ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ
ନୂଆଦିଲ୍ଲୀ, ୨।୬: ପୁଣେ ଆଇନ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟା ଛାତ୍ରୀ ତଥା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲିଙ୍କୁ ଗତ ଶୁକ୍ରବାର କୋଲକାତା ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଭାରତର ‘ଅପରେଶନ ସିନ୍ଦୂର’କୁ ନେଇ ବଲିଉଡ୍ର ଏକ ନିର୍ଦ୍ଦିଷ୍ଟ ଧର୍ମର ଅଭିନେତାମାନେ ଚୁପ୍ ରହିଛନ୍ତି ବୋଲି ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଚରେ ମୁସଲମାନ ଧର୍ମ ବିଷୟରେ ସେ ବିଭିନ୍ନ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା […] The post ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ appeared first on Dharitri Odia News.
ନୂଆଦିଲ୍ଲୀ, ୨।୬: ପୁଣେ ଆଇନ ବିଶ୍ୱବିଦ୍ୟାଳୟର ୨୨ ବର୍ଷୀୟା ଛାତ୍ରୀ ତଥା ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶର୍ମିଷ୍ଠା ପନୋଲିଙ୍କୁ ଗତ ଶୁକ୍ରବାର କୋଲକାତା ପୋଲିସ ଗୁରୁଗ୍ରାମରୁ ଗିରଫ କରିଥିଲା। ଭାରତର ‘ଅପରେଶନ ସିନ୍ଦୂର’କୁ ନେଇ ବଲିଉଡ୍ର ଏକ ନିର୍ଦ୍ଦିଷ୍ଟ ଧର୍ମର ଅଭିନେତାମାନେ ଚୁପ୍ ରହିଛନ୍ତି ବୋଲି ସେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ପୋଷ୍ଚରେ ମୁସଲମାନ ଧର୍ମ ବିଷୟରେ ସେ ବିଭିନ୍ନ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ଅନେକ ୟୁଜର୍ସ ଶର୍ମିଷ୍ଠାଙ୍କୁ ସମାଲୋଚନା କରି ତାଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଥିଲେ। ଏହାପରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ହ୍ୟାଶ୍ଟ୍ୟାଗ୍ ଆରେଷ୍ଟ ଶର୍ମିଷ୍ଠା ଟ୍ରେଣ୍ଡ୍ ଆରମ୍ଭ ହୋଇଥିଲା। ସମାଲୋଚନାର ଶିକାର ହେବା ପରେ ଶର୍ମିଷ୍ଠା ନିଜ ଭିଡିଓକୁ ଡିଲିଟ୍ କରିଦେଇଥିଲେ ଏବଂ ଆଉ ଏକ ପୋଷ୍ଟକରି ନିଜ ଅନୁଗାମୀଙ୍କୁ କ୍ଷମା ମାଗିଥିଲେ। ଶର୍ମିଷ୍ଠାଙ୍କ ଭିଡିଓ ଇସ୍ଲାମ ଧର୍ମର ଲୋକଙ୍କ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଦର୍ଶାଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗିରଫ ପରେ ଆସନ୍ତା ଜୁନ୍ ୧୩ ପର୍ଯ୍ୟନ୍ତ କୋର୍ଟ ଶର୍ମିଷ୍ଠାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇଛନ୍ତି। ଶନିବାର କୋର୍ଟରୁ ବାହାରିବା ସମୟରେ ଶର୍ମିଷ୍ଠା କହିଥିଲେ, ତାଙ୍କୁ ଯେଉଁଭଳି ଭାବେ ଉତ୍ପୀଡ଼ନ କରାଯାଉଛି ତାହା ଅସହ୍ୟ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏପରି ଅତ୍ୟାଚାର ତାଙ୍କୁ ଆଶ୍ଚର୍ଯ୍ୟ କରିଛି।
ଭାଜପା ଏମ୍ପି ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଶର୍ମିଷ୍ଠାଙ୍କ ସମର୍ଥନରେ ବାହାରିଛନ୍ତି। ସେ କହିଛନ୍ତି, ଶର୍ମିଷ୍ଠା ନିଜ ମତବ୍ୟକ୍ତ କରୁଥିବା ସମୟରେ କିଛି ଅପ୍ରିୟ ଶବ୍ଦର ବ୍ୟବହାର କରିଥିଲେ, ଯାହା ଭୁଲ୍ ଥିଲା। ସମ୍ପ୍ରତି ଯୁବପିଢ଼ି ଏପରି ଶବ୍ଦର ବ୍ୟବହାର ବହୁବାର କରିଥାନ୍ତି। ଶର୍ମିଷ୍ଠା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। ତାହା ଯଥେଷ୍ଟ। ତାଙ୍କୁ ଗିରଫ କରି ଅଧିକ ହଇରାଣ କରିବା ଉଚିତ ନୁହେଁ। ସାଧାରଣ ଲୋକଙ୍କୁ ଏପରି ଅତ୍ୟାଚାର କରି ପଶ୍ଚିମବଙ୍ଗ ସରକାର ରାଜ୍ୟକୁ ଉତ୍ତର କୋରିଆ ପରିଣତ ନ କରନ୍ତୁ ବୋଲି କଙ୍ଗନା କହିଛନ୍ତି। ସେହିପରି ଏହି ଘଟଣାକୁ ନେଇ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍ସି) ସରକାରଙ୍କୁ ସମାଲୋଚନା କରିଛନ୍ତି। ନେଦରଲାଣ୍ଡର ପାର୍ଲାମେଣ୍ଟ ସଦସ୍ୟ ଗିର୍ଟ ଓ୍ବାଇଲ୍ଡର୍ସ ମଧ୍ୟ ଶର୍ମିଷ୍ଠାଙ୍କ ସମର୍ଥନରେ ବାହାରିଛନ୍ତି। ତାଙ୍କ ଗିରଫଦାରିକୁ ସେ ବାକ୍ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଛନ୍ତି। ଶର୍ମିଷ୍ଠାଙ୍କୁ ମୁକ୍ତ କରାଯାଉ ବୋଲି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଇନ୍ଷ୍ଟାଗ୍ରାମରେ ଶର୍ମିଷ୍ଠାଙ୍କର ୧ ଲକ୍ଷ ୭୫ ହଜାର ଫଲୋଅର୍ସ ରହିଛନ୍ତି।
The post ଭାଇରାଲ ପୋଷ୍ଟରୁ ଗିରଫଦାରି: ବଢୁଛି ବିବାଦ appeared first on Dharitri Odia News.