ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ବ ଆମମାନଙ୍କୁ ମିଳିଛି: ମୁଖ୍ୟମନ୍ତ୍ରୀ
ରାଜ୍ୟର ନବ ନିର୍ବାଚିତ ସମସ୍ତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି ବିଜେପି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଥିଲେ ।
ଆମକୁ ଐତିହାସିକ ବିଜୟ ମିଳିଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି। ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଯେଉଁମାନଙ୍କ ବଳିଦାନ ପାଇଁ ଏହା ସମ୍ଭବ ହୋଇଛି, ସେମାନଙ୍କୁ ଶ୍ରେୟ ଦେଉଛି ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧିକ କଣ କହିଛନ୍ତି ଶୁଣନ୍ତୁ ।