ଏକ ଦେଶ ଏକ ନିର୍ବାଚନ ଆଡକୁ ଆଉ ପାଦେ; ଲୋକସଭାରେ ବିଲ ଆଗତ, ଅଧିକ ବିଚାରବିମର୍ଶ ପରେ ଜେପିସି ରିପୋର୍ଟକୁ ଅପେକ୍ଷା

କନକ ବ୍ୟୁରୋ : ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଏକ ଦେଶ ଏକ ନିର୍ବାଚନ ବିଲ ଆଜି ଲୋକସଭାରେ ଆଗତ ହୋଇଛି । ଏଥିପାଇଁ ହୋଇଥିବା ଭୋଟିଂରେ ଶାସକ ଏନଡିଏମ୍ ମେଣ୍ଟ ସଫଳ ହୋଇଛି । ଯାହାଫଳରେ ବିଲ ଆଗତ ହେବା ସହ ଯୁଗ୍ମ ସଂସଦୀୟ କମିଟିକୁ ବିଚାର ପାଇଁ ପଠାଯାଇଛି । ଆଜି ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ବିଲକୁ ଆଗତ କରିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ଏହି ବିଲ ଲୋକସଭାରେ ଆଗତ ହେବାକୁ ନେଇ ମୋସନ ଉପରେ ହୋଇଥିବା ଭୋଟିଂ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ ପଡିଥିଲା । ପରେ ଏହାକୁ ଜେପିସିକୁ ଅଧିକ ବିଚାର ଆଲୋଚନା ପାଇଁ ପଠାଯାଇଛି ।  ‘ଏକକ ନିର୍ବାଚନ ବିଲ’ ଲୋକସଭାରେ ଆଗତ-ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ-ଏହି କମିଟିର ସୁପାରିଶରେ ଏହି ବିଧେୟକକୁ ପ୍ରସ୍ତୁତ କରାଯାଇଛି -ଏକକ ନିର୍ବାଚନ ଢାଞ୍ଝା କାର୍ୟ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି-ଦୀର୍ଘ ଦଶନ୍ଧିରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଥିବା ଏକ ବିଲକୁ ବଡ ପ୍ରସଙ୍ଗ କରିଥିଲା-ଏହା କାର୍ଯ୍ୟକାରୀ ହେଲେ ବିଶ୍ୱର ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନୀ ଢାଞ୍ଚାରେ ଆମୁଳଚୂଳ ପରିବର୍ତ୍ତନ ହେବ-ସାଧାରଣ ନିର୍ବାଚନ ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାଠି ହେବ -ବିରୋଧୀ ଏହି ଚର୍ଚ୍ଚିତ ବିଲକୁ ପ୍ରଥମରୁ ବିରୋଧ କରିଆସୁଛନ୍ତି ବି

ଏକ ଦେଶ ଏକ ନିର୍ବାଚନ ଆଡକୁ ଆଉ ପାଦେ; ଲୋକସଭାରେ ବିଲ ଆଗତ, ଅଧିକ ବିଚାରବିମର୍ଶ ପରେ ଜେପିସି ରିପୋର୍ଟକୁ ଅପେକ୍ଷା

କନକ ବ୍ୟୁରୋ : ବିରୋଧୀ ଦଳଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଏକ ଦେଶ ଏକ ନିର୍ବାଚନ ବିଲ ଆଜି ଲୋକସଭାରେ ଆଗତ ହୋଇଛି । ଏଥିପାଇଁ ହୋଇଥିବା ଭୋଟିଂରେ ଶାସକ ଏନଡିଏମ୍ ମେଣ୍ଟ ସଫଳ ହୋଇଛି । ଯାହାଫଳରେ ବିଲ ଆଗତ ହେବା ସହ ଯୁଗ୍ମ ସଂସଦୀୟ କମିଟିକୁ ବିଚାର ପାଇଁ ପଠାଯାଇଛି ।

ଆଜି ଲୋକସଭାରେ ଏକ ଦେଶ ଏକ ନିର୍ବାଚନ ବିଲକୁ ଆଗତ କରିଥିଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ । ଏହି ବିଲ ଲୋକସଭାରେ ଆଗତ ହେବାକୁ ନେଇ ମୋସନ ଉପରେ ହୋଇଥିବା ଭୋଟିଂ ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ ପଡିଥିଲା । ପରେ ଏହାକୁ ଜେପିସିକୁ ଅଧିକ ବିଚାର ଆଲୋଚନା ପାଇଁ ପଠାଯାଇଛି ।

 ‘ଏକକ ନିର୍ବାଚନ ବିଲ’ ଲୋକସଭାରେ ଆଗତ
-ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ୮ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ
-ଏହି କମିଟିର ସୁପାରିଶରେ ଏହି ବିଧେୟକକୁ ପ୍ରସ୍ତୁତ କରାଯାଇଛି 
-ଏକକ ନିର୍ବାଚନ ଢାଞ୍ଝା କାର୍ୟ୍ୟକାରୀ କରିବାକୁ ବ୍ୟାପକ ସାମ୍ବିଧାନିକ ସଂଶୋଧନ ଆବଶ୍ୟକ ରହିଛି
-ଦୀର୍ଘ ଦଶନ୍ଧିରୁ ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ଥିବା ଏକ ବିଲକୁ ବଡ ପ୍ରସଙ୍ଗ କରିଥିଲା
-ଏହା କାର୍ଯ୍ୟକାରୀ ହେଲେ ବିଶ୍ୱର ସର୍ବବୃହତ୍ତ ଗାଣତାନ୍ତ୍ରିକ ରାଷ୍ଟ୍ର ଭାରତର ନିର୍ବାଚନୀ ଢାଞ୍ଚାରେ ଆମୁଳଚୂଳ ପରିବର୍ତ୍ତନ ହେବ
-ସାଧାରଣ ନିର୍ବାଚନ ଓ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚନ ଏକାଠି ହେବ 
-ବିରୋଧୀ ଏହି ଚର୍ଚ୍ଚିତ ବିଲକୁ ପ୍ରଥମରୁ ବିରୋଧ କରିଆସୁଛନ୍ତି

ବିଲ ଆଇନରେ ପରିଣତ ହେଲେ ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ । ମାତ୍ର ଏହି ବିଲ ଆଇନରେ ପରିଣତ ହେବା ସହଜ ନୁହେଁ । ଏଥିପାଇଁ ସଂସଦର ଉଭୟ ଗୃହରେ ଦୁଇ ତୃତୀୟାଂଶ ମେଜରଟିର ଆବଶ୍ୟକତା ରହିଛି । ଯଦି ଲୋକସଭାର ସମୁଦାୟ ସଦସ୍ୟ ସଂଖ୍ୟାର ୫୪୫ ଧରାଯାଏ, ତେବେ ୩୬୪ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ । ଯାହା ଶାସକ ଏନଡିଏନ ମେଣ୍ଟ ପାଖରେ ବର୍ତ୍ତମାନ ନାହିଁ । ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଇସ୍ତାହାରରେ ଏହାକୁ ବି ସାମିଲ କରିଥିଲା । ସରକାର ସମସ୍ତଙ୍କୁ ସାମିଲ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ବିଲ ଆଗତ ହେବା ମାତ୍ରେ ବିରୋଧୀ ଏହାକୁ ବିରୋଧ କରିଛନ୍ତି । ଚଳିତମାସ ୧୨ ତାରିଖରେ ଏହି ବିଲକୁ ମୋଦି କ୍ୟାବିନେଟରେ ଅନୁମୋଦନ ମିଳିଥିଲା । ଆଜି ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚା ଚାଲିଥିବା ବେଳେ ନିମ୍ନସଦନ ଲୋକସଭାରେ ଏହାକୁ ଆଗତ କରାଯାଇଛି । ଏହି ସମ୍ବିଧାନ ସଂସ୍କାରଧର୍ମୀ ବିଲ୍‌କୁ ଯୁଗ୍ନ ସଂସଦୀୟ କମିଟିକୁ ପଠାଯିବାର ଯଥେଷ୍ଟ ସମ୍ଭାବନା ରହିଛି ।