ମାତୃହତ୍ୟା ମାମଲା: ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ
କଟକ,୨୯ା୧ (କାର୍ତ୍ତିକ ସାହୁ): ମାତୃହତ୍ୟା ମାମଲାରେ ଅଭିଯୁକ୍ତ ପୁତ୍ରଙ୍କୁ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ ହୋଇଛି। ପାରଳାଖେମୁଣ୍ଡି ଅତିରିକ୍ତ ସେସନ୍ ଜଜ୍ ମାମଲାର ଆବେଦନକାରୀ ତଥା ଅଭିଯୁକ୍ତ ସଞ୍ଜୟ ମଲ୍ଲିକ୍ଙ୍କୁ ମାତୃହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ମାମଲାର ବିବରଣୀ ଅନୁସାରେ, ୨୦୧୭ ଏପ୍ରିଲ ୪ ତାରିଖ ରାତି ୧୧ଟାରେ ସଞ୍ଜୟ ତାଙ୍କ ମାଆ ରୋହିଣୀ ମଲ୍ଲିକଙ୍କୁ କାଠଫାଳିଆ ଓ କାତିରେ ଆକ୍ରମଣ କରିଥିଲେ। ଫଳରେ ରୋହିଣୀଙ୍କର ମୃତ୍ୟୁ ଘଟିଥିଲା। […] The post ମାତୃହତ୍ୟା ମାମଲା: ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ appeared first on Dharitri Odia News.
କଟକ,୨୯ା୧ (କାର୍ତ୍ତିକ ସାହୁ): ମାତୃହତ୍ୟା ମାମଲାରେ ଅଭିଯୁକ୍ତ ପୁତ୍ରଙ୍କୁ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ ହୋଇଛି। ପାରଳାଖେମୁଣ୍ଡି ଅତିରିକ୍ତ ସେସନ୍ ଜଜ୍ ମାମଲାର ଆବେଦନକାରୀ ତଥା ଅଭିଯୁକ୍ତ ସଞ୍ଜୟ ମଲ୍ଲିକ୍ଙ୍କୁ ମାତୃହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ। ମାମଲାର ବିବରଣୀ ଅନୁସାରେ, ୨୦୧୭ ଏପ୍ରିଲ ୪ ତାରିଖ ରାତି ୧୧ଟାରେ ସଞ୍ଜୟ ତାଙ୍କ ମାଆ ରୋହିଣୀ ମଲ୍ଲିକଙ୍କୁ କାଠଫାଳିଆ ଓ କାତିରେ ଆକ୍ରମଣ କରିଥିଲେ। ଫଳରେ ରୋହିଣୀଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗଜପତି ଜିଲା ଗୁରାଣ୍ଡି ଥାନାରେ ମାମଲା ରୁଜୁ ହୋଇଥିଲା। ପାରଳାଖେମୁଣ୍ଡି ଅତିରିକ୍ତ ସେସନ୍ କୋର୍ଟରେ ମାମଲାର ଶୁଣାଣି ଚାଲିଥିଲା। କୋର୍ଟ ମାମଲାର ଶୁଣାଣି କରି ୨୦୧୮ ସେପ୍ଟେମ୍ବର ୧୮ ତାରିଖରେ ରାୟ ପ୍ରକାଶ କରି ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ପ୍ରଦାନ ପାଇଁ ଆଦେଶ ଦେଇଥିଲେ। ନିମ୍ନ ଅଦାଲତଙ୍କ ଏପରି ଦଣ୍ଡାଦେଶ ବିରୋଧରେ ଅଭିଯୁକ୍ତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ବିଚାରପତି ଡି. ଦାସ ଓ ବିଚାରପତି ଜି. ସି. ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପଯୁକ୍ତ ପ୍ରମାଣ ଅଭାବରୁ ନିମ୍ନ ଅଦାଲତଙ୍କ ଆଜୀବନ ଦଣ୍ଡାଦେଶକୁ ଖାରଜ କରିଛନ୍ତି।
The post ମାତୃହତ୍ୟା ମାମଲା: ଆଜୀବନ ଦଣ୍ଡାଦେଶ ହାଇକୋର୍ଟରେ ଖାରଜ appeared first on Dharitri Odia News.