ଼ ମଞ୍ଚ ପରିଚାଳନା କରିଥିଲେ।
The post ଧୂମଧାମ୍ରେ ୭୮ତମ ସ୍ବାଧୀନତା ଦିବସ ପାଳିତ appeared first on Dharitri Odia News.