ଏଆଇ କ୍ୟାମେରା ଜଗିବ ବିଏସ୍‌‌ଏବିଟି ସର୍ଭିସ୍‌‌ ରୋଡ୍‌‌, ଖଣ୍ଡଗିରିରୁ ଫାୟାରଷ୍ଟେସନ ୩ କିମି ଉପରେ କଡ଼ା ନଜର

ଭୁବନେଶ୍ୱର : ‘ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ୍‌‌’ (ବିଏସ୍‌‌ଏବିଟି) ସନ୍ନିକଟ ଏନ୍‌‌ଏଚ୍‌‌-୧୬ ସର୍ଭିସ୍‌‌ ରୋଡ୍‌‌ରେ ଖଣ୍ଡଗିରିରୁ ଫାୟାର୍‌‌ଷ୍ଟେସନ ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା(ଏଆଇ) ଯୁକ୍ତ କ୍ୟାମେରା ଲଗାଯିବ।ବସ୍‌‌ଗୁଡ଼ିକର ଯାତାୟାତକୁ ସହଜ ଓ ରାସ୍ତାରେ ବେଆଇନ ପାର୍କିଂ ରୋକିବାକୁ ବିଡିଏ ଏହି କ୍ୟାମେରା ଲଗାଇବା ପାଇଁ ଯୋଜନା କରିଛି। ଏଥିସହ ଉଚ୍ଚକ୍ଷମତା ସମ୍ପନ୍ନ ମାଇକ ମଧ୍ୟ ଲଗାଯିବ। ଫଳରେ ଯେଉଁ ବସ୍‌‌, ଅଟୋ ବେଆଇନ ଭାବେ ରାସ୍ତା ମଝିରେ ଗାଡ଼ି ରଖିବ ଏଆଇ କ୍ୟାମେରା ତୁରନ୍ତ ତାହାକୁ ଚିହ୍ନଟ […]

ଏଆଇ କ୍ୟାମେରା ଜଗିବ ବିଏସ୍‌‌ଏବିଟି ସର୍ଭିସ୍‌‌ ରୋଡ୍‌‌, ଖଣ୍ଡଗିରିରୁ ଫାୟାରଷ୍ଟେସନ ୩ କିମି ଉପରେ କଡ଼ା ନଜର
AI cameras will guard BSABT service roads

ଭୁବନେଶ୍ୱର : ‘ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ୍‌‌’ (ବିଏସ୍‌‌ଏବିଟି) ସନ୍ନିକଟ ଏନ୍‌‌ଏଚ୍‌‌-୧୬ ସର୍ଭିସ୍‌‌ ରୋଡ୍‌‌ରେ ଖଣ୍ଡଗିରିରୁ ଫାୟାର୍‌‌ଷ୍ଟେସନ ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା(ଏଆଇ) ଯୁକ୍ତ କ୍ୟାମେରା ଲଗାଯିବ।ବସ୍‌‌ଗୁଡ଼ିକର ଯାତାୟାତକୁ ସହଜ ଓ ରାସ୍ତାରେ ବେଆଇନ ପାର୍କିଂ ରୋକିବାକୁ ବିଡିଏ ଏହି କ୍ୟାମେରା ଲଗାଇବା ପାଇଁ ଯୋଜନା କରିଛି। ଏଥିସହ ଉଚ୍ଚକ୍ଷମତା ସମ୍ପନ୍ନ ମାଇକ ମଧ୍ୟ ଲଗାଯିବ। ଫଳରେ ଯେଉଁ ବସ୍‌‌, ଅଟୋ ବେଆଇନ ଭାବେ ରାସ୍ତା ମଝିରେ ଗାଡ଼ି ରଖିବ ଏଆଇ କ୍ୟାମେରା ତୁରନ୍ତ ତାହାକୁ ଚିହ୍ନଟ କରିବା ସହ ଉକ୍ତ ସ୍ଥାନ ଖାଲିକରିବା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଘୋଷଣା କରିବ। ସେହିଭଳି ‘ବସ୍‌‌ ଟର୍ମିନାଲ୍‌‌ ମ୍ୟାନେଜ୍‌‌ମେଣ୍ଟ୍‌‌ ସିଷ୍ଟମ୍‌‌’ (ବିଟିଏମଏସ୍‌‌) ମଧ୍ୟ ଏହାରି ଉପରେ ନଜର ରଖି ଟର୍ମିନାଲ୍‌‌ ପରିସରରେ ଥିବା ସ୍ୱତନ୍ତ୍ର ସ୍କ୍ୱାଡ୍‌‌ ଓ ପୁଲିସକୁ ଘଟଣାସ୍ଥଳକୁ ପଠାଇବାର ବ୍ୟବସ୍ଥା ରହିଛି।

ଫାୟର୍‌‌ ଷ୍ଟେସନ ଛକରୁ ଖଣ୍ଡଗିରି ଛକର ଦୂରତା ମାତ୍ର ୩ କିଲୋମିଟର। ଉଭୟ ଛକର ମଧ୍ୟବର୍ତ୍ତୀ ଅଞ୍ଚଳରେ ବିଏସ୍‌‌ଏବିଟି। ପ୍ରତିଦିନ ଏଠାରୁ ରାଜ୍ୟ ଭିତରକୁ ତଥା ବାହାରକୁ ଶହଶହ ବସ୍‌‌ ଯାତାୟାତ କରିବା ଆରମ୍ଭ ହୋଇଯାଇଛି। ମାତ୍ର ଏହି ଦୁଇଟି ଛକ ମଧ୍ୟ ଅନେକ ସମୟରେ ବସ୍‌‌ ରାସ୍ତାରେ ଅଟକି ଲୋକ ଉଠାଉଛି। ଫଳସ୍ୱରୂପ ଅନ୍ୟ ବସ୍‌‌ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ବାହାରି ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିପାରୁନି। ଗୋଟିଏ ବସ୍‌‌ର ସମୟ ଏପଟସେପଟ୍‌‌ ହେଲେ ସବୁ ବସ୍‌‌ ଉପରେ ଏହାର ପ୍ରଭାବ ପଡ଼ୁଛି। ଏହାସହ ଅଟୋ ଚାଳକମାନେ ମଧ୍ୟ ମନଇଚ୍ଛା ଯେଉଁଠି ନାହିଁ, ସେଠି ଗାଡ଼ି ରଖି ଯାତ୍ରୀ ଉଠାଇଛନ୍ତି। ଫଳରେ ଟ୍ରାଫିକ୍‌‌ ସମସ୍ୟା ଉପୁଜୁଛି। ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ବିଡିଏ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହାଦ୍ୱାରା ବିଏସ୍‌‌ଏବିଟି ବସ୍‌‌ ପରିଚାଳନାକୁ ସହଜ କରିବା ସହ ରାସ୍ତାରେ ଟ୍ରାଫିକ୍‌‌ ସମସ୍ୟାର ସମାଧାନ ହୋଇପାରିବ।

ଏ ସମ୍ପର୍କରେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି କ୍ୟାମେରାଗୁଡ଼ିକ ଉପରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ନଜର ରଖିବ। ଯାହାଦ୍ୱାରା ପ୍ରତିଦିନ ବିଏସ୍‌‌ଏବିଟିରୁ ବାହାରି ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିବା ବସ୍‌‌ଗୁଡ଼ିକର ଗତିବିଧି ସମ୍ପର୍କରେ ଆମେ ଜାଣିପାରିବୁ। ଏହାସହ ବସ୍‌‌ ଓ ଅଟୋର ବେଆଇନ ପାର୍କିଂ ଯୋଗୁଁ ବସ୍‌‌ ଟର୍ମିନାଲ ପରିସରକୁ ଆସୁଥିବା ଯାତ୍ରୀମାନେ ବିଭିନ୍ନ ସମୟରେ ସମସ୍ୟା ଭୋଗୁଥିଲେ। ଏହି କ୍ୟାମେରା ଲାଗିବା ଦ୍ୱାରା ତାହା ଦୂର ହୋଇପାରିବ। ନିର୍ବାଚନ ଆଚରଣବିଧି ଉଠିବା ପରେ ଏଥିପାଇଁ ଟେଣ୍ଡର୍‌‌ ଆହ୍ୱାନ କରାଯିବ। ଟେଣ୍ଡର ଦ୍ୱାର ଏକ ଘରୋଇ ସଂସ୍ଥାକୁ ଚୟନ କରାଯିବ। ସେ ସର୍ଭେ କରି କେତେ କ୍ୟାମେରା ଆବଶ୍ୟକ ତାହା ଲଗାଇବା ସହ ତା’ର ରକ୍ଷଣାବେକ୍ଷଣା ମଧ୍ୟ କରିବ।