ଏକାମ୍ର ଉତ୍ସବରେ କଳା ଜଗତର ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ 5ଟି ଅଧ୍ୟକ୍ଷ

ଏକାମ୍ର ଉତ୍ସବରେ ଯୋଗ ଦେଇ କଳା ଜଗତର ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ 5ଟି ଅଧ୍ୟକ୍ଷ। ବିଶିଷ୍ଠ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, ଗୀତିକାର, ବଂଶୀବାଦକଙ୍କ ସମେତ ୨୦ରୁ ଅଧିକ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥୀ ଭାବେ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ଏହି ଅବସରରେ କଳା […] The post ଏକାମ୍ର ଉତ୍ସବରେ କଳା ଜଗତର ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ 5ଟି ଅଧ୍ୟକ୍ଷ appeared first on KNews Odisha.

ଏକାମ୍ର ଉତ୍ସବରେ କଳା ଜଗତର ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ 5ଟି ଅଧ୍ୟକ୍ଷ
ekamra

ଏକାମ୍ର ଉତ୍ସବରେ ଯୋଗ ଦେଇ କଳା ଜଗତର ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ 5ଟି ଅଧ୍ୟକ୍ଷ। ବିଶିଷ୍ଠ ନିର୍ଦ୍ଦେଶକ, ପ୍ରଯୋଜକ, ଅଭିନେତା, ଅଭିନେତ୍ରୀ, କଣ୍ଠଶିଳ୍ପୀ, ଗୀତିକାର, ବଂଶୀବାଦକଙ୍କ ସମେତ ୨୦ରୁ ଅଧିକ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୫- ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋଗ ଦେଇଥିବା ବେଳେ ଅନ୍ୟ ଅତିଥୀ ଭାବେ ବିଡ଼ିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ ଉପସ୍ଥିତ ଥିଲେ। ଏହି ଅବସରରେ କଳା କ୍ଷେତ୍ରରେ ଅବଦାନ ରଖିଥିବା ବିଶିଷ୍ଠ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା ।

ଦେବାଶିଷ ମହାପାତ୍ର, ଗୀତା ଦାଶ ଘନଶ୍ୟାମ ମହାପାତ୍ର, ସବ୍ୟସାଚୀ ମହାପାତ୍ର, ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟ, ଶିଶିର ମିଶ୍ର, ବିଭୁ ଦାସ, ଗଦାଧର ପୁଟ୍ଟି,ତାନସେନ୍ ସିଂ, ହରିପ୍ରସାଦ ଚୌରାସିଆ, ଗୀତା ପଟ୍ଟନାୟକ, ଅଲେଖ ବିଶ୍ବାଳ, ଶୀର୍ଷାନନ୍ଦ କାନୁନଗୋ, ଦେବଦାସ ଛୋଟରାୟ, ସୁବାସ ଦାଶ, ଦିଲ୍ଲୀପ ରାୟ, ସୁରେନ୍ଦ୍ର ସାହୁ, ସୌଦାମିନୀ ମିଶ୍ର, ନମ୍ରତା ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବସନ୍ତ ସାହୁଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତି ଓ ତାଙ୍କ ସାଥୀ କଳାକାରଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶୀତ ହୋଇଥିଲା।

The post ଏକାମ୍ର ଉତ୍ସବରେ କଳା ଜଗତର ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧିତ କଲେ 5ଟି ଅଧ୍ୟକ୍ଷ appeared first on KNews Odisha.