ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା
ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ କରିଥିବା ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିଛି। ନବ ନିର୍ମାଣ କୃଷକ ସଂଗଠନ ଦୀପକ ନାୟକଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଛି। ତେବେ ପ୍ରମୁଖ ବିରୋଧୀ ଦଳ ଭାଜପା ଏପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦଳୀୟ କର୍ମୀମାନେ ନିର୍ବାଚନ ପ୍ରଚାରରେ […] The post ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା appeared first on Dharitri Odia News.
ପାଟଣା,୧୬ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ବିଧାୟକ ଜଗନ୍ନାଥ ନାଏକଙ୍କୁ ବିଜେଡି ପ୍ରାର୍ଥୀ କରିଛି। କଂଗ୍ରେସ ରବିବାର ଏଠାରୁ ୫ଥର ପ୍ରତିନିଧିତ୍ୱ କରିଥିବା ପୂର୍ବତନ ବିଧାୟକ ହୃଷୀକେଶ ନାଏକଙ୍କ ପ୍ରାର୍ଥୀତ୍ୱରେ ମୋହର ମାରିଛି। ନବ ନିର୍ମାଣ କୃଷକ ସଂଗଠନ ଦୀପକ ନାୟକଙ୍କୁ ସ୍ବାଧୀନ ପ୍ରାର୍ଥୀ କରିଛି। ତେବେ ପ୍ରମୁଖ ବିରୋଧୀ ଦଳ ଭାଜପା ଏପର୍ଯ୍ୟନ୍ତ ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାରୁ ଦଳୀୟ କର୍ମୀମାନେ ନିର୍ବାଚନ ପ୍ରଚାରରେ ପଛରେ ପଡ଼ିଛନ୍ତି। ଭାଜପାରୁ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକ, ପୂର୍ବତନ ଜିଲା ପରିଷଦ ସଦସ୍ୟା ମମିତା ନାଏକ, ପୂର୍ବତନ ସାହାରପଡ଼ା ବ୍ଲକ୍ ଅଧ୍ୟକ୍ଷ ଗୌତମ ନାଏକ ଟିକେଟ ପାଇଁ ଲବି ଚଳାଇଛନ୍ତି। ତେବେ ଚାମ୍ପୁଆର ପ୍ରଭାବଶାଳୀ ନେତା ସନାତନ ମହାକୁଡ଼ ଭାଜପାରେ ଯୋଗ ଦେବା ନେଇ ଆଲୋଚନା ହେଉଛି। ତେଣୁ ପାଟଣା, ଚମ୍ପୁଆ ଓ ତେଲକୋଇ ଭଳି ବିଧାନସଭା କ୍ଷେତ୍ରରେ ଭାଜପା ପ୍ରାର୍ଥୀ ଦେବାରେ ବିଳମ୍ବ କରୁଛି ବୋଲି ଭାଜପାର ଜଣେ ନେତା ନାମ ଗୋପନ ରଖି କହିଛନ୍ତି। ସନାତନ କୁଆଡ଼େ ନିଜ ସମର୍ଥିତ ପ୍ରାର୍ଥୀ ଦେବାକୁ ଚାହୁଁ ଥିବାରୁ ଅଡ଼ୁଆ ସୃଷ୍ଟି ହୋଇଛି।
The post ଏହି କାରଣରୁ ଅଟକିଛି ଭାଜପା ପ୍ରାର୍ଥୀ ଘୋଷଣା appeared first on Dharitri Odia News.