ନବୀନ ନିବାସରେ ଚାଲିଛି କସରତ

ଭୁବନେଶ୍ୱର,୨୧ା୩: ଇତିମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହା ପରଠାରୁ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ବୈଠକ ଉପରେ ବୈଠକ ବସୁଛି। ଗୁରୁବାର ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ବସିଥିଲା। ଉକ୍ତ ବୈଠକରେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, […] The post ନବୀନ ନିବାସରେ ଚାଲିଛି କସରତ appeared first on Dharitri Odia News.

ନବୀନ ନିବାସରେ ଚାଲିଛି କସରତ

ଭୁବନେଶ୍ୱର,୨୧ା୩: ଇତିମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ଏହା ପରଠାରୁ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଉଠିଛନ୍ତି। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ବୈଠକ ଉପରେ ବୈଠକ ବସୁଛି। ଗୁରୁବାର ଆସିକା ସଂସଦୀୟ କ୍ଷେତ୍ରର ସମୀକ୍ଷା ବୈଠକ ବସିଥିଲା। ଉକ୍ତ ବୈଠକରେ ଗଞ୍ଜାମ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ, ସୋରଡ଼ା ବିଧାୟକ ପୂର୍ଣ୍ଣ ସ୍ବାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ବୁଧବାର କୋରାପୁଟ ଏବଂ ନବରଙ୍ଗପୁର ସଂସଦୀୟ କ୍ଷେତ୍ରକୁ ନେଇ ଆଲୋଚନା ହୋଇଥିଲା।

The post ନବୀନ ନିବାସରେ ଚାଲିଛି କସରତ appeared first on Dharitri Odia News.