ଏନ୍ଇଇଟି-ପିଜି ସ୍ଥଗିତ: ଖୁବ୍ ଶୀଘ୍ର ଘୋଷଣା ହେବ ସାନି ତାରିଖ
ନୂଆଦିଲ୍ଲୀ,୩ା୬: ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର (ଏନ୍ଇଇଟି-ପିଜି)କୁ ସ୍ଥଗିତ ରଖାଯାଇଥିବା ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ବୋର୍ଡ ଅଫ୍ ଏକ୍ଜାମିନେଶନ୍ସ ଇନ୍ ମେଡିକାଲ ସାଇନ୍ସ (ଏନ୍ବିଇଏମ୍ଏସ୍) ଘୋଷଣା କରିଛି। ୨ଟି ଶିଫ୍ଟ ବଦଳରେ ଗୋଟିଏ ଶିଫ୍ଟରେ ଏନ୍ଇଇଟି-ପିଜି ପରୀକ୍ଷା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନ୍ବିଇଏମ୍ଏସ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ଗୋଟିଏ ଶିଫ୍ଟରେ ହେବ। ଏଥିପାଇଁ ଅଧିକ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରିବାକୁ ଥିବାରୁ […] The post ଏନ୍ଇଇଟି-ପିଜି ସ୍ଥଗିତ: ଖୁବ୍ ଶୀଘ୍ର ଘୋଷଣା ହେବ ସାନି ତାରିଖ appeared first on Dharitri Odia News.
ନୂଆଦିଲ୍ଲୀ,୩ା୬: ଚଳିତ ବର୍ଷର ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା-ସ୍ନାତକୋତ୍ତର (ଏନ୍ଇଇଟି-ପିଜି)କୁ ସ୍ଥଗିତ ରଖାଯାଇଥିବା ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ବୋର୍ଡ ଅଫ୍ ଏକ୍ଜାମିନେଶନ୍ସ ଇନ୍ ମେଡିକାଲ ସାଇନ୍ସ (ଏନ୍ବିଇଏମ୍ଏସ୍) ଘୋଷଣା କରିଛି। ୨ଟି ଶିଫ୍ଟ ବଦଳରେ ଗୋଟିଏ ଶିଫ୍ଟରେ ଏନ୍ଇଇଟି-ପିଜି ପରୀକ୍ଷା କରାଇବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ଏନ୍ବିଇଏମ୍ଏସ୍ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ଗୋଟିଏ ଶିଫ୍ଟରେ ହେବ। ଏଥିପାଇଁ ଅଧିକ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରିବାକୁ ଥିବାରୁ ଏନ୍ଇଇଟି-ପିଜି ପାଇଁ ସାନି ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବ ବୋଲି କୁହାଯାଇଛି।
ଦେଶର ଡାକ୍ତରୀ ସ୍ନାତକ ଛାତ୍ରୀଛାତ୍ରଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଦେବାକୁ ପଡ଼ିଥାଏ। ଏମ୍ଡି, ଏମ୍ଏସ୍ ଏବଂ ପିଜି ଡିପ୍ଲୋମା ପାଠ୍ୟକ୍ରମ ଲାଗି ଏନ୍ଇଇଟି-ପିଜି ପ୍ରବେଶିକା ପରୀକ୍ଷା। ଚଳିତ ବର୍ଷ ଏହି ପରୀକ୍ଷା ଜୁନ୍ ୧୫ରେ ୨ଟି ଶିଫ୍ଟରେ କରିବା ପାଇଁ ପୂର୍ବରୁ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହାକୁ ସ୍ଥଗିତ ରଖାଯାଇଛି।
The post ଏନ୍ଇଇଟି-ପିଜି ସ୍ଥଗିତ: ଖୁବ୍ ଶୀଘ୍ର ଘୋଷଣା ହେବ ସାନି ତାରିଖ appeared first on Dharitri Odia News.