୪ ହଜାରରୁ ଊର୍ଦ୍ଧ୍ୱ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

କଫ ସିରପ ଚାଲାଣ ହେଉଥିବା ନେଇ ବରଗଡ଼ ଟାଉନ ଥାନା ପୁଲିସ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା।

୪ ହଜାରରୁ ଊର୍ଦ୍ଧ୍ୱ କଫ୍‌ ସିରପ ବୋତଲ ଜବତ, ୧୭ ଗିରଫ

ବରଗଡ଼ ଟାଉନ ଥାନା ପୁଲିସ ୪ ହଜାରରୁ ଊର୍ଦ୍ଧ୍ୱ କଫ୍ ସିରପ ଜବତ କରିବା ସହିତ ୧୭ ଜଣଙ୍କୁ ଗିରଫ କରିଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ବରଗଡ଼ ଏସ୍‌ପି ପି. ଏସ୍ ମୀନା।

ଏସ୍‌ପିଙ୍କ ସୂଚନା ଅନୁଯାୟୀ, କଫ ସିରପ ଚାଲାଣ ହେଉଥିବା ନେଇ ବରଗଡ଼ ଟାଉନ ଥାନା ପୁଲିସ ବିଶ୍ୱସ୍ତସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା। ଜବତ କଫ ସିରପର ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ଠାରୁ ୨ଟି ଚାରି ଚକିଆ ଯାନ ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଏହି କଫ ସିରପ କୋଲାକାତାରୁ ଆସିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ବରଗଡ଼ରେ ନିଶା କାରବାରକୁ ରୋକିବାକୁ ପୁଲିସ୍ ପକ୍ଷରୁ ବ୍ୟାପକ ଚଢ଼ାଉ ଜାରି ରହିଥିବା ଏସ୍‌ପି କହିଛନ୍ତି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୮୦୬ କେଜି ଗଞ୍ଜେଇ,୧୮ ହଜାରୁ ଊର୍ଦ୍ଧ୍ୱ କଫ୍ ସିରପ ବୋତଲ, ୫.୭ ଗ୍ରାମ ବ୍ରାଉନ୍ ସୁଗର ସହିତ ଅନ୍ୟାନ୍ୟ ନିଶାଦ୍ରବ୍ୟ ଜବତ କରାଯାଇଥିବା ନେଇ ଏସ୍‌ପି ସୂଚନା ଦେଇଛନ୍ତି।