ଏକଜିଟ ପୋଲ ଭାଜପାକୁ ଦେଲା ୩୬୧, ଫଳାଫଳକୁ ଦେଖି ଭୋ ଭୋ କାନ୍ଦିଲେ ଆକ୍ସିସ ମାଇଁ ଇଣ୍ଡିଆର ମାଲିକ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଏକଜିଟ ପୋଲକୁ ଧୋଇ ଦେଇଛି। ଏକଜିଟ ପୋଲରେ ସମସ୍ତ ସଂସ୍ଥା ପ୍ରାୟ ୪୦୦ ଟି ଆସନରେ ଭାଜପା-ଏନଡିଏକୁ ବିଜୟ ପ୍ରଦାନ କରୁଥିଲେ। କିନ୍ତୁ ଜୁନ ୪, ମଙ୍ଗଳବାର ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ଥିଲା। ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ ସଂଖ୍ୟାଗରିଷ୍ଠତା ହାସଲ କଲା କିନ୍ତୁ ୨୯୨ ଟି ସିଟ ସହିତ। ଏକଜିଟ ପୋଲ ଏଜେନ୍ସି ଆକ୍ସିସ ମାଇ ଇଣ୍ଡିଆର ମୁଖ୍ୟ ପ୍ରଦୀପ ଗୁପ୍ତା କହିଛନ୍ତି ଯେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର […] The post ଏକଜିଟ ପୋଲ ଭାଜପାକୁ ଦେଲା ୩୬୧, ଫଳାଫଳକୁ ଦେଖି ଭୋ ଭୋ କାନ୍ଦିଲେ ଆକ୍ସିସ ମାଇଁ ଇଣ୍ଡିଆର ମାଲିକ appeared first on Dharitri Odia News.

ଏକଜିଟ ପୋଲ ଭାଜପାକୁ ଦେଲା ୩୬୧, ଫଳାଫଳକୁ ଦେଖି ଭୋ ଭୋ କାନ୍ଦିଲେ ଆକ୍ସିସ ମାଇଁ ଇଣ୍ଡିଆର ମାଲିକ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳ ଏକଜିଟ ପୋଲକୁ ଧୋଇ ଦେଇଛି। ଏକଜିଟ ପୋଲରେ ସମସ୍ତ ସଂସ୍ଥା ପ୍ରାୟ ୪୦୦ ଟି ଆସନରେ ଭାଜପା-ଏନଡିଏକୁ ବିଜୟ ପ୍ରଦାନ କରୁଥିଲେ। କିନ୍ତୁ ଜୁନ ୪, ମଙ୍ଗଳବାର ଫଳାଫଳ ସମ୍ପୂର୍ଣ୍ଣ ବିପରୀତ ଥିଲା। ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ ସଂଖ୍ୟାଗରିଷ୍ଠତା ହାସଲ କଲା କିନ୍ତୁ ୨୯୨ ଟି ସିଟ ସହିତ। ଏକଜିଟ ପୋଲ ଏଜେନ୍ସି ଆକ୍ସିସ ମାଇ ଇଣ୍ଡିଆର ମୁଖ୍ୟ ପ୍ରଦୀପ ଗୁପ୍ତା କହିଛନ୍ତି ଯେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ମହାରାଷ୍ଟ୍ରର ସର୍ଭେ ଭୁଲ ପ୍ରମାଣିତ ହୋଇଛି। ସେ କହିଛନ୍ତି ଯେ ଏହି ତିନୋଟି ରାଜ୍ୟରେ ଭାଜପା ଆଶାଠାରୁ କମ ପ୍ରଦର୍ଶନ କରିଛି ଏବଂ ଇଣ୍ଡିଆ ମିଳିତ ମଞ୍ଚ ସପକ୍ଷରେ ଜୁଆର ଆଣିବାରେ ଦଳିତ ଭୋଟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।

ଆକ୍ସିସ ମାଇ ଇଣ୍ଡିଆର ମାଲିକ କହିଛନ୍ତି ଯେ ଏକଜିଟ ପୋଲରେ ସେ ଏନଡିଏ ପାଇଁ ୩୬୧-୪୦୧ ସିଟ ପୂର୍ବାନୁମାନ କରିଛନ୍ତି। କାରଣ ସର୍ଭେ ସମୟରେ ଭୋଟରଙ୍କ ଭାଜପା ପ୍ରତି ମନୋଭାବ ଦୃଶ୍ୟମାନ ହେଉଥିଲା। କିନ୍ତୁ ନିର୍ବାଚନ ଫଳାଫଳରେ, ଏନଡିଏ ପ୍ରାୟ ୨୯୫ଟି ଆସନରେ ସୀମିତ ଥିଲା, ଯାହା ସମସ୍ତ ଏକଜିଟ ପୋଲ ଫଳାଫଳର ସମ୍ପୂର୍ଣ୍ଣ ବିପରୀତ ଅଟେ।
ଏକ ନ୍ୟୁଜ ଚ୍ୟାନେଲରେ ନିର୍ବାଚନ ଫଳାଫଳ ଆଲୋଚନା ବେଳେ ଗୁପ୍ତା କହିଛନ୍ତି ଯେ ସେ ଗତ ୧୦ ବର୍ଷ ଧରି ଏକଜିଟ ପୋଲ କାର୍ଯ୍ୟ କରୁଛନ୍ତି। ସେ ୨ଟି ଲୋକ ସଭା ନିର୍ବାଚନ ସମେତ ୬୯ଟି ନିର୍ବାଚନରେ ସର୍ଭେ କାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଯେ ଏହି ୬୯ ଟି ନିର୍ବାଚନ ମଧ୍ୟରୁ ତାଙ୍କର ପୂର୍ବାନୁମାନ ୬୫ ଥର ସଠିକ ପ୍ରମାଣିତ ହୋଇଛି।

The post ଏକଜିଟ ପୋଲ ଭାଜପାକୁ ଦେଲା ୩୬୧, ଫଳାଫଳକୁ ଦେଖି ଭୋ ଭୋ କାନ୍ଦିଲେ ଆକ୍ସିସ ମାଇଁ ଇଣ୍ଡିଆର ମାଲିକ appeared first on Dharitri Odia News.