ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ

ଭୁବନେଶ୍ୱର,୩ା୮: ବିଜେଡିରୁ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଇସ୍ତଫା ଦେଇଥିବା ବେଳେ ଭାଜପାରେ ସାମିଲ ହୋଇଛନ୍ତି। ତେବେ ଏହାକୁ ନେଇ ରାଜନୀତି ପାଣିପାଗ ବେଶ୍‌ ସରଗରମ ହୋଇଉଠିଛି। ଉଭୟ ଦଳ ନେତା ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି। ଏଥିରେ ଡିଲ୍‌ ହୋଇଥିବା ବିଜେଡି କହୁଥିବା ବେଳେ ଭାଜପାର ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ବିଜେଡି ମମତାଙ୍କୁ ନେଇ କେବଳ ବୟାନବାଜି କରୁଛି। କୌଣସି ଡିଲ୍‌ ହୋଇନାହିଁ। ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରି […] The post ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ appeared first on Dharitri Odia News.

ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ

ଭୁବନେଶ୍ୱର,୩ା୮: ବିଜେଡିରୁ ରାଜ୍ୟ ସଭା ସଦସ୍ୟ ମମତା ମହାନ୍ତ ଇସ୍ତଫା ଦେଇଥିବା ବେଳେ ଭାଜପାରେ ସାମିଲ ହୋଇଛନ୍ତି। ତେବେ ଏହାକୁ ନେଇ ରାଜନୀତି ପାଣିପାଗ ବେଶ୍‌ ସରଗରମ ହୋଇଉଠିଛି। ଉଭୟ ଦଳ ନେତା ପରସ୍ପରକୁ ଆକ୍ଷେପ ପ୍ରତି ଆକ୍ଷେପ କରୁଛନ୍ତି।

ଏଥିରେ ଡିଲ୍‌ ହୋଇଥିବା ବିଜେଡି କହୁଥିବା ବେଳେ ଭାଜପାର ବିଧାୟକ ସରୋଜ ପାଢ଼ୀ କହିଛନ୍ତି, ବିଜେଡି ମମତାଙ୍କୁ ନେଇ କେବଳ ବୟାନବାଜି କରୁଛି। କୌଣସି ଡିଲ୍‌ ହୋଇନାହିଁ। ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରି ଭିତରେ ଅଛନ୍ତି। ନିଃଶ୍ୱାସ ନେବାକୁ ସେମାନେ ବାହାରକୁ ଆସୁଛନ୍ତି। ଯଦି ମମତା ଲୋକପ୍ରିୟ ନୁହନ୍ତି, ସୁପ୍ରିମୋ କାହିଁକି ମୟୂରଭଞ୍ଜ ନେତାଙ୍କୁ ଡାକିଲେ। ଗଞ୍ଜାମରେ ବି ତାଙ୍କ ଅବସ୍ଥା ଭଲ ନାହିଁ, ଆଗକୁ ବିସ୍ଫୋରଣ ହେବ ବୋଲି ସେ କହିଛନ୍ତି।

The post ଆଗକୁ ବିଜେଡିରେ ବିସ୍ଫୋରଣ ହେବ: କାହିଁକି ଏମିତି କହିଲେ ବିଧାୟକ ସରୋଜ ପାଢ଼ୀ appeared first on Dharitri Odia News.