ଏଆଇୟୁଟିୟୁସିର ପ୍ରତିବାଦ ସପ୍ତାହ, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସଙ୍ଗଠନ ପକ୍ଷରୁ ବିକ୍ଷୋଭ
କଟକ: ଏଆଇୟୁଟିୟୁସି ପକ୍ଷରୁ ଦେଶବ୍ୟାପୀ ପାଳନ ହେଉଛି ପ୍ରତିବାଦ ସପ୍ତାହ । ଏହି ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦରଦାମ୍ ବୃଦ୍ଧି କରୁଥିବା ତଥା କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଆପଣାଉଥିବା ଅଭିଯୋଗ ଆଣିବା ସହ ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମଖରେ ଶ୍ରମିକ ଓ ଶ୍ରମିକ ନେତାମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ପ୍ରତିବାଦ ସଭାରେ ଏଆଇୟୁଟିୟୁସିର ଜିଲ୍ଲା ସଂପାଦକ ରାଜକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏସୟୁସିଆଇଆଇ(ସି) ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଏଆଇୟୁଟିୟୁସି ଜିଲ୍ଲା ସଭାପତି ଖଗେଶ୍ୱର ସେଠୀ, ଜିଲ୍ଲା ନେତା ସୌଭାଗ୍ୟ ସାମଲ ଓ ପରମାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇ ଦରଦାମ ବୃଦ୍ଧି ଉପରେ ସରକାର ଲଗାମ ଲଗାଇବାରେ ବିଫଳ ହେବା ଓ ନୂଆ ଶ୍ରମ ଆଇନ ଜରିଆରେ ଶ୍ରମିକ ସମାଜକୁ ଦୁର୍ବଳ କରିବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି।
କଟକ: ଏଆଇୟୁଟିୟୁସି ପକ୍ଷରୁ ଦେଶବ୍ୟାପୀ ପାଳନ ହେଉଛି ପ୍ରତିବାଦ ସପ୍ତାହ । ଏହି ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦରଦାମ୍ ବୃଦ୍ଧି କରୁଥିବା ତଥା କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣନୀତି ଆପଣାଉଥିବା ଅଭିଯୋଗ ଆଣିବା ସହ ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମଖରେ ଶ୍ରମିକ ଓ ଶ୍ରମିକ ନେତାମାନଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ପ୍ରତିବାଦ ସଭାରେ ଏଆଇୟୁଟିୟୁସିର ଜିଲ୍ଲା ସଂପାଦକ ରାଜକିଶୋର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏସୟୁସିଆଇଆଇ(ସି) ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଏଆଇୟୁଟିୟୁସି ଜିଲ୍ଲା ସଭାପତି ଖଗେଶ୍ୱର ସେଠୀ, ଜିଲ୍ଲା ନେତା ସୌଭାଗ୍ୟ ସାମଲ ଓ ପରମାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇ ଦରଦାମ ବୃଦ୍ଧି ଉପରେ ସରକାର ଲଗାମ ଲଗାଇବାରେ ବିଫଳ ହେବା ଓ ନୂଆ ଶ୍ରମ ଆଇନ ଜରିଆରେ ଶ୍ରମିକ ସମାଜକୁ ଦୁର୍ବଳ କରିବାର ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ କରିଛନ୍ତି।