‘ଏକ୍ସ’ରେ ନାହିଁ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ, ଇନଷ୍ଟାଗ୍ରାମରେ କଲେ ସ୍ପଷ୍ଟ

ଭୁବନେଶ୍ବର ୨୭।୧୨: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ ନାହିଁ । ଇନଷ୍ଟାଗ୍ରାମ ଷ୍ଟୋରୀରେ ପାଣ୍ଡିଆନ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଏକ୍ସ’ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ତାଙ୍କ ଫଟୋକୁ ବ୍ୟବହାର କରି ଫେକ୍ ଆକାଉଣ୍ଟ ଖୋଲାଯାଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଫେକ୍ ଆକାଉଣ୍ଟ କରାଯାଉଛି । ତାଙ୍କ ଫଟୋକୁ ମଧ୍ୟ ଅପବ୍ୟବହାର କରାଯାଉଥିବା ସେ କହିଛନ୍ତି ।ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ହେବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଏକ୍ସରେ ଏକ ଆକାଉଣ୍ଚରୁ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଯେଉଁ ପୋଷ୍ଟରେ ଲେଖାହୋଇଛି, ଭୁଲ୍ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଶା କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ ।ତେବେ ଏହି ପୋଷ୍ଟକୁ ନେଇ ରାଜନୈତକ ମାହୋଲ ସରଗରମ ହୋଇଥିଲା । ବିଭିନ୍ନ ମହଲର୍ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହାପରେ ଭି.କେ. ପାଣ୍ଡିଆନ ଇନଷ୍ଟାଗ୍ରାମରେ ସ୍ପଷ୍ଟ କରିଛନ୍ତି ଯେ ଏକ୍ସରେ ତାଙ୍କ ଆକାଉଣ୍ଟ ନାହିଁ ।You Can Read:ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିଲା, ଶେଷରେ ଯନ୍ତାରେ ପଡିଲା

‘ଏକ୍ସ’ରେ ନାହିଁ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ, ଇନଷ୍ଟାଗ୍ରାମରେ କଲେ ସ୍ପଷ୍ଟ

ଭୁବନେଶ୍ବର ୨୭।୧୨: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭି.କେ. ପାଣ୍ଡିଆନଙ୍କ ଆକାଉଣ୍ଟ ନାହିଁ । ଇନଷ୍ଟାଗ୍ରାମ ଷ୍ଟୋରୀରେ ପାଣ୍ଡିଆନ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ‘ଏକ୍ସ’ରେ ତାଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ତାଙ୍କ ଫଟୋକୁ ବ୍ୟବହାର କରି ଫେକ୍ ଆକାଉଣ୍ଟ ଖୋଲାଯାଇଛି । ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଫେକ୍ ଆକାଉଣ୍ଟ କରାଯାଉଛି । ତାଙ୍କ ଫଟୋକୁ ମଧ୍ୟ ଅପବ୍ୟବହାର କରାଯାଉଥିବା ସେ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ହେବ କାର୍ତ୍ତିକ ପାଣ୍ଡିଆନଙ୍କ ନାଁରେ ଏକ୍ସରେ ଏକ ଆକାଉଣ୍ଚରୁ ଏକ ପୋଷ୍ଟ ଭାଇରାଲ୍ ହେଉଛି । ଯେଉଁ ପୋଷ୍ଟରେ ଲେଖାହୋଇଛି, ଭୁଲ୍ ସମସ୍ତଙ୍କ ଜୀବନରେ ହୋଇଥାଏ, ଯଦି କାହାର କିଛି ଅସୁବିଧା ହୋଇଛି ସେଥିପାଇଁ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା । ଓଡ଼ିଶାରେ ଜନ୍ମ ହେବା ଯେତିକି ଜରୁରୀ ନୁହେଁ ଓଡ଼ିଶା କହିବା ଏବଂ ଓଡ଼ିଆଙ୍କ ସୁଖ ଦୁଃଖର ସାଥି ହେବା ଆବଶ୍ୟକ ।

ତେବେ ଏହି ପୋଷ୍ଟକୁ ନେଇ ରାଜନୈତକ ମାହୋଲ ସରଗରମ ହୋଇଥିଲା । ବିଭିନ୍ନ ମହଲର୍ ଏ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଏହାପରେ ଭି.କେ. ପାଣ୍ଡିଆନ ଇନଷ୍ଟାଗ୍ରାମରେ ସ୍ପଷ୍ଟ କରିଛନ୍ତି ଯେ ଏକ୍ସରେ ତାଙ୍କ ଆକାଉଣ୍ଟ ନାହିଁ ।

You Can Read:

ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିଲା, ଶେଷରେ ଯନ୍ତାରେ ପଡିଲା