ଏଏପିକୁ ଆଉ ଏକ ବଡ଼ ଝଟ୍କା: ଇସ୍ତଫା ଦେଲେ ରାଜକୁମାର
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଫସିଥିବା ଆମ୍ ଆଦମୀ ପାର୍ଟି(ଏଏପି) ପାଇଁ ଅଡ଼ୁଆ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ତାଙ୍କ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରଣାଳୟର ପରିଚାଳନା କରୁଥିଲେ। ନିକଟରେ ରାଜକୁମାରଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାଜକୁମାରଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି। ସେ ପଟେଲ ନଗରରୁ ଦଳର ବିଧାୟକ ଅଛନ୍ତି। […] The post ଏଏପିକୁ ଆଉ ଏକ ବଡ଼ ଝଟ୍କା: ଇସ୍ତଫା ଦେଲେ ରାଜକୁମାର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୪: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଫସିଥିବା ଆମ୍ ଆଦମୀ ପାର୍ଟି(ଏଏପି) ପାଇଁ ଅଡ଼ୁଆ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ତାଙ୍କ ପଦ ଏବଂ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦିଲ୍ଲୀର ସମାଜ କଲ୍ୟାଣ ମନ୍ତ୍ରଣାଳୟର ପରିଚାଳନା କରୁଥିଲେ। ନିକଟରେ ରାଜକୁମାରଙ୍କ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା।
ରାଜକୁମାରଙ୍କ ଇସ୍ତଫା ଦଳ ପାଇଁ ବଡ଼ ଝଟ୍କା ବୋଲି କୁହାଯାଉଛି। ସେ ପଟେଲ ନଗରରୁ ଦଳର ବିଧାୟକ ଅଛନ୍ତି। ଇସ୍ତଫା ନେଇ ସେ କହିଛନ୍ତି ଯେ ଆଜି ବହୁତ ଦୁଃଖି। ଯଦି ରାଜନୀତିରେ ପରିବର୍ତ୍ତନ ଆସେ ଦେଶ ବଦଳିଯିବ। ଏଏପି ବିରୋଧରେ ବଡ଼ ଅଭିଯୋଗ ହୋଇଛି। ଏଥିଲାଗି ସେ ଦଳ, ସରକାର ଏବଂ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ରାଜ କୁମାର କହିଛନ୍ତି।
ଏହାଛଡ଼ା ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ରାଜକୁମାର କହିଛନ୍ତି, ଏଏପି ଭ୍ରଷ୍ଟାଚାର କାଦୁଅରେ ଫସିଛି। ମୁଁ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହ କାମ କରିପାରିବି ନାହିଁ। ଆଜି ମୁଁ ଯାହା ବି ହୋଇଛି ଡା. ଆମ୍ବେଦକରଙ୍କ ଯୋଗୁ ହୋଇଛି। ଏଥିଲାଗି ମୁଁ ବିଧାୟକ ହୋଇ ସମାଜକୁ ତାହା ଫେରସ୍ତ କରିବାକୁ ଚାହିଁଥିଲି। ଯେଉଁମାନେ ଦଳିତଙ୍କ ବିଷୟରେ ଚିନ୍ତା କରିବାକୁ ପଛଘୁଞ୍ଚା ଦିଅନ୍ତି ସେମାନଙ୍କ ସହ ମୁଁ ରହିପାରିବି ନାହିଁ। ବୋଲି କହିଛନ୍ତି।
The post ଏଏପିକୁ ଆଉ ଏକ ବଡ଼ ଝଟ୍କା: ଇସ୍ତଫା ଦେଲେ ରାଜକୁମାର appeared first on Dharitri Odia News.