ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ 

ନୂଆଦିଲ୍ଲୀ,୧୩।୧୦: ଦେଶବ୍ୟାପୀ ପବିତ୍ର ନବରାତ୍ରି ଉତ୍ସବ ଜାରି ରହିଛି। ଏ ନେଇ  ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଦିଲ୍ଲୀରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ଏକା ସମୟରେ ରାବଣପୋଡି ଉତ୍ସବରେ ସାମିଲ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଶନିବାର ସନ୍ଧ୍ୟାରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ରାବଣ ଦହନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଥିଲେ । ହାତରେ ଧନୁ […] The post ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ  appeared first on Dharitri Odia News.

ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ 
ନୂଆଦିଲ୍ଲୀ,୧୩।୧୦: ଦେଶବ୍ୟାପୀ ପବିତ୍ର ନବରାତ୍ରି ଉତ୍ସବ ଜାରି ରହିଛି। ଏ ନେଇ  ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଦିଲ୍ଲୀରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି । ଏକା ସମୟରେ ରାବଣପୋଡି ଉତ୍ସବରେ ସାମିଲ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
ଶନିବାର ସନ୍ଧ୍ୟାରେ ଦିଲ୍ଲୀର ରାମଲୀଳା ମୈଦାନରେ ଆୟୋଜିତ ରାବଣ ଦହନ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହୋଇଥିଲେ । ହାତରେ ଧନୁ ତୀର ଧାରଣ କରି ଉତ୍ସବରୁ ଶୁଭାରମ୍ଭ କରିଥିଲେ ମୋଦି ।
ଅନ୍ୟପକ୍ଷେ, ଦିଲ୍ଲୀର ନବଶ୍ରୀ ଧାର୍ମିକ ପୂଜା କମିଟି ଦ୍ବାରା ଆୟୋଜିତ ରାବଣପୋଡି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।
ସେ ମଧ୍ୟ ଧନୁ ତୀର ଧାରଣ କରି ରାବଣପୋଡି ଉତ୍ସବକୁ ଆରମ୍ଭ କରିଥିଲେ । ଦଶହରା ଅବସରରେ ଦେଶର ଦୁଇ ରାଜନେତାଙ୍କ କିଛି ଫଟୋ ଭାଇରାଲ ହେବାରେ ଲାଗିଛି । ଦେଶବ୍ୟାପୀ ମା’ଙ୍କ ପୂଜା ପାଇଁ ସବୁଠି ଚଳଚଞ୍ଚଳ। ଶନିବାର ରାତିରେ ଦେଶର ବିଭିନ୍ନ ସ୍ଥାନରେ ରାବଣପୋଡି ଉତ୍ସବ ଆୟୋଜିତ ହୋଇଥିବା ବେଳେ ରବିବାର ଅନ୍ୟ କେତେକ ସ୍ଥାନରେ ରବଣ ପୋଡ଼ି ହେବ।

The post ଏକ ସମୟରେ ରାବଣପୋଡି ଉତ୍ସବରେ ସାମିଲ ହେଲେ ମୋଦି-ରାହୁଲ, ଫଟୋ ଭାଇରାଲ  appeared first on Dharitri Odia News.