କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବୁଲିଲେ ପୂଜା ମଣ୍ଡପ
କେନ୍ଦୁଝର,୧୨।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୩ ଦିନିଆ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନରେ ବାହାରି ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚି ଥିଲେ। ସେଠାରେ ଦଳୀୟ କର୍ମକର୍ତ୍ତା ଏବଂ ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପରେ ତାଙ୍କୁ ଏକ ଶୋଭାଯାତ୍ରାରେ କେନ୍ଦୁଝର ଆଣିଥିଲେ। ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସାଇ ବାବାଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ପରେ ସେ ବିଭିନ୍ନ ଦୁର୍ଗା […] The post କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବୁଲିଲେ ପୂଜା ମଣ୍ଡପ appeared first on Dharitri Odia News.
କେନ୍ଦୁଝର,୧୨।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୩ ଦିନିଆ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଭୁବନେଶ୍ୱର ବିମାନ ବନ୍ଦରରୁ ମୁଖ୍ୟମନ୍ତ୍ରୀ ଏକ ସ୍ବତନ୍ତ୍ର ବିମାନରେ ବାହାରି ରାଇସୁଆଁ ଏୟାର ଷ୍ଟ୍ରିପରେ ପହଞ୍ଚି ଥିଲେ। ସେଠାରେ ଦଳୀୟ କର୍ମକର୍ତ୍ତା ଏବଂ ବିଭିନ୍ନ ସଙ୍ଗଠନର ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ପରେ ତାଙ୍କୁ ଏକ ଶୋଭାଯାତ୍ରାରେ କେନ୍ଦୁଝର ଆଣିଥିଲେ।
ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ସାଇ ବାବାଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିଥିଲେ। ପରେ ସେ ବିଭିନ୍ନ ଦୁର୍ଗା ପୂଜା ମଣ୍ଡପରେ ପହଞ୍ଚି ମା’ଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ଗୁଜୁରାଟୀ ସମାଜ ପକ୍ଷରୁ ଆୟୋଜିତ ନବରାତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ସ୍ଥାନୀୟ ସର୍କିଟ ହାଉସରେ ରାତିରେ ବିଶ୍ରାମ ପରେ ରବିବାର ନିଜ ଗ୍ରାମ ରାଇକଳା ସମେତ ଅନ୍ୟାନ୍ୟ ଅଞ୍ଚଳ ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।
The post କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ବୁଲିଲେ ପୂଜା ମଣ୍ଡପ appeared first on Dharitri Odia News.