ଲଗାଣ ବର୍ଷାରେ ବେହାଲ ମାଲକାନଗିରି : କନ୍ୟାଶ୍ରମ ପୋଲ ଉପରେ ୨ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ

କାଲିମେଳା ୨୫।୭: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଜିଲ୍ଲାର ଦୁଇ ବ୍ଲକ୍‌କୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳା ବ୍ଲକ୍ ସହିତ ପଡିଆ ବ୍ଲକ୍‌କୁ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଶୁକ୍ରବାର ଭୋରରୁ ପୋଲର ଉଭୟ ପାର୍ଶ୍ଵରେ କାଲିମେଳାରୁ ପଡିଆ ଗାଁକୁ ଓ ଛତିଶଗଡକୁ ଯାତାୟତ କରୁଥିବା ଓ ପଡିଆରୁ କାଲିମେଳା ଆଡକୁ ଆସୁଥିବା ଗାଡିମଟର ଅଟକି ରହିଛି । ଉକ୍ତ ପୋଲର ଅନ୍ୟପଟେ ଚାଷ ଜମି ରହିଛି । ଚାଷ କାମ ପାଇଁ ବାହାରିଥିବା ମାରନପଲ୍ଲୀ ଗାଁର କେତେକ ଚାଷୀ ଧାନ ବିହନ ବସ୍ତା ଧରି ପୋଲ ନିକଟରେ ଅଟକି ରହିଛନ୍ତି ।ଅନ୍ୟପଟେ ପୋଲିସ ଉକ୍ତ କନ୍ୟାଶ୍ରମ ପୋଲ ନିକଟରେ ପହଞ୍ଚି ଜଗି ରହିଛି । କୌଣସି ଅମାନିଆ ବ୍ୟକ୍ତି ଯେପରି ଗଭୀର ପାଣି ସ୍ରୋତରେ ଜୋର ଜବରଦସ୍ତ ପାର ନହେବେ, ଯେମିତି କୌଣସି ଅଘଟଣ ନଘଟେ ସେଥିପାଇଁ ପୋଲିସ ତତ୍ପରତାର ସହ ସଜାଗ ଅଛନ୍ତି ।You Can Read:ଏସ୍‌ଆଇ ନିଯୁକ୍ତି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ, ସର୍ବୋଚ୍ଚ ବୟସସୀମା ବଢାଇଲେ 

ଲଗାଣ ବର୍ଷାରେ ବେହାଲ ମାଲକାନଗିରି : କନ୍ୟାଶ୍ରମ ପୋଲ ଉପରେ ୨ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ

କାଲିମେଳା ୨୫।୭: ଲଗାଣ ବର୍ଷାରେ ବେହାଲ ମାଲକାନଗିରି । ଜିଲ୍ଲାର ଦୁଇ ବ୍ଲକ୍‌କୁ ସଂଯୋଗ କରୁଥିବା କନ୍ୟାଶ୍ରମ ପୋଲ ଉପରେ ୨ ଫୁଟ ଉଚ୍ଚତାର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କାଲିମେଳା ବ୍ଲକ୍ ସହିତ ପଡିଆ ବ୍ଲକ୍‌କୁ ଯୋଗାଯୋଗ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଶୁକ୍ରବାର ଭୋରରୁ ପୋଲର ଉଭୟ ପାର୍ଶ୍ଵରେ କାଲିମେଳାରୁ ପଡିଆ ଗାଁକୁ ଓ ଛତିଶଗଡକୁ ଯାତାୟତ କରୁଥିବା ଓ ପଡିଆରୁ କାଲିମେଳା ଆଡକୁ ଆସୁଥିବା ଗାଡିମଟର ଅଟକି ରହିଛି । 

ଉକ୍ତ ପୋଲର ଅନ୍ୟପଟେ ଚାଷ ଜମି ରହିଛି । ଚାଷ କାମ ପାଇଁ ବାହାରିଥିବା ମାରନପଲ୍ଲୀ ଗାଁର କେତେକ ଚାଷୀ ଧାନ ବିହନ ବସ୍ତା ଧରି ପୋଲ ନିକଟରେ ଅଟକି ରହିଛନ୍ତି ।

ଅନ୍ୟପଟେ ପୋଲିସ ଉକ୍ତ କନ୍ୟାଶ୍ରମ ପୋଲ ନିକଟରେ ପହଞ୍ଚି ଜଗି ରହିଛି । କୌଣସି ଅମାନିଆ ବ୍ୟକ୍ତି ଯେପରି ଗଭୀର ପାଣି ସ୍ରୋତରେ ଜୋର ଜବରଦସ୍ତ ପାର ନହେବେ, ଯେମିତି କୌଣସି ଅଘଟଣ ନଘଟେ ସେଥିପାଇଁ ପୋଲିସ ତତ୍ପରତାର ସହ ସଜାଗ ଅଛନ୍ତି ।

You Can Read:

ଏସ୍‌ଆଇ ନିଯୁକ୍ତି ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ, ସର୍ବୋଚ୍ଚ ବୟସସୀମା ବଢାଇଲେ