ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁବତୀଙ୍କ ଜୀବନ ନେଇଗଲା ବିବାହିତ ଯୁବକ

ଦେବଗଡ଼ : ପ୍ରେମ ପାଇଁ ଚାଲିଗଲା ଜୀବନ । ଏକ ତରଫା ପ୍ରେମ ଏତେ ଯେ ଭୟଙ୍କର ହେଇପାରେ ତାହା ଏହି ଘଟଣା ଦେଖିବା ପରେ ବୁଝିଯିବେ ଆପଣ । ପ୍ରେମ କରୁଥିଲେ ଏଇ ବିବାହିତ ଯୁବକ ଜଣକ କିନ୍ତୁ କଣ ହେଲା କେଜାଣି ଯେଉଁଥିପାଇଁ ଯୁବତୀଙ୍କ ଜୀବନ ନେଇଗଲେ ବିବାହିତ ଯୁବକ । ନିଜ ସ୍ତ୍ରୀ ପ୍ରେମଠୁ ଅଧିକା ପ୍ରିୟ ଥିଲା ପ୍ରେମିକାର ପ୍ରେମ । ନିଜ ୨ ସନ୍ତାନକୁ ବି ଭୁଲିଗଲେ । ଶେଷରେ […] The post ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁବତୀଙ୍କ ଜୀବନ ନେଇଗଲା ବିବାହିତ ଯୁବକ appeared first on KNews Odisha.

ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁବତୀଙ୍କ ଜୀବନ ନେଇଗଲା ବିବାହିତ ଯୁବକ

ଦେବଗଡ଼ : ପ୍ରେମ ପାଇଁ ଚାଲିଗଲା ଜୀବନ । ଏକ ତରଫା ପ୍ରେମ ଏତେ ଯେ ଭୟଙ୍କର ହେଇପାରେ ତାହା ଏହି ଘଟଣା ଦେଖିବା ପରେ ବୁଝିଯିବେ ଆପଣ । ପ୍ରେମ କରୁଥିଲେ ଏଇ ବିବାହିତ ଯୁବକ ଜଣକ କିନ୍ତୁ କଣ ହେଲା କେଜାଣି ଯେଉଁଥିପାଇଁ ଯୁବତୀଙ୍କ ଜୀବନ ନେଇଗଲେ ବିବାହିତ ଯୁବକ । ନିଜ ସ୍ତ୍ରୀ ପ୍ରେମଠୁ ଅଧିକା ପ୍ରିୟ ଥିଲା ପ୍ରେମିକାର ପ୍ରେମ । ନିଜ ୨ ସନ୍ତାନକୁ ବି ଭୁଲିଗଲେ । ଶେଷରେ ଏପରି କାଣ୍ଡ ଘଟାଛନ୍ତି ଯୁବକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରିଆମାଳ ଥାନା ଅନ୍ତର୍ଗତ ଖଡିନାଳୀ ଗାଁରେ ।

ଏକ ତରଫା ପ୍ରେମକୁ କେନ୍ଦ୍ର କରି ଖଡିନାଳୀ ଗ୍ରାମରେ ଜଣେ ଯୁବତୀକୁ ହତ୍ୟା କରାଯାଇଛି । ମୃତକ ହେଲେ ଖଡିନାଳୀ ଗ୍ରାମର ଯୁଗଳ ବେହେରାଙ୍କ ଝିଅ ସୁଇଟି ବେହେରା ।ଗତକାଲି ସଂନ୍ଧ୍ୟାରେ ଅଭିଯୁକ୍ତ ଜଣକ ଯୁଗଳଙ୍କ ଘରକୁ ଆସି ଯୁବତୀଙ୍କୁ ବଳ ପୂର୍ବକ ଉଠାଇ ନେଇ ଘର ବାଡି ପଟେ ତାଙ୍କୁ ମାରଣାସ୍ତ୍ରରେ ହତ୍ୟା କରିଥିଲେ । ମୃତ ଯୁବତୀଙ୍କ ପରିବାର ଲୋକେ ଏହା ଦେଖି ହତବାକ୍ ହୋଇ ରହିଯାଇଥିଲେ । କଣ କରିବେ କିଛି ଭାବିପାରି ନଥିଲେ । କିଛି ଉପାୟ ନପାଇ ପୋଲିସକୁ ଖବର ଦେଇଥିଲେ ।

ତେବେ ହତ୍ୟାକରୀ ଅଭିଯୁକ୍ତ ସେହି ଗ୍ରାମର ବିବାହିତ ଓମ ପ୍ରକାଶ ପ୍ରଧାନ ତାଙ୍କର ୨ଟି ସନ୍ତାନ ରହିଛି । ଅଭିଯୁକ୍ତ ଓମକୁ ରିଆମାଳ ପୁଲିସ ଅଟକ ରଖିଥିବା ବେଳେ ତା ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ପୁଲିସ ଜବତ କରିଛି ।

ଏନେଇ ଘଟଣା ସ୍ଥଳରେ ଏସଡିପିଓ ସୈାମ୍ୟ ରଞ୍ଜନ ମଲ୍ଲିକଙ୍କ ନେତୃତ୍ଵରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ପହଞ୍ଚି ମୃତ ଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ସାଂଇଟିଫିକ ଟିମ ଘଟଣା ସ୍ଥଲରେ ପହଂଚିବା ପରେ ଅଧିକ ତଦନ୍ତ କରାଯିବା ସହ ମୃତ ଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

The post ଏକ ତରଫା ପ୍ରେମରୁ ହତ୍ୟାକାଣ୍ଡ, ଯୁବତୀଙ୍କ ଜୀବନ ନେଇଗଲା ବିବାହିତ ଯୁବକ appeared first on KNews Odisha.