ଆଇଓବିର ୮୮ତମ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର,୧୩।୨: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି)ର ୮୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଓବି ବ୍ରହ୍ମପୁର କ୍ଷେତ୍ରର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନୀଷ କୁମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ। ସେହିଭଳି ବ୍ୟାଙ୍କର ପ୍ରତିଷ୍ଠା ଉପଲକ୍ଷେ ରକ୍ତଦାନ ଶିବିର, ବୃକ୍ଷରୋପଣ ଏବଂ ୱାକାଥନ୍ ଭଳି କାର୍ଯ୍ୟକ୍ରମର ଆୟୋଜନ ସାରା ଦେଶରେ […] The post ଆଇଓବିର ୮୮ତମ ପ୍ରତିଷ୍ଠା ଦିବସ appeared first on Dharitri Odia News.
ଭୁବନେଶ୍ୱର,୧୩।୨: ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ (ଆଇଓବି)ର ୮୮ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଓବିର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଇଓବି ବ୍ରହ୍ମପୁର କ୍ଷେତ୍ରର ବରିଷ୍ଠ କ୍ଷେତ୍ରୀୟ ପ୍ରବନ୍ଧକ ମନୀଷ କୁମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ। ସେହିଭଳି ବ୍ୟାଙ୍କର ପ୍ରତିଷ୍ଠା ଉପଲକ୍ଷେ ରକ୍ତଦାନ ଶିବିର, ବୃକ୍ଷରୋପଣ ଏବଂ ୱାକାଥନ୍ ଭଳି କାର୍ଯ୍ୟକ୍ରମର ଆୟୋଜନ ସାରା ଦେଶରେ କରାଯାଇଥିଲା ବୋଲି ମନୀଷ କୁମାର ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଏଥିସହିତ ସେ ଆଇଓବିର ସମସ୍ତ ଗ୍ରାହକଙ୍କୁ ସେମାନଙ୍କର ସାହାଯ୍ୟ, ସହଯୋଗ ଓ ଭଲ ପାଇବା ପାଇଁ ଧନ୍ୟବାଦ ଜଣାଇଥିଲେ। ସେହିପରି ଆଇଓବିର ମୁଖ୍ୟ ପ୍ରବନ୍ଧକ ରତିକାନ୍ତ ବେହେରା ୮୮ତମ ପ୍ରତିଷ୍ଠା ଦିବସ ଅବସରରେ ‘ବେଟି ବଞ୍ଚାଅ ବେଟି ପଢ଼ାଅ’ ଏବଂ ‘ପିଢ଼ିକୁ ସଂଯୋଗ କରୁଥିବା ପ୍ରିଫର୍ଡ ବ୍ୟାଙ୍କ’ ଶୀର୍ଷକ ବିଷୟ ଉପରେ ଏହି ୱାକାଥନ୍ ଆୟୋଜନ କରାଯାଇଥିଲା ବୋଲି କହିଥିଲେ। ବ୍ୟାଙ୍କର ବିକାଶ ପାଇଁ ସେ ଗ୍ରାହକମାନଙ୍କ ସହଯୋଗ କାମନା କରିଥିଲେ।
The post ଆଇଓବିର ୮୮ତମ ପ୍ରତିଷ୍ଠା ଦିବସ appeared first on Dharitri Odia News.