ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା

ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଲକ୍ଷ୍ମୀ ଶବର(୪୨)। ମିଳିଥିବା ସୂଚନା ମୁତାବକ, ସୋମବାର  ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ନିଆଁ ଲାଗିଥିବା ଚୂଲିିରେ ପଡି ଯାଇଥିଲେ। ସେହି ସମୟରେ ପରିବାର ଲୋକେ ଦେଖି ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୁଆପଡା ମୁଖ୍ୟ ଚିକିତ୍ସାଳୟରେ […] The post ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା appeared first on Dharitri Odia News.

ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା

ନୂଆପଡ଼ା,୨୯।୧(ମକାରୁ ବେମାଲ): ନୂଆପଡ଼ା ଜିଲା ଲଖନା ଥାନା ସିଲଭା ପଞ୍ଚାୟତ ପଟପରପାଲି ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚୁଲିରେ ପଡି ଯାଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଲକ୍ଷ୍ମୀ ଶବର(୪୨)।

ମିଳିଥିବା ସୂଚନା ମୁତାବକ, ସୋମବାର  ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣ ବଶତଃ ନିଆଁ ଲାଗିଥିବା ଚୂଲିିରେ ପଡି ଯାଇଥିଲେ। ସେହି ସମୟରେ ପରିବାର ଲୋକେ ଦେଖି ଲକ୍ଷ୍ମୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୁଆପଡା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଛନ୍ତି। ଚୁଲିରେ ନିଆଁ ହୁତୁହୁତୁ ହୋଇ ଜଳୁଥିବାରୁ ଲକ୍ଷ୍ମୀଙ୍କ ଶରୀର ୮୦ ଭାଗ ପୋଡି ଯାଇଛି। ବର୍ତ୍ତମାନ ସେ ଚିକିତ୍ସାଧୀନ ଅଛନ୍ତି।

The post ରୋଷେଇ କରୁଥିବା ବେଳେ ଚୁଲିରେ ପଡ଼ିଗଲେ ମହିଳା appeared first on Dharitri Odia News.