ଏଆଇରେ ସ୍ବଚ୍ଛତା ବଢ଼ାଇବା ପାଇଁ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ ହେଉ: ମୋଦି
ପ୍ୟାରିସ୍,୧୨।୨: ମୁକ୍ତ ଉତ୍ସ ଆଧାରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପାଇଁ ଏକ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ଏହା ଏଆଇରେ ବିଶ୍ୱାସ ଏବଂ ସ୍ବଚ୍ଛତା ବଢ଼ାଇବା ସହ ଏହାକୁ ପକ୍ଷପାତ ମୁକ୍ତ କରିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକଁରଙ୍କ ସହ ଏକାଠି ଏଆଇ ଆକ୍ସନ ସମିଟ୍ରେ ଅଧ୍ୟକ୍ଷତା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଏଆଇ ସଂଗଠିତ […] The post ଏଆଇରେ ସ୍ବଚ୍ଛତା ବଢ଼ାଇବା ପାଇଁ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ ହେଉ: ମୋଦି appeared first on Dharitri Odia News.
ପ୍ୟାରିସ୍,୧୨।୨: ମୁକ୍ତ ଉତ୍ସ ଆଧାରରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପାଇଁ ଏକ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ କରିବା ଦିଗରେ ସାମୂହିକ ଉଦ୍ୟମ ହେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିଛନ୍ତି। ଏହା ଏଆଇରେ ବିଶ୍ୱାସ ଏବଂ ସ୍ବଚ୍ଛତା ବଢ଼ାଇବା ସହ ଏହାକୁ ପକ୍ଷପାତ ମୁକ୍ତ କରିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକଁରଙ୍କ ସହ ଏକାଠି ଏଆଇ ଆକ୍ସନ ସମିଟ୍ରେ ଅଧ୍ୟକ୍ଷତା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଏଆଇ ସଂଗଠିତ ସମାଜ, ଅର୍ଥନୀତି, ସୁରକ୍ଷାରେ ପରିବର୍ତ୍ତନ ଆଣିବା ସହ ଚଳିତ ଶତାବ୍ଦୀରେ ମାନବତା ପାଇଁ ସଂହିତା ଲେଖୁଛି। ଆମର ମିଳିତ ମୂଲ୍ୟବୋଧକୁ କାଏମ ରଖିବା ସହ ଆଶଙ୍କା ଦୂର କରିବା ଏବଂ ବିଶ୍ୱାସ ବଢ଼ାଇବା ପାଇଁ ନିୟମାବଳୀ ଓ ଗୁଣବତ୍ତା ପ୍ରତିଷ୍ଠା ଦିଗରେ ସାମୂହିକ ବୈଶ୍ୱିକ ଉଦ୍ୟମ ଆବଶ୍ୟକ।
ଲୋକଙ୍କ ଦୈନନ୍ଦିନ ଜୀବନରେ କୃତ୍ରିମ ବୁଦ୍ଧିମତ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏହାର ସୁବିଧା ସମସ୍ତଙ୍କ ପାଖରେ ବିଶେଷ କରି ଗ୍ଲୋବାଲ ସାଉଥ୍ ପାଖରେ ପହଞ୍ଚତ୍ବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଆଇରେ ପକ୍ଷପାତିକୁ ନେଇ ସେ ସତର୍କ କରାଇଦେବା ସହ ଏହା ଦ୍ୱାରା ନିଯୁକ୍ତି ହ୍ରାସ ପାଉଥିବାରୁ ଏହାକୁ କିପରି ମୁକାବିଲା କରାଯିବ, ତାହା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି।
The post ଏଆଇରେ ସ୍ବଚ୍ଛତା ବଢ଼ାଇବା ପାଇଁ ବୈଶ୍ୱିକ ଢାଞ୍ଚା ପ୍ରସ୍ତୁତ ହେଉ: ମୋଦି appeared first on Dharitri Odia News.