ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା : ଲୋକସଭାରେ ବିଲ୍‌ ଆଗତ

କନକବ୍ୟୁରୋ :  ଦେଶରେ ଏକକ ନିର୍ବାଚନ ପାଇଁ ଆଉ ଏକ ପାଦ ଆଗକୁ ବଢିଛନ୍ତି ମୋଦି ସରକାର  ।  ଏ ନେଇ ମଙ୍ଗଳବାର ଦୁଇଟି ବିଲ୍ ଆଗତ ହୋଇଛି । ବିଲ ନେଇ ମୋସନ ଆସିବା ପରେ ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଛନ୍ତି ସଦସ୍ୟ । ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଛି ।  ଏବେ ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ । ଜେପିସି ରିପୋର୍ଟ ଦେବା ପରେ  ବିଲ ପୁଣି ପାର୍ଲାମେଂଟରେ ଆଗତ ହେବ । ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ବେଳେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଛନ୍ତି, ଦେଶରେ ଗଣତନ୍ତ୍ର ଅଛି, ପରିବାରବାଦର ଆବଶ୍ୟକ ନାହିଁ। ଏଠାରେ ତୁଷ୍ଟିକରଣ ରାଜନୀତିର କୌଣସି ସ୍ଥାନ ନାହିଁ  ।  କଂଗ୍ରେସ ସର୍ବଦା ପରିବାରବାଦ, ତୁଷ୍ଟିକରଣ ଓ ଦୁର୍ନୀତିକୁ ଆଗରେ ରଖିଛି। ଏହି ତିନି କାମକୁ ଛାଡ଼ିଦେଲେ, ଜନତା ତାଙ୍କୁ ଜିତାଇଦେବେ । ଏହାସହ ଅମିତ ଶାହା ଆହୁରି କହିଛନ୍ତି ଯେ ଦେଶ ସ୍ବାଧୀନତା ପରେ ବିଜେପି ଏପର୍ୟ୍ୟନ୍ତ ମାତ୍ର ୧୬ ବର୍ଷ ଶାସନ କରିଛି। ଏଥିରେ ବିଜେପି ସରକାର ୨୨ଥର ସମ୍ବିଧାନ ସଂଶୋଧନ କରିଛନ୍ତି। କିନ୍ତୁ କଂଗ୍ରେସ ୫୫ ବର୍ଷ ଧରି ଦେଶରେ ରାଜ କରିଛି, ଯେଉଁଥିରେ ୭୭ଥର ସମ୍ବିଧାନ ସଂଶୋଧନ କରାଯାଇଛି। କଂଗ୍ରେସ ଓ ବିଜେପି ସରକାରରେ ହୋଇଥିବା ୪ ସମ୍ବିଧାନ ସଂଶୋଧନ ସମ୍ବନ୍ଧରେ ଗୃହରେ ଆଲୋଚନା କରିଛନ୍ତି ଅମି

ଏକକ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ପ୍ରକ୍ରିୟା : ଲୋକସଭାରେ ବିଲ୍‌ ଆଗତ

କନକବ୍ୟୁରୋ :  ଦେଶରେ ଏକକ ନିର୍ବାଚନ ପାଇଁ ଆଉ ଏକ ପାଦ ଆଗକୁ ବଢିଛନ୍ତି ମୋଦି ସରକାର  ।  ଏ ନେଇ ମଙ୍ଗଳବାର ଦୁଇଟି ବିଲ୍ ଆଗତ ହୋଇଛି । ବିଲ ନେଇ ମୋସନ ଆସିବା ପରେ ସଂସଦରେ ପ୍ରଥମଥର ପାଇଁ ଇଲେକ୍‌ଟ୍ରୋନିକ ଭୋଟିଂ ମେସିନରେ ଭୋଟ୍‌ ଦେଇଛନ୍ତି ସଦସ୍ୟ । ସପକ୍ଷରେ ୨୬୯ ଓ ବିପକ୍ଷରେ ୧୯୮ ଭୋଟ୍‌ ପଡ଼ିବାରୁ ବିଲ୍‌ ଆଗତ ପାଇଁ ବାଟ ଫିଟିଛି । 

ଏବେ ବିଲକୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯିବ । ଜେପିସି ରିପୋର୍ଟ ଦେବା ପରେ  ବିଲ ପୁଣି ପାର୍ଲାମେଂଟରେ ଆଗତ ହେବ । ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ବେଳେ କଂଗ୍ରେସ ଉପରେ ଖୁବ୍ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । କହିଛନ୍ତି, ଦେଶରେ ଗଣତନ୍ତ୍ର ଅଛି, ପରିବାରବାଦର ଆବଶ୍ୟକ ନାହିଁ। ଏଠାରେ ତୁଷ୍ଟିକରଣ ରାଜନୀତିର କୌଣସି ସ୍ଥାନ ନାହିଁ  ।  କଂଗ୍ରେସ ସର୍ବଦା ପରିବାରବାଦ, ତୁଷ୍ଟିକରଣ ଓ ଦୁର୍ନୀତିକୁ ଆଗରେ ରଖିଛି। ଏହି ତିନି କାମକୁ ଛାଡ଼ିଦେଲେ, ଜନତା ତାଙ୍କୁ ଜିତାଇଦେବେ ।

ଏହାସହ ଅମିତ ଶାହା ଆହୁରି କହିଛନ୍ତି ଯେ ଦେଶ ସ୍ବାଧୀନତା ପରେ ବିଜେପି ଏପର୍ୟ୍ୟନ୍ତ ମାତ୍ର ୧୬ ବର୍ଷ ଶାସନ କରିଛି। ଏଥିରେ ବିଜେପି ସରକାର ୨୨ଥର ସମ୍ବିଧାନ ସଂଶୋଧନ କରିଛନ୍ତି। କିନ୍ତୁ କଂଗ୍ରେସ ୫୫ ବର୍ଷ ଧରି ଦେଶରେ ରାଜ କରିଛି, ଯେଉଁଥିରେ ୭୭ଥର ସମ୍ବିଧାନ ସଂଶୋଧନ କରାଯାଇଛି। କଂଗ୍ରେସ ଓ ବିଜେପି ସରକାରରେ ହୋଇଥିବା ୪ ସମ୍ବିଧାନ ସଂଶୋଧନ ସମ୍ବନ୍ଧରେ ଗୃହରେ ଆଲୋଚନା କରିଛନ୍ତି ଅମିତ ଶାହା।