ଏକକାଳୀନ ୫୦ ସ୍ଥାନରେ ଆୟକର ବିଭାଗ ଚଢ଼ାଉ ପରେ ୫% ଖସିଲା ପଲିକ୍ୟାବ ଶେୟାର
ନୂଆଦିଲ୍ଲୀ, ୨୨ା୧୨: ଦେଶବ୍ୟାପି ୫୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ୫ ପ୍ରତିଶତ ହ୍ରାସ ପାଇଛି ‘ପଲିକ୍ୟାବ’ ଶେୟାର। ସୂଚନା ଅନୁଯାୟୀ କମ୍ପାନୀର ବରିଷ୍ଠ ଅଧିକାରୀ ମାନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। କେଉଁ କାରଣରୁ ଏହି ଚଢ଼ାଉ କରାଯାଇଛି ସେ ବିଷୟରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ କମ୍ପାନୀକୁ ଜବାବ ତଲବ କରିଛି। […] The post ଏକକାଳୀନ ୫୦ ସ୍ଥାନରେ ଆୟକର ବିଭାଗ ଚଢ଼ାଉ ପରେ ୫% ଖସିଲା ପଲିକ୍ୟାବ ଶେୟାର appeared first on Dharitri Odia News.
ନୂଆଦିଲ୍ଲୀ, ୨୨ା୧୨: ଦେଶବ୍ୟାପି ୫୦ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ପରେ ୫ ପ୍ରତିଶତ ହ୍ରାସ ପାଇଛି ‘ପଲିକ୍ୟାବ’ ଶେୟାର। ସୂଚନା ଅନୁଯାୟୀ କମ୍ପାନୀର ବରିଷ୍ଠ ଅଧିକାରୀ ମାନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ ହୋଇଛି। କେଉଁ କାରଣରୁ ଏହି ଚଢ଼ାଉ କରାଯାଇଛି ସେ ବିଷୟରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ମଧ୍ୟ ଏ ସମ୍ପର୍କରେ କମ୍ପାନୀକୁ ଜବାବ ତଲବ କରିଛି।
ଶୁକ୍ରବାର କମ୍ପାନୀର ଶେୟର ୫% ହ୍ରାସ ପାଇଁ ପ୍ରତି ଶେୟାର ମୂଲ୍ୟ ୫,୩୨୬ ଟଙ୍କା ରହିଛି। ଗତ ଏକ ବର୍ଷ ମଧ୍ୟରେ କମ୍ପାନୀର ଷ୍ଟକ ୧୧୩ ପ୍ରତିଶତ ବୃଦ୍ଧି ପାଇଛି, ଯେତେବଳେ କି ୨୦୨୨ରେ ଏହା ୧୦୯ ପ୍ରତିଶତ ରହିଥିଲା। ଗଲା ତିନି ବର୍ଷ ମଧ୍ୟରେ କମ୍ପାନୀର ଶେୟାର ୪୪୯ ପ୍ରତିଶତ ବୃଦ୍ଧି ପାଇଛି।
ଚଳିତ ମାସ ୧୨ ତାରିଖରେ କମ୍ପାନୀ ଏହାର ପ୍ରତି ଶେୟାର ମୂଲ୍ୟ ସର୍ବାଧିକ ୫,୭୩୩ ଟଙ୍କା ଛୁଇଁଥିଲା। ସେପ୍ଟେମ୍ବର ତ୍ରୈମାସିକରେ କମ୍ପାନୀ ୫୯ ପ୍ରତିଶତ ସହିତ ୪୨୬ କୋଟି ଟଙ୍କା ଲାଭ କରିଥିଲା। ଯେତେବେଲେକି ସେପ୍ଟେମ୍ବର ୨୦୨୨ ତ୍ରୈମାସିକରେ କମ୍ପାନୀ ୨୬୮ କୋଟି ଲାଭ ରିପୋର୍ଟ କରିଥିଲା।
The post ଏକକାଳୀନ ୫୦ ସ୍ଥାନରେ ଆୟକର ବିଭାଗ ଚଢ଼ାଉ ପରେ ୫% ଖସିଲା ପଲିକ୍ୟାବ ଶେୟାର appeared first on Dharitri Odia News.