ଏକଜିଟ ପୋଲ ପରେ ଉଛୁଳିଲା ସେୟାର ବଜାର, ସର୍ବକାଳୀନ ରେକର୍ଡ ଛୁଇଁଲା ସେନସେକ୍ସ ଓ ନିଫ୍ଟି

ମୁମ୍ୱାଇ ୦୩/୦୬: ଏକଜିଟ ପୋଲ ପରେ ରେକର୍ଡ ଛୁଇଁଛି ସେୟାର ବଜାର । ରିପୋର୍ଟ ଆସିବା ପରେ ନୂଆ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ସର୍ବକାଳୀନ ରେକର୍ଡ ଛୁଇଁଛି ସେନସେକ୍ସ ଓ ନିଫ୍ଟି । ସେନସେକ୍ସରେ ୨୦୦୦ ଅଙ୍କ ବୃଦ୍ଧି ସହ ଆରମ୍ଭ ହୋଇଛି କାରବାର । ୭୬ ହାର ପଏଣ୍ଟ ପାର କରିଛି ସେନସେକ୍ସ । ସେହିପରି ନିଫଟିରେ ୬୦୦ ପଏଂଟ ବୃଦ୍ଧି ସହ ୨୩ ହଜାର ପଏଣ୍ଟ ପାର କରିଛି ନିଫଟି । ମାର୍କେଟ ଧାରାକୁ ଦେଖିଲେ ଅଧିକ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି । ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି । ସୋମବାର ଷ୍ଟକ୍ ମାର୍କେଟ୍ ଖୋଲିବା ସହିତ ସେନ୍ସେକ୍ସ ଏବଂ ନିଫ୍ଟି ସେମାନଙ୍କର ନୂଆ  ଶିଖରକୁ ଛୁଇଁଥିଲା । ଯଦିଓ ଗତ ବାଣିଜ୍ୟ ସପ୍ତାହରେ ଷ୍ଟକ୍ ମାର୍କେଟରେ ବଡ଼ ଧରଣର ଉତଥାନ ପତ୍ତନ ଦେଖିବାକୁ ମିଳିଥିଲା । ତଥାପି ଏହି ସେନ୍ସେକ୍ସ ଏବଂ ନିଫ୍ଟି ସେମାନଙ୍କର ନୂତନ ସର୍ବକାଳୀନ ରେକର୍ଡ ଛୁଇଁଛି । ତେବେ ଗତ ଶୁକ୍ରବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୭୩ ହଜାର୍ ପାର୍‌ କରି ସାମାନ୍ୟ ୭୬ ପଏଣ୍ଟ ବୃଦ୍ଧି ପାଇ ବନ୍ଦ ହୋଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୨ ପଏଣ୍ଟ ବୃଦ୍ଧି ସହିତ ୨୨ ହଜାରରୁ ଅଧିକରେ ବନ୍ଦ ହୋଇଯାଇଛି । 

ଏକଜିଟ ପୋଲ ପରେ ଉଛୁଳିଲା ସେୟାର ବଜାର, ସର୍ବକାଳୀନ ରେକର୍ଡ ଛୁଇଁଲା ସେନସେକ୍ସ ଓ ନିଫ୍ଟି

ମୁମ୍ୱାଇ ୦୩/୦୬: ଏକଜିଟ ପୋଲ ପରେ ରେକର୍ଡ ଛୁଇଁଛି ସେୟାର ବଜାର । ରିପୋର୍ଟ ଆସିବା ପରେ ନୂଆ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ସର୍ବକାଳୀନ ରେକର୍ଡ ଛୁଇଁଛି ସେନସେକ୍ସ ଓ ନିଫ୍ଟି । ସେନସେକ୍ସରେ ୨୦୦୦ ଅଙ୍କ ବୃଦ୍ଧି ସହ ଆରମ୍ଭ ହୋଇଛି କାରବାର । ୭୬ ହାର ପଏଣ୍ଟ ପାର କରିଛି ସେନସେକ୍ସ । 

ସେହିପରି ନିଫଟିରେ ୬୦୦ ପଏଂଟ ବୃଦ୍ଧି ସହ ୨୩ ହଜାର ପଏଣ୍ଟ ପାର କରିଛି ନିଫଟି । ମାର୍କେଟ ଧାରାକୁ ଦେଖିଲେ ଅଧିକ ଅଭିବୃଦ୍ଧି ନେଇ ଆକଳନ କରାଯାଉଛି । ସେୟାର ମାର୍କେଟରେ ଏହି ବୃଦ୍ଧି ପରେ ଏହାର ପ୍ରଭାବ ସୁନା ଓ ରୂପା ଉପରେ ମଧ୍ୟ ଦେଖାଯିବ ବୋଲି ଆଶା କରାଯାଉଛି । 

ସୋମବାର ଷ୍ଟକ୍ ମାର୍କେଟ୍ ଖୋଲିବା ସହିତ ସେନ୍ସେକ୍ସ ଏବଂ ନିଫ୍ଟି ସେମାନଙ୍କର ନୂଆ  ଶିଖରକୁ ଛୁଇଁଥିଲା । ଯଦିଓ ଗତ ବାଣିଜ୍ୟ ସପ୍ତାହରେ ଷ୍ଟକ୍ ମାର୍କେଟରେ ବଡ଼ ଧରଣର ଉତଥାନ ପତ୍ତନ ଦେଖିବାକୁ ମିଳିଥିଲା । ତଥାପି ଏହି ସେନ୍ସେକ୍ସ ଏବଂ ନିଫ୍ଟି ସେମାନଙ୍କର ନୂତନ ସର୍ବକାଳୀନ ରେକର୍ଡ ଛୁଇଁଛି । 

ତେବେ ଗତ ଶୁକ୍ରବାର ଦିନ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍ସେକ୍ସ ୭୩ ହଜାର୍ ପାର୍‌ କରି ସାମାନ୍ୟ ୭୬ ପଏଣ୍ଟ ବୃଦ୍ଧି ପାଇ ବନ୍ଦ ହୋଇଥିବାବେଳେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ୪୨ ପଏଣ୍ଟ ବୃଦ୍ଧି ସହିତ ୨୨ ହଜାରରୁ ଅଧିକରେ ବନ୍ଦ ହୋଇଯାଇଛି ।