ଏଜେନ୍ସି ଜରିଆରେ ଫ୍ଲାଇଟ୍ ଟିକେଟ କାଟୁଥିଲେ ସାବଧାନ ! ମାତିଛନ୍ତି ଦଲାଲ

କନକବ୍ୟୁରୋ: ଟ୍ରାଭେଲ ଏଜେନ୍ସି ଜରିଆରେ ଫ୍ଲାଇଟ୍ ଟିକେଟ କାଟୁଥିଲେ ସାବଧାନ, ଭୁବନେଶ୍ବରରେ ମାତିଛନ୍ତି ଦଲାଲ। ଏଭଳି ଠକଙ୍କ ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ବର କେଶୁରା ଅଞ୍ଚଳର ଶ୍ରୀଧର କୁମାର ମହାରଣା ଓ ଗୋଲାପ ମହାରଣା। ଉଭୟ ଭୁବନେଶ୍ୱରରୁ ଭିସ୍ତରା ବିମାନ ଯୋଗେ ଦିଲ୍ଲୀ ଯିବାର ଥିବା ବେଳେ ବୋର୍ଡିଂ ସମୟରେ ଟିକେଟ ନକଲି ଥିବା ଜଣାପଡିଥିଲା। ଏନେଇ ସମ୍ପୃକ୍ତ ଏଜେନ୍ସି ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା। ଏନେଇ ଅଭିଯୋଗ କରେ ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସିର ମୁଖ୍ୟ ସଂସାରୀ ବେହେରା ଙ୍କୁ ଅଟକ ରଖିଛି ଲିଙ୍ଗରାଜ ଥାନା ପୋଲିସ । ଅନ୍ୟପଟେ ଏହି ଘଟଣାକୁ ନେଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀଧର ମହାରଣା। 

ଏଜେନ୍ସି ଜରିଆରେ ଫ୍ଲାଇଟ୍ ଟିକେଟ କାଟୁଥିଲେ ସାବଧାନ ! ମାତିଛନ୍ତି ଦଲାଲ

କନକବ୍ୟୁରୋ: ଟ୍ରାଭେଲ ଏଜେନ୍ସି ଜରିଆରେ ଫ୍ଲାଇଟ୍ ଟିକେଟ କାଟୁଥିଲେ ସାବଧାନ, ଭୁବନେଶ୍ବରରେ ମାତିଛନ୍ତି ଦଲାଲ। ଏଭଳି ଠକଙ୍କ ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ବର କେଶୁରା ଅଞ୍ଚଳର ଶ୍ରୀଧର କୁମାର ମହାରଣା ଓ ଗୋଲାପ ମହାରଣା। ଉଭୟ ଭୁବନେଶ୍ୱରରୁ ଭିସ୍ତରା ବିମାନ ଯୋଗେ ଦିଲ୍ଲୀ ଯିବାର ଥିବା ବେଳେ ବୋର୍ଡିଂ ସମୟରେ ଟିକେଟ ନକଲି ଥିବା ଜଣାପଡିଥିଲା।

ଏନେଇ ସମ୍ପୃକ୍ତ ଏଜେନ୍ସି ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନଥିଲା। ଏନେଇ ଅଭିଯୋଗ କରେ ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସିର ମୁଖ୍ୟ ସଂସାରୀ ବେହେରା ଙ୍କୁ ଅଟକ ରଖିଛି ଲିଙ୍ଗରାଜ ଥାନା ପୋଲିସ । ଅନ୍ୟପଟେ ଏହି ଘଟଣାକୁ ନେଇ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଶ୍ରୀଧର ମହାରଣା।