EXPLAINED: କେବେ ଏବଂ କିପରି ଫେରସ୍ତ ପାଇବେ IPL ୨୦୨୫ର ଟିକେଟ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା…
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପିଟିଆଇ ଅନୁଯାୟୀ, ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ଜଣେ ଶୀର୍ଷ ଅଧିକାରୀ ଏହି ନିଷ୍ପତ୍ତିକୁ ନିଶ୍ଚିତ କରି କହିଛନ୍ତି ଯେ ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ସର୍ବୋପରୀ। ଆଇପିଏଲ୍ର ବାକି ୧୭ଟି ମ୍ୟାଚ୍ କେବେ ଆୟୋଜନ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। […] The post EXPLAINED: କେବେ ଏବଂ କିପରି ଫେରସ୍ତ ପାଇବେ IPL ୨୦୨୫ର ଟିକେଟ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)କୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ପିଟିଆଇ ଅନୁଯାୟୀ, ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ)ର ଜଣେ ଶୀର୍ଷ ଅଧିକାରୀ ଏହି ନିଷ୍ପତ୍ତିକୁ ନିଶ୍ଚିତ କରି କହିଛନ୍ତି ଯେ ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ସର୍ବୋପରୀ। ଆଇପିଏଲ୍ର ବାକି ୧୭ଟି ମ୍ୟାଚ୍ କେବେ ଆୟୋଜନ ହେବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ। ଏହି ସମୟରେ ଅନେକ ପ୍ରଶଂସକ ଏହି ମ୍ୟାଚ୍ଗୁଡ଼ିକୁ ଉପଭୋଗ କରିବା ପାଇଁ ଟିକେଟ କିଣିଥିଲେ, କିନ୍ତୁ ମ୍ୟାଚ୍ ବାତିଲ ହେବା ପରେ, ସେମାନେ ଏବେ କିପରି ଟଙ୍କା ଫେରସ୍ତ ପାଇବେ ଏବଂ ଏଥିପାଇଁ କିପରି ଆବେଦନ କରିବେ ସେନେଇ ଚିନ୍ତିତ ଅଛନ୍ତି। ଏପରି ପରିସ୍ଥିତିରେ ଜାଣି ରଖନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା।
ଆଇପିଏଲ ୨୦୨୫ର ଶେଷ ମ୍ୟାଚ୍ ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିଲା, କିନ୍ତୁ ଯାନ୍ତ୍ରିକ ସମସ୍ୟା ଦର୍ଶାଇ ମ୍ୟାଚ ଅଧାରୁ ବନ୍ଦ କରିଦିଆଯାଇଥିଲା। ପ୍ରଶଂସକମାନଙ୍କୁ ମଧ୍ୟ ଷ୍ଟାଡିୟମରୁ ବାହାରକୁ ପଠାଯାଇଥିଲା। ଏହା ପରେ ପରଦିନ ବିସିସିଆଇ ଆଇପିଏଲକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା।
କ’ଣ କୁହେ ରିଫଣ୍ଡ ନିୟମ?
ଇଣ୍ଡିଆନ ପ୍ରିମିୟର ଲିଗ ନିୟମ ଅନୁଯାୟୀ, ଯଦି ମ୍ୟାଚ ବାତିଲ କିମ୍ବା ସ୍ଥଗିତ ରଖାଯାଏ ଏବଂ ସେହି ଦିନ ଷ୍ଟାଡିୟମରେ କୌଣସି ମ୍ୟାଚ୍ରେ ଗୋଟିଏ ବି ବଲ ପକାଯାଏ ନାହିଁ। ତେବେ ମ୍ୟାଚ ଟିକେଟ ଫେରସ୍ତ କରାଯାଇପାରିବ। ଅନ୍ୟ କୌଣସି ପରିସ୍ଥିତିରେ ମ୍ୟାଚ ପୁଣି ହେବାର କୌଣସି ସମ୍ଭାବନା ନ ଥାଏ। ଏହାର ଅର୍ଥ ହେଉଛି ଯଦି ମ୍ୟାଚ୍ ସମୟରେ ବର୍ଷା ହୁଏ କିମ୍ବା ସୁରକ୍ଷା କାରଣରୁ ମ୍ୟାଚ ବନ୍ଦ ହୋଇଯାଏ, ତେବେ ଟିକେଟ ଟଙ୍କା ଫେରସ୍ତ ମିଳେନାହିଁ। ଏହା ସତ୍ତ୍ୱେ ଯଦି ଆୟୋଜକ ଫ୍ରାଞ୍ଚାଇଜ କିମ୍ବା କ୍ରିକେଟ ସଂଘ ଚାହାନ୍ତି ତେବେ ସେମାନେ ଟଙ୍କା ଫେରସ୍ତ କରିପାରିବେ। ପୂର୍ବରୁ ଏଭଳି ମଧ୍ୟ ଦେଖାଯାଇଛି।
କିପରି ଫେରସ୍ତ ପାଇବେ? (How to get refund for IPL ୨୦୨୫ Tickets)
ଯଦି ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ରେ କୌଣସି ମ୍ୟାଚ୍ ଖେଳାଯାଇପାରେ ନାହିଁ, ତେବେ ଏଥିପାଇଁ ଟଙ୍କା ଫେରସ୍ତ ପାଇବା ପ୍ରକ୍ରିୟା କଷ୍ଟକର ନୁହେଁ। ରିପୋର୍ଟ ଅନୁସାରେ ଯଦି ଆପଣ ଅନଲାଇନରେ ଟିକେଟ କିଣିଛନ୍ତି ତେବେ ଆପଣଙ୍କୁ ଏହାର ଟଙ୍କା ଫେରସ୍ତ ମିଳିବ। ଯଦି ଆପଣ ନ ମିଳେ ତେବେ ଆପଣ ଟିକେଟ, ପରିଚୟ ପତ୍ର ଏବଂ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦାଖଲ କରି ଏଥିପାଇଁ ଆବେଦନ କରିପାରିବେ। ଯଦି ଆପଣ କାଉଣ୍ଟରରୁ ଟିକେଟ କିଣିଛନ୍ତି, ତେବେ ନିର୍ଦ୍ଧାରିତ ସମୟରେ କାଉଣ୍ଟରକୁ ଯାଇ ଟିକେଟ ଦେଖାଇଲେ ଆପଣ ଟଙ୍କା ଫେରସ୍ତ ପାଇବେ।
The post EXPLAINED: କେବେ ଏବଂ କିପରି ଫେରସ୍ତ ପାଇବେ IPL ୨୦୨୫ର ଟିକେଟ ଟଙ୍କା, ଜାଣନ୍ତୁ ପ୍ରକ୍ରିୟା… appeared first on Dharitri Odia News.