ଏକ ଗର୍ତ୍ତରୁ ମିଳିଲା ଖଲ୍ଲିଙ୍କ ମୃତଦେହ, ସୋମବାରଠୁ ଥିଲେ ନିଖୋଜ

ଖଲ୍ଲିକୋଟ ୨୬।୦୩ :  ଗଞ୍ଜାମ ଜିଲ୍ଲା ବାସନାପୁଟି ଗାଁ ଆଇଆର୍‌ଇଏମ୍‌ ମାଇନିଂ ଅଞ୍ଚଳରେ ଅଘଟଣ । ଏକ ଗର୍ତ୍ତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ ଚମାଖଣ୍ଡ ଥାନା ଅଧିନା ବାସନାପୁଟି ଗାଁର ଖଲ୍ଲି ନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସୋମବାର ଠାରୁ ଖଲ୍ଲି ନାୟକ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ  ବାସନାପୁଟି ଗ୍ରାମ ଆଇଆରଇଏଲ ମାଇନିଂ ଅଞ୍ଚଳରେ ଏକ ଗର୍ତ୍ତରେ ତାଙ୍କ  ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ଏବେ ଯାଏଁ ତାଙ୍କର ମୃତ୍ୟୁ କିପରି ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।  

ଏକ ଗର୍ତ୍ତରୁ ମିଳିଲା ଖଲ୍ଲିଙ୍କ ମୃତଦେହ, ସୋମବାରଠୁ ଥିଲେ ନିଖୋଜ

ଖଲ୍ଲିକୋଟ ୨୬।୦୩ :  ଗଞ୍ଜାମ ଜିଲ୍ଲା ବାସନାପୁଟି ଗାଁ ଆଇଆର୍‌ଇଏମ୍‌ ମାଇନିଂ ଅଞ୍ଚଳରେ ଅଘଟଣ । ଏକ ଗର୍ତ୍ତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ ଚମାଖଣ୍ଡ ଥାନା ଅଧିନା ବାସନାପୁଟି ଗାଁର ଖଲ୍ଲି ନାୟକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ସୋମବାର ଠାରୁ ଖଲ୍ଲି ନାୟକ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ  ବାସନାପୁଟି ଗ୍ରାମ ଆଇଆରଇଏଲ ମାଇନିଂ ଅଞ୍ଚଳରେ ଏକ ଗର୍ତ୍ତରେ ତାଙ୍କ  ମୃତଦେହ ପଡିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛନ୍ତି । ଏବେ ଯାଏଁ ତାଙ୍କର ମୃତ୍ୟୁ କିପରି ହୋଇଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।