ଏଞ୍ଜେଲ ଟ୍ୟାକ୍ସ ହଟିବା ନେଇ ପ୍ରତିକ୍ରିୟା ରଖିଲେ ଗୋୟଲ

ଭୁବନେଶ୍ୱର, ୨୯ା୭(ଅନୁରାଧା ମହାରଣା): ସମସ୍ତ ବର୍ଗର ନିବେଶକଙ୍କ ପାଇଁ ୨୦୧୨ରେ ୟୁନାଇଟେଡ ପ୍ରୋଗ୍ରେସିଭ୍‌ ଆଲାଏନ୍ସ (ୟୁପିଏ) ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏଞ୍ଜେଲ ଟ୍ୟାକ୍ସ ହଟାଇବା ଷ୍ଟାର୍ଟଅପ କମ୍ପାନୀଗୁଡିକୁ ପୁଞ୍ଜି ବିନିଯୋଗ କରିବାରେ ସହାୟକ ହେବ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଶିଳ୍ପ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରି ରବିବାର ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ସୁନା ଓ ରୁପା ଉପରେ କଷ୍ଟମ ଶୁଳ୍କକୁ ୧୫%ରୁ ୬%କୁ […] The post ଏଞ୍ଜେଲ ଟ୍ୟାକ୍ସ ହଟିବା ନେଇ ପ୍ରତିକ୍ରିୟା ରଖିଲେ ଗୋୟଲ appeared first on Dharitri Odia News.

ଏଞ୍ଜେଲ ଟ୍ୟାକ୍ସ ହଟିବା ନେଇ ପ୍ରତିକ୍ରିୟା ରଖିଲେ ଗୋୟଲ

ଭୁବନେଶ୍ୱର, ୨୯ା୭(ଅନୁରାଧା ମହାରଣା): ସମସ୍ତ ବର୍ଗର ନିବେଶକଙ୍କ ପାଇଁ ୨୦୧୨ରେ ୟୁନାଇଟେଡ ପ୍ରୋଗ୍ରେସିଭ୍‌ ଆଲାଏନ୍ସ (ୟୁପିଏ) ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଏଞ୍ଜେଲ ଟ୍ୟାକ୍ସ ହଟାଇବା ଷ୍ଟାର୍ଟଅପ କମ୍ପାନୀଗୁଡିକୁ ପୁଞ୍ଜି ବିନିଯୋଗ କରିବାରେ ସହାୟକ ହେବ। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଶିଳ୍ପ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରି ରବିବାର ଏପରି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ସୁନା ଓ ରୁପା ଉପରେ କଷ୍ଟମ ଶୁଳ୍କକୁ ୧୫%ରୁ ୬%କୁ ହ୍ରାସ କରିବା କେବଳ କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବ ନାହିଁ ବରଂ ଦେଶର ରତ୍ନ ଏବଂ ଅଳଙ୍କାର ରପ୍ତାନିକୁ ମଧ୍ୟ ବୃଦ୍ଧି କରିବ।

ସେ କହିଛନ୍ତି, ୨୦୨୪-୨୫ ବଜେଟରେ ଏଞ୍ଜେଲ ଟ୍ୟାକ୍ସ ହଟାଯାଇଛି ଏବଂ ଏହା ମାଧ୍ୟମରେ ଆମେ ଦେଶରେ ନିବେଶକଙ୍କୁ ଆକର୍ଷିତ କରିପାରିବୁ । ଗୋଏଲ କହିଛନ୍ତି ଯେ ବଜେଟରେ ଦେଶରେ ୧୨ଟି ଶିଳ୍ପ ‘ଟାଉନଶିପ’ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ମହାରାଷ୍ଟ୍ରରେ ହେବ ଏବଂ ଏହା ରୋଜଗାର ସୃଷ୍ଟି କରିବାରେ ଏବଂ ଶିଳ୍ପ ଓ ବାଣିଜ୍ୟ ପାଇଁ ଏକ ଦୃଢ଼ ଇକୋସିଷ୍ଟମ ସୃଷ୍ଟି କରିବାରେ ସହାୟକ ହେବ। ସେହିପରି ହୀରା ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ମଧ୍ୟ ପଦକ୍ଷେପ ଘୋଷଣା କରାଯାଇଛି।

ବହୁସଂଖ୍ୟକ କୁଶଳୀ ଶ୍ରମିକଙ୍କୁ ନିୟୋଜିତ କରି ହୀରା କାଟିବା ଏବଂ ପଲିସିଂ କ୍ଷେତ୍ରରେ ଭାରତ ବିଶ୍ୱ ଅଗ୍ରଣୀ ହୋଇଥିବାବେଳେ ଦେଶରେ ଖଣି ହୀରା ବିକ୍ରୟ କରୁଥିବା ବିଦେଶୀ ଖଣି କମ୍ପାନୀଗୁଡିକ ପାଇଁ ଭାରତ ସୁରକ୍ଷିତ ବନ୍ଦର ହାର ଯୋଗାଇବ ବୋଲି ବଜେଟ ଘୋଷଣା କରିଛି। ସୂଚନା ଥାଉକି,ଏଞ୍ଜେଲ ଟ୍ୟାକ୍ସ (୩୦ ପ୍ରତିଶତ ହାରରେ ଆୟକର) ତାଲିକାଭୁକ୍ତ କମ୍ପାନୀ କିମ୍ବା ଷ୍ଟାର୍ଟଅପ ଦ୍ୱାରା ଉଠାଯାଇଥିବା ପାଣ୍ଠିରୁ ଆଦାୟ କରାଯାଉଥିଲା। ସେମାନଙ୍କର ମୂଲ୍ୟ କମ୍ପାନୀର ନ୍ୟାୟଯୁକ୍ତ ବଜାର ମୂଲ୍ୟଠାରୁ ଅଧିକ ଥିବା କ୍ଷେତ୍ରରେ ଏହି ଏଞ୍ଜେଲ ଟ୍ୟାକ୍ସ ଆଦାୟ କରାଯାଉଥିଲା।

The post ଏଞ୍ଜେଲ ଟ୍ୟାକ୍ସ ହଟିବା ନେଇ ପ୍ରତିକ୍ରିୟା ରଖିଲେ ଗୋୟଲ appeared first on Dharitri Odia News.