ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ଏକ୍‌ଜିଟ୍‌ ପୋଲ ସହିତ ସମ୍ପୂର୍ଣ୍ଣ ବିପରୀତ ହେବ। ବାସ୍ତବରେ ବିରୋଧୀ ସଂଗଠନ ‘ଇଣ୍ଡିଆ’ ଦାବି କରୁଛି ଯେ, ଏହା ସର୍ବସାଧାରଣ ନିର୍ବାଚନ ପୋଲ୍‌ରେ ୨୯୫ଟି ଆସନ ପାଇଛି। ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ପରେ […] The post ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ… appeared first on Dharitri Odia News.

ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ…

ନୂଆଦିଲ୍ଲୀ,୩ା୬: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଲୋକ ସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।

ସୋମବାର ସୋନିଆ କହିଛନ୍ତି, ଆମକୁ ବର୍ତ୍ତମାନ ଅପେକ୍ଷା କରିବାକୁ ପଡ଼ିବ। ଆମର ସମ୍ପୂର୍ଣ୍ଣ ଆଶା ଅଛି ଯେ, ଫଳାଫଳ ଏକ୍‌ଜିଟ୍‌ ପୋଲ ସହିତ ସମ୍ପୂର୍ଣ୍ଣ ବିପରୀତ ହେବ। ବାସ୍ତବରେ ବିରୋଧୀ ସଂଗଠନ ‘ଇଣ୍ଡିଆ’ ଦାବି କରୁଛି ଯେ, ଏହା ସର୍ବସାଧାରଣ ନିର୍ବାଚନ ପୋଲ୍‌ରେ ୨୯୫ଟି ଆସନ ପାଇଛି।

ନିକଟରେ ଇଣ୍ଡିଆ ମେଣ୍ଟର ବୈଠକ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି କଥାକୁ ଦୋହରାଇଛନ୍ତି। ଖାର୍ଗେ ତାଙ୍କ ବାସଭବନରେ ଇଣ୍ଡିଆ ମେଣ୍ଟର ଏକ ବୈଠକ କରି ପ୍ରାୟ ଅଢ଼େଇ ଘଣ୍ଟା ଧରି କହିଛନ୍ତି, ଏହି ମିଳିତ ମେଣ୍ଟକୁ ଅତି କମରେ ୨୯୫ଟି ସିଟ୍‌ ମିଳିବ।

ସୂଚନାଯୋଗ୍ୟ, ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ବିରୋଧୀ ଦଳ ‘ଇଣ୍ଡିଆ’ ପାଇଁ ଏକ ବିପର୍ଯ୍ୟୟର ପୂର୍ବାନୁମାନ କରିଛି। ସର୍ଭେରେ କୁହାଯାଇଛି ଯେ, ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ।

The post ଏକ୍‌ଜିଟ୍‌ ପୋଲ୍‌ ଫଳାଫଳକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ସୋନିଆ, କହିଲେ… appeared first on Dharitri Odia News.