ଏକକ ନିର୍ବାଚନ ପାଇଁ ଫିଟୁଛି ବାଟ ! ଏବେ ପାର୍ଲାମେଣ୍ଟରେ ଆସିବ ବିଲ୍
କନକ ବ୍ୟୁରୋ: ଏକକ ନିର୍ବାଚନ ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପାର୍ଲାମେଣ୍ଟ୍ରେ ଆସନ୍ତା ସପ୍ତାହରେ ଆଗତ କରିପାରନ୍ତି ସରକାର । ସରକାର ବିଲ୍ ପାସ ପାଇଁ ସବୁ ପକ୍ଷର ସମର୍ଥନ ଲୋଡ଼ି ପାରନ୍ତି । ଆଉ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ବିଲର ଉଦ୍ଦେଶ୍ୟ ହେଲା, ଦେଶରେ ଗୋଟିଏ ଥରରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା । ସରକାର ଏହା ଉପରେ ବିସ୍ତୁତ ଆଲୋଚନା ଚାହିଁଛନ୍ତି । ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବାବେଳେ ୧୫ ଦଳ କୌଣସି ମତାମତ ଦେଇନଥିଲେ । ଏକକ ନିର୍ବାଚନ ସପକ୍ଷରେ ବିଜେପି ଓ ସହଯୋଗୀ ଯୁକ୍ତି ବାଢୁଥିବାବେଳେ କଂଗ୍ରେସ ସମେତ ଆଞ୍ଚଳିକ ଦଳମାନେ ଏହାକୁ ବିରୋଧ କରୁଛନ୍ତି । ବିଜେଡି ବିଧାୟକ କହିଛନ୍ତି, ଏକକ ନିର୍ବାଚନ କରିବା କଷ୍ଟକର । ଏକକ ନିର୍ବାଚନ ସପକ୍ଷରେ ସରକାରଙ୍କ ଯୁକ୍ତି- ଟଙ୍କା ଓ ସମୟର ଅପବ୍ୟୟ ରୋକିହେବ- ପ୍ରଶାସନିକ ବ୍ୟବସ୍ଥା ଠିକ ରହିବ- ବିକାଶ କାର୍ୟ୍ୟକୁ ଅଧିକ ସମୟ ମିଳିବ ତେବେ ଏକକ ନିର୍ବାଚନ ପାଇଁ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ଅଧିକ ରହିଛି । ଏକକ ନିର୍ବାଚନ: ମୋଦିଙ୍କ ପାଇଁ ଚ୍ୟାଲେଞ୍

କନକ ବ୍ୟୁରୋ: ଏକକ ନିର୍ବାଚନ ବିଲକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ପାର୍ଲାମେଣ୍ଟ୍ରେ ଆସନ୍ତା ସପ୍ତାହରେ ଆଗତ କରିପାରନ୍ତି ସରକାର । ସରକାର ବିଲ୍ ପାସ ପାଇଁ ସବୁ ପକ୍ଷର ସମର୍ଥନ ଲୋଡ଼ି ପାରନ୍ତି । ଆଉ ଏହାକୁ ଆଲୋଚନା ପାଇଁ ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇପାରେ । ବିଲର ଉଦ୍ଦେଶ୍ୟ ହେଲା, ଦେଶରେ ଗୋଟିଏ ଥରରେ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା । ସରକାର ଏହା ଉପରେ ବିସ୍ତୁତ ଆଲୋଚନା ଚାହିଁଛନ୍ତି । ସରକାର ଗୋଟିଏ ଦେଶ-ଗୋଟିଏ ନିର୍ବାଚନ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ସମିତି ଗଠନ କରିଥିଲେ । କମିଟି ୬୨ ରାଜନୈତିକ ଦଳର ମତାମତ ନେଇଥିଲା । ଏମାନଙ୍କ ମଧ୍ୟରୁ ୩୨ ରାଜନୈତିକ ଦଳ ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ ସମର୍ଥନ କରିଥିଲେ। ୧୫ ଦଳ ବିରୋଧ କରିଥିବାବେଳେ ୧୫ ଦଳ କୌଣସି ମତାମତ ଦେଇନଥିଲେ ।
ଏକକ ନିର୍ବାଚନ ସପକ୍ଷରେ ବିଜେପି ଓ ସହଯୋଗୀ ଯୁକ୍ତି ବାଢୁଥିବାବେଳେ କଂଗ୍ରେସ ସମେତ ଆଞ୍ଚଳିକ ଦଳମାନେ ଏହାକୁ ବିରୋଧ କରୁଛନ୍ତି । ବିଜେଡି ବିଧାୟକ କହିଛନ୍ତି, ଏକକ ନିର୍ବାଚନ କରିବା କଷ୍ଟକର ।
ଏକକ ନିର୍ବାଚନ ସପକ୍ଷରେ ସରକାରଙ୍କ ଯୁକ୍ତି
- ଟଙ୍କା ଓ ସମୟର ଅପବ୍ୟୟ ରୋକିହେବ
- ପ୍ରଶାସନିକ ବ୍ୟବସ୍ଥା ଠିକ ରହିବ
- ବିକାଶ କାର୍ୟ୍ୟକୁ ଅଧିକ ସମୟ ମିଳିବ
ତେବେ ଏକକ ନିର୍ବାଚନ ପାଇଁ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ଅଧିକ ରହିଛି ।
ଏକକ ନିର୍ବାଚନ: ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ୍
-ସରକାରଙ୍କୁ ସମ୍ବିଧାନ ସଂଶୋଧନ କରିବାକୁ ହେବ
-ସମ୍ବିଧାନରେ ୫ଟି ସଂଶୋଧନ କରିବାକୁ ହେବ
-ପାସ୍ ପାଇଁ ପାର୍ଲାମେଂଟର ଦୁଇ -ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ
-ଲୋକସଭାରେ ୩୬୨ ଓ ରାଜ୍ୟସଭାରେ ୧୬୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ
-ପାର୍ଲାମେଂଟରେ ପାସ ପରେ ଅତି କମରେ ୧୫ ରାଜ୍ୟ ବିଧାନସଭାର ଅନୁମୋଦନ ଜରୁରୀ
-ପାର୍ଲାମେଂଟରେ ଦୁଇ-ତୃତୀୟାଂଶ ସମର୍ଥନ ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ
ଗୋଟିଏ ଦେଶ-ଗୋଟିଏ ନିର୍ବାଚନକୁ କଂଗ୍ରେସ ସମେତ ୧୫ ଦଳ ବିରୋଧ କରୁଛନ୍ତି । ରାଜ୍ୟସଭାରେ ଏନଡିଏ ପାଖରେ ୧୧୨ ଓ ବିରୋଧୀଙ୍କ ପାଖରେ ୮୫ ଆସନ ରହିଛି । ଲୋକସଭାରେ ଏନଡିଏ ପାଖରେ ୨୯୨ ଆସନ ଅଛି । ଏଭଳି ସ୍ଥଳେ ବିଲ ପାଇଁ ସହମତି ମୋଦିଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ ।