ଏକନାଥ ସିନ୍ଦେଙ୍କ ସେନାରେ ଯୋଗ ଦେଲେ ଗୋବିନ୍ଦା, ମୁମ୍ବାଇ ଉତ୍ତର ପଶ୍ଚିମରୁ ନିର୍ବାଚନ ଲଢ଼ିପାରନ୍ତି

ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦା ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଦଳରେ ଯୋଗ ଦେଇଛନ୍ତି। ଗୋବିନ୍ଦା ସିନ୍ଦେଙ୍କ ଶିବସେନା ଦଳରେ ଯୋଗ ଦେବା ସହ ଆଗାମୀ ଲୋକସଭା ନିର୍ବାଚନରେ ରଙ୍ଗ ବୋଳି ଦେଇଛନ୍ତି। ଗୋବିନ୍ଦା ମୁ୍ମ୍ବାଇ ଉତ୍ତର ପଶ୍ଚିମରୁ ପ୍ରାର୍ଥୀ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୋବିନ୍ଦା ୨୦୦୪ରେ ମୁମ୍ବାଇ ଉତ୍ତରରୁ କଂଗ୍ରେସରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେ ବିଜେପିର ରାମ ନାଇକଙ୍କୁ ହରାଇଥିଲେ। ପରେ ସେ ଦଳରୁ ଇସ୍ତଫା ଦେଇଥିଲେ […]

ଏକନାଥ ସିନ୍ଦେଙ୍କ ସେନାରେ ଯୋଗ ଦେଲେ ଗୋବିନ୍ଦା, ମୁମ୍ବାଇ ଉତ୍ତର ପଶ୍ଚିମରୁ ନିର୍ବାଚନ ଲଢ଼ିପାରନ୍ତି

ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦା ଗୁରୁବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଦଳରେ ଯୋଗ ଦେଇଛନ୍ତି। ଗୋବିନ୍ଦା ସିନ୍ଦେଙ୍କ ଶିବସେନା ଦଳରେ ଯୋଗ ଦେବା ସହ ଆଗାମୀ ଲୋକସଭା ନିର୍ବାଚନରେ ରଙ୍ଗ ବୋଳି ଦେଇଛନ୍ତି। ଗୋବିନ୍ଦା ମୁ୍ମ୍ବାଇ ଉତ୍ତର ପଶ୍ଚିମରୁ ପ୍ରାର୍ଥୀ ହୋଇପାରନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୋବିନ୍ଦା ୨୦୦୪ରେ ମୁମ୍ବାଇ ଉତ୍ତରରୁ କଂଗ୍ରେସରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ସେ ବିଜେପିର ରାମ ନାଇକଙ୍କୁ ହରାଇଥିଲେ। ପରେ ସେ ଦଳରୁ ଇସ୍ତଫା ଦେଇଥିଲେ ଏବଂ ଏଥିସହ ରାଜନୀତିରୁ ମଧ୍ୟ ବିରତି ନେଇଥିଲେ। ଦଳରେ ଯୋଗ ଦେବାପରେ ଗୋବିନ୍ଦା କହିଛନ୍ତି, ମୁଁ ଶିବସେନାରେ ଯୋଗ ଦେଲି ଏବଂ ଏହା ଭଗବାନଙ୍କ ଆର୍ଶୀବାଦ। ମୁଁ ଭାବିଥିଲି ଯେ ରାଜନୀତିରେ ଆଉ କେବେ ପ୍ରବେଶ କରିବିନି କିନ୍ତୁ ଏହା ଭଗବାନଙ୍କ ଆର୍ଶୀବାଦ। ଗୋବିନ୍ଦା କହିଛନ୍ତି, ସହର ଏବେ ଅଧିକ ସ୍ବଚ୍ଛ ଏବଂ ଭଲ ଲାଗୁଛି।