Subhadra Yojana: ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା ପାଇବେ ଟଙ୍କା

ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା, ୨୫ ପ୍ରତିଶତ ମହିଳାଙ୍କୁ ମିଳିବ ।

Subhadra Yojana: ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ମହିଳା ପାଇବେ ଟଙ୍କା

ଆଜି ଆସିବ ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା। ପ୍ରଥମ କିସ୍ତିରୁ ବାଦ୍ ପଡ଼ିଥିବା ୨୫ ପ୍ରତିଶତ ମହିଳାଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯୋଜନାରେ ପ୍ରଥମ କିସ୍ତି ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ୨ ଲକ୍ଷ ୬୭ ହଜାର ମହିଳାଙ୍କ ଆବେଦନପତ୍ରର ଯାଞ୍ଚ ଶେଷ ହୋଇଛି। ସେମାନଙ୍କ ମଧ୍ୟରୁ ୨୫ ପ୍ରତିଶତ ମହିଳାଙ୍କୁ ଆଜି ସହାୟତା ମିଳିଯିବ। ବାକି ଯେଉଁ ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ୍ ପଡ଼ିଛନ୍ତି, ସେମାନଙ୍କର ମଧ୍ୟ ତଥ୍ୟ ଯାଞ୍ଚ ପାଇଁ ବ୍ଲକସ୍ତରକୁ ରିପୋର୍ଟ ଯାଇଛି। ସେଠି ସମାଧାନ ହୋଇଗଲେ, ସେମାନଙ୍କୁ ଡିସେମ୍ବରରେ ଟଙ୍କା ମିଳିବ। 

ସୁଭଦ୍ରା ପ୍ରଥମ କିସ୍ତିର ତୃତୀୟ ଦଫା ଟଙ୍କା ବାଣ୍ଟିବାକୁ ଆଜି  ସୁନ୍ଦରଗଡ଼ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ଥାନୀୟ ସରକାରୀ କଲେଜ ସାମ୍ନା ପଡ଼ିଆରେ ଏଥିପାଇଁ ହୋଇଛି ବ୍ୟାପକ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ରହିବେ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଭୁଶୁଡ଼ି ପଡ଼ିଛି ଅର୍ଦ୍ଧନ୍ୟାୟିକ ବ୍ୟବସ୍ଥା ! ଜନତା ନିରାଶ, ଆଇନ ମନ୍ତ୍ରୀ କହିଲେ...

ତେବେ ପ୍ରଥମ କିସ୍ତିର ତୃତୀୟ ଦଫା ସୁଭଦ୍ରା ଟଙ୍କା ମିଳୁଥିବା କଥା ଶୁଣି ଉତ୍କଣ୍ଠାରେ ଗଞ୍ଜାମ ଖଲ୍ଲିକୋଟ ଅଞ୍ଚଳର ଦୁଇ ଆବେଦନକାରୀ ଚଞ୍ଚଳା ନାହାକ ଓ ବନି ନାହାକ। ଚଞ୍ଚଳାଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଓ ମୋବାଇଲ୍ ନମ୍ବର ଠିକ୍‌ରେ ସଂଯୋଗ ହୋଇନଥିବାରୁ ତାଙ୍କ ଫର୍ମ ଖାରଜ ହୋଇ ଯାଇଥିଲା, ହେଲେ ଏବେ ତାହା ଠିକ୍ ହୋଇ ଯାଇଛି । ସେମିତି ବନି ନାହକ ନାମ୍ନୀ ଏ ଗରିବ ମହିଳାଙ୍କର ୫ ଏକର ଚାଷ ଜମି ରହିଥିବା ଦର୍ଶାଇ ତାଙ୍କ ଫର୍ମ ବି ରିଜେକ୍ଟ ହୋଇ ଯାଇଥିଲା । ପରେ ତାହା ବି ଯାଞ୍ଚ ହୋଇ ଯାଇଥିବାରୁ ସେ ମଧ୍ୟ  ଟଙ୍କା ପାଇବାର ଆଶା ରଖିଛନ୍ତି ।

ସେପଟେ ଭଦ୍ରକ ବାସୁଦେବପୁର ଅଞ୍ଚଳରେ ଘରକୁ ଘର ବୁଲି ସରକାରୀ କର୍ମଚାରୀମାନେ, ହିତାଧିକାରୀଙ୍କୁ ବୁଝାଉଥିବାରୁ ତୃତୀୟ ଦଫାରେ ବହୁ ବାଦ୍ ପଡ଼ିଥିବା ହିତାଧିକାରୀ ସାମିଲ ହୋଇ ପାରିଥିବା କହିଛନ୍ତି ସ୍ଥାନୀୟ ବିଡିଓ ।

ଅଧିକ ପଢ଼ନ୍ତୁ: Subhadra Yojana: ମିସମ୍ୟାଚ୍ ଯୋଗୁ ଆକାଉଣ୍ଟକୁ ଯାଇପାରୁନି ‘ସୁଭଦ୍ରା’ ଟଙ୍କା, ସିଙ୍ଗଲ୍ ଆକାଉଣ୍ଟ ଦେବାକୁ ଉପ-ମୁଖ୍ୟମନ୍ତ୍ରୀଙ୍କ ଅପିଲ