ବଙ୍ଗୋପସାଗରରେ ଲଘୁଚାପ,୪ଜିଲାକୁ ପ୍ରବଳ ବର୍ଷା ଆଲର୍ଟ!
ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ଉପକୂଳ ଓଡିଶାରେ ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କୁ ବ୍ୟଥିତ କରିଛି। ବିଲରେ ପାଚିଲା ଧାନ ଲହଡି ମାରୁଛି। ଖଳାକୁ ଆସିବା ଆଗରୁ ଅଦିନିଆ ବର୍ଷା ଭିଜାଇ ଦେଇଛି । ବିଲରେ, ଖଳାରେ ଓ ମଣ୍ଡିରେ ଧାନ ପଡ଼ିରହିଛି। ଅମଳ ହେବ କି ନାହିଁ ଏବେ ଏଇ ଚିନ୍ତା ଉପକୂଳ ଚାଷୀଙ୍କୁ ଘାରିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବର୍ଷା […] The post ବଙ୍ଗୋପସାଗରରେ ଲଘୁଚାପ,୪ଜିଲାକୁ ପ୍ରବଳ ବର୍ଷା ଆଲର୍ଟ! appeared first on Dharitri Odia News.
ଭୁବନେଶ୍ୱର,୨୧ା୧୨(ଅନୁରାଧା ମହାରଣା): ଉପକୂଳ ଓଡିଶାରେ ଦିନ ତମାମ ତୁହାକୁ ତୁହା ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଚାଷୀଙ୍କୁ ବ୍ୟଥିତ କରିଛି। ବିଲରେ ପାଚିଲା ଧାନ ଲହଡି ମାରୁଛି। ଖଳାକୁ ଆସିବା ଆଗରୁ ଅଦିନିଆ ବର୍ଷା ଭିଜାଇ ଦେଇଛି । ବିଲରେ, ଖଳାରେ ଓ ମଣ୍ଡିରେ ଧାନ ପଡ଼ିରହିଛି। ଅମଳ ହେବ କି ନାହିଁ ଏବେ ଏଇ ଚିନ୍ତା ଉପକୂଳ ଚାଷୀଙ୍କୁ ଘାରିଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବର୍ଷା ଆହୁରି ୨୪ ଘଣ୍ଟା ଜାରି ରହିବ। ବର୍ଷା ପାଣିରେ ଭିଜୁଥିବାରୁ ପାଚିଲା ଧାନ ଗଜା ହେବା ଆଶଙ୍କା ମଧ୍ୟ ବଢି ଯାଇଛି। ବର୍ଷା ସତ୍ତ୍ୱେ ଉପକୂଳ ଜିଲାର କେତେକ ସ୍ଥାନରେ ଚାଷୀମାନେ କ୍ଷେତରୁ ଧାନ ଖଳାକୁ ନେଉଥିବା ଦେଖିବାକୁ ମିଳିଛି।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ମେଘୁଆ ପାଗ ଯୋଗୁ ଦିନର ତାପମାତ୍ରା ୫ରୁ ୬ ଡିଗ୍ରୀ ହ୍ରାସ ପାଇଛି। ଶୀତ ଓ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ଅଧିକାଂଶ ମଣ୍ଡିରେ ଅମଳ ଧାନ ଖୋଲା ଆକାଶ ତଳେ ଥିବାରୁ ନଷ୍ଟ ହେବା ଆଶଙ୍କା ଦେଖା ଦେଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଶୁକ୍ରବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସେହିପରି ଗଞ୍ଜାମ, ଗଜପତି, ଫୁଲବାଣୀ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, ବୌଦ୍ଧ ଆଦି ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇଛି। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୪୦ ମିମି ବର୍ଷା ହୋଇଥିବାବେଳେ ପାରାଦୀପରେ ୨୭.୮, ଜଗତ୍ସିଂହପୁରରେ ୧୮.୧ ମିଲିମିଟର ରେକର୍ଡ କରାଯାଇଛି। ତେବେ ଶନିବାର ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ୨୨ ତାରିଖରେ ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଆଦି ଜିଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ ଆଦି ଜିଲାରେ ମଧ୍ୟ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ। ଏହା ପରଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରାୟ ଶୁଖିଲା ରହିବ। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ହେଲେ ମଧ୍ୟ ୨୪ ତାରିଖଠାରୁ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇପାରେ।
The post ବଙ୍ଗୋପସାଗରରେ ଲଘୁଚାପ,୪ଜିଲାକୁ ପ୍ରବଳ ବର୍ଷା ଆଲର୍ଟ! appeared first on Dharitri Odia News.