ଏଆଇସିସି ଦେଇଥିଲା ପାଣ୍ଠି, ପାଇଲେନି ପ୍ରାର୍ଥୀ: କୁଆଡେ ଗଲା ଦଳୀୟ ଟଙ୍କା?
କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ନିର୍ବାଚନୀ ବଜେଟ ଥିଲା ପ୍ରାୟ ୫୪ କୋଟି ଟଂକା। ଏଆଇସିସି ପକ୍ଷରୁ ଦିଆଯାଇଥିବା ଏହି ଟଂକାରେ ଓଡିଶାରେ ଦଳୀୟ ନେତା ମାନଙ୍କୁ ନିର୍ବାଚନ ଲଢିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ହାଇକମାଣ୍ଡ। ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଦଳ ଫଣ୍ଡିଂ କରିଥିଲା। ସେହିପରି ୨୧ ଲୋକସଭା ଆସନ ମଧ୍ୟରୁ ପ୍ରାର୍ଥୀ ଦେଇଥିବା ୨୦ ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ପଣ୍ଡିଂ କରିବାକୁ ସୁପାରୀଶ କରିଥିଲେ ରାଜ୍ୟ […] The post ଏଆଇସିସି ଦେଇଥିଲା ପାଣ୍ଠି, ପାଇଲେନି ପ୍ରାର୍ଥୀ: କୁଆଡେ ଗଲା ଦଳୀୟ ଟଙ୍କା? first appeared on Kanak News.

କନକ ବ୍ୟୁରୋ: ରାଜ୍ୟ କଂଗ୍ରେସର ନିର୍ବାଚନୀ ବଜେଟ ଥିଲା ପ୍ରାୟ ୫୪ କୋଟି ଟଂକା। ଏଆଇସିସି ପକ୍ଷରୁ ଦିଆଯାଇଥିବା ଏହି ଟଂକାରେ ଓଡିଶାରେ ଦଳୀୟ ନେତା ମାନଙ୍କୁ ନିର୍ବାଚନ ଲଢିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ହାଇକମାଣ୍ଡ। ରାଜ୍ୟର ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୦ ଆସନରେ ଦଳୀୟ ପ୍ରାର୍ଥୀଙ୍କୁ ଦଳ ଫଣ୍ଡିଂ କରିଥିଲା। ସେହିପରି ୨୧ ଲୋକସଭା ଆସନ ମଧ୍ୟରୁ ପ୍ରାର୍ଥୀ ଦେଇଥିବା ୨୦ ଜଣଙ୍କ ମଧ୍ୟରୁ ୧୨ଜଣଙ୍କୁ ପଣ୍ଡିଂ କରିବାକୁ ସୁପାରୀଶ କରିଥିଲେ ରାଜ୍ୟ ନେତୃତ୍ବ। ତେବେ ଏସଆଇସିସି ଦେଇଥିବା ଟଙ୍କା ବହୁ ପ୍ରାର୍ଥୀଙ୍କ ପାଖରେ ପହଁଚି ନଥିବା ଅଭିଯୋଗ ହୋଇଛି।
ଗୋଟିଏ ପଟେ ବିଜେଡି, ବିଜେପି ପ୍ରାର୍ଥୀ ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ନିର୍ବାଚନ ଲଢ଼େଇ କରୁଥିଲେ, ଆଉ ଗୋଟିଏ ପଟେ କଂଗ୍ରେସ ପ୍ରାର୍ଥୀ ଦଳୀୟ ପାଣ୍ଠିକୁ ଅନାଇ ଅନାଇ ହତାଶ ହୋଇଥିଲେ। କିନ୍ତୁ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ କେହି ମୁହଁ ଖୋଲୁନଥିଲେ। ହେଲେ, ବର୍ତମାନ ସମୟ ବଦଳିବା ପରେ ଧିରେ ଧିରେ ଜଣଙ୍କ ପରେ ଜଣେ ନେତା ମୁହଁ ଖୋଲି ଅସନ୍ତୋଷ ଜାହରି କରୁଛନ୍ତି।
ନିର୍ବାଚନ ସମୟରେ ଏଆଇସିସି ଅଧ୍ୟକ୍ଷ କହିଥିଲେ କଂଗ୍ରେସ ଆକାଉଂଟକୁ ଫ୍ରିଜ କରାଯାଇଥିବାରୁ ପ୍ରାର୍ଥୀଙ୍କୁ ଟଙ୍କା ଦିଆଯାଇ ପାରୁ ନାହିଁ । କିନ୍ତୁ ଏବେ ନୂଆ ତଥ୍ୟ ସାମନାକୁ ଆସିଛି। ଦଳୀୟ ପାଣ୍ଠି ବ୍ୟତୀତ ବିଭିନ୍ନ କର୍ପୋରେଟ ସଂସ୍ଥା ରାଜ୍ୟ କଂଗ୍ରେସକୁ ଫଣ୍ଡିଂ କରିଥିବା ପ୍ରମାଣ ମିଳିଛି। ନୂଆଦିଲ୍ଲୀର ଏକ ସଂସ୍ଥା, ଗତ ମାର୍ଚ୍ଚ ୨୦ ତାରିଖ ଦିନ ଉତ୍ତରପ୍ରଦେଶର ଗାଜିଆବାଦର ଟ୍ରୋନିକା ସିଟିରେ ଥିବା ତ୍ରିମୂର୍ତ୍ତି ଆଡ କମ୍ପାନୀକୁ ନିର୍ବାଚନୀ ମ୍ୟାଟେରିଆଲ କିଣିବାକୁ ୯ ଲକ୍ଷ ଟଂକାର ଟୋକନ ମନି ପ୍ରଦାନ କରିଥିଲେ। ଯାହା ଓଡିଶା ପିସିସି ନାମରେ ବିଲ ହୋଇଥିବା ଜଣାପଡିଛି। ଏହାରି ଭିତରେ ପିସିସି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ନିର୍ବାଚନ ପବ୍ଲିସିଟି କମିଟିର ପୂର୍ବତନ ଅଧ୍ୟକ୍ଷ।
ତେବେ ଆସନ୍ତା ୧୬ ତାରିଖରେ ଏଆଇସିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ରାଜ୍ୟ ଗସ୍ତ କରିବା ସମୟରେ ଏହି ପ୍ରସଙ୍ଗ ଉଠିବ ବୋଲି କୁହାଯାଉଛି। ସେହିପରି ଆସନ୍ତା ଅଗଷ୍ଟ ମାସରେ ନୂଆଦିଲ୍ଲୀରେ ରାଜ୍ୟ ନେତାମାନଙ୍କୁ ନେଇ ହାଇକମାଣ୍ଡ ଗୁରୁତ୍ବପୂର୍ଣ୍ଣ ବୈଠକ କରିବେ ବୋଲି ସୂଚନା ମିଳିଛି।
The post ଏଆଇସିସି ଦେଇଥିଲା ପାଣ୍ଠି, ପାଇଲେନି ପ୍ରାର୍ଥୀ: କୁଆଡେ ଗଲା ଦଳୀୟ ଟଙ୍କା? first appeared on Kanak News.