ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି। ସେମାନେ ହେଲେ ବଳରାମ ଦାସ(୧୫) ଏବଂ ମନମୋହନ ବେହେରା(୨୪)। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୭ ଜଣଙ୍କ ମଧ୍ୟରୁ ୨ ଆହତଙ୍କୁ ଆଜି କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ପୂର୍ବରୁ ୬ ଜଣ ଆହତ ବ୍ୟକ୍ତିଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣ ଆହତଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇସାରିଲାଣି। ବର୍ତ୍ତମାନ […] The post ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ appeared first on Dharitri Odia News.

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି। ସେମାନେ ହେଲେ ବଳରାମ ଦାସ(୧୫) ଏବଂ ମନମୋହନ ବେହେରା(୨୪)।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୭ ଜଣଙ୍କ ମଧ୍ୟରୁ ୨ ଆହତଙ୍କୁ ଆଜି କଟକ ବଡ଼ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଛନ୍ତି। ପୂର୍ବରୁ ୬ ଜଣ ଆହତ ବ୍ୟକ୍ତିଙ୍କୁ ଡିସଚାର୍ଜ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮ ଜଣ ଆହତଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇସାରିଲାଣି। ବର୍ତ୍ତମାନ ୧୫ଜଣ ରୋଗୀ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ମୋଟ୍‌ ମୃତ୍ୟୁସଂଖ୍ୟା ୧୩ରେ ପହଞ୍ଚିଥିବା ବେଳେ ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଥିବା ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

The post ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ appeared first on Dharitri Odia News.