ଏଆର ରହମାନଙ୍କ ସହ ଲିଙ୍କ୍ ଚର୍ଚ୍ଚା, ନୀରବତା ଭାଙ୍ଗିଲେ ମୋହିନୀ ଦେ

ନିକଟରେ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ବିଶିଷ୍ଟ ମ୍ୟୁଜିସିଆନ ଏଆର ରହମାନ।

ଏଆର ରହମାନଙ୍କ ସହ ଲିଙ୍କ୍ ଚର୍ଚ୍ଚା, ନୀରବତା ଭାଙ୍ଗିଲେ ମୋହିନୀ ଦେ

ବେସ୍ ବାଦକ ମୋହିନୀ ଦେ ଭଙ୍ଗିଛନ୍ତି ନୀରବତା। ଏଆର ରହମାନଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚା ମଧ୍ୟରେ ସେ ମୁହଁ ଖୋଲିଛନ୍ତି। ଏଥିସହ ନେଟିଜେନ୍ସଙ୍କୁ କିଛି ଅନୁରୋଧ କରିଛନ୍ତି ମୋହିନୀ ଦେ।

ବିବାହର ୩୦ ବର୍ଷ ପରେ ବିଶିଷ୍ଟ ମ୍ୟୁଜିସିଆନ ଏଆର ରହମାନଙ୍କ ଛାଡପତ୍ର ସହ ମୋହିନୀ ଦେଙ୍କର ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି। ରେହମାନଙ୍କ ଛାଡ଼ପତ୍ର ପାଇଁ ମୋହିନୀଙ୍କୁ ଦାୟୀ କରି ସୋଶାଲ ମିଡିଆରେ କିଛି ଆପତ୍ତିଜନକ ପୋଷ୍ଟ କରାଯାଉଥିଲା। ଏହାକୁ ନେଇ ମୁହଁ ଖୋଲିଛନ୍ତି ମୋହିନୀ। ଇନଷ୍ଟାଗ୍ରାମରେ ପୋଷ୍ଟ ଶେଆର କରି ସେ ଏସବୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ ଏଆର ରେହମାନ ତାଙ୍କ ପାଇଁ ପିତୃତୁଲ୍ୟ। ସେ ତାଙ୍କ ମ୍ୟୁଜିକରେ ବେସ୍ ବାଦକ ଭାବେ ୮.୫ ବର୍ଷ କାମ କରିଛନ୍ତି। ପାଞ୍ଚ ବର୍ଷ ହେବ ଆମେରିକା ଚାଲିଗଲେଣି। ଦୟାକରି ଏପରି ଗୁଜବ ସୃଷ୍ଟି ନ କରିବାକୁ ନେଟିଜେନ୍ସଙ୍କୁ ଅନୁରୋଧ କରିଛନ୍ତି ମୋହିନୀ ଦେ।

ସେ ଆହୁରି କହିଛନ୍ତି, "ଏଆର ରେହମାନ ମୋ ବାପାଙ୍କ ଠାରୁ ବୟସରେ ସାନ ହେଲେ ମଧ୍ୟ ସେ ମୋ ପାଇଁ ବାପା ସଦୃଶ। ତାଙ୍କ ଝିଅ ବି ମୋ ବୟସର ହେବେ। ଏପରି ସମ୍ବେଦନଶୀଳ ଘଟଣା ପ୍ରତି ଲୋକଙ୍କର ସମ୍ମାନ କିମ୍ବା ସହାନୁଭୂତି ନ ଥିବା ଦେଖି ଦୁଃଖ ଲାଗୁଛି। ଦୟାକରି ଗୋପନୀୟତା ରକ୍ଷା କରନ୍ତୁ। ଏପରି ଗୁଜବ ପ୍ରଚାର କରନ୍ତୁ ନାହିଁ।"