ଏଟିଏମ୍‌ କାର୍ଡ ଛଡ଼ାଇନେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୪୨ ହଜାର ଉଠାଇନେଲେ

ଭୁବନେଶ୍ୱର, ୯ା୧୧(ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀର ବିଭିନ୍ନ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଉଥିଲେ ସତର୍କ ରୁହନ୍ତୁ। ନ ହେଲେ ଆପଣଙ୍କ ଏଟିଏମ୍‌ କାର୍ଡକୁ ଚତୁରତାର ସହ ବଦଳାଇ ବା ଛଡ଼ାଇନେଇ ଦୁର୍ବୃତ୍ତମାନେ ଆକାଉଣ୍ଟରୁ ଟଙ୍କା ନେଇଯିବେ। ଏଭଳି ଏକାଧିକ ଗ୍ୟାଙ୍ଗ୍‌ ଏବେ ଭୁବନେଶ୍ୱରରେ ସକ୍ରିୟ ରହିଥିବାବେଳେ ବିଭିନ୍ନ ବ୍ୟାଙ୍କ୍‌ର ଏଟିଏମ୍‌ ତଥା ଆଖପାଖରେ ଚକ୍କର କାଟି ଟଙ୍କା ଲୁଟୁଥିବା ଏକାଧିକ ଅଭିଯୋଗ ଥାନାରେ ହୋଇଛି। ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଠକିନେଇଥିବା ୨ ଅଭିଯୁକ୍ତଙ୍କୁ ଖଣ୍ଡଗିରି ପୋଲିସ ଗୁରୁବାର ଗିରଫ […] The post ଏଟିଏମ୍‌ କାର୍ଡ ଛଡ଼ାଇନେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୪୨ ହଜାର ଉଠାଇନେଲେ appeared first on Dharitri Odia News.

ଏଟିଏମ୍‌ କାର୍ଡ ଛଡ଼ାଇନେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୪୨ ହଜାର ଉଠାଇନେଲେ

ଭୁବନେଶ୍ୱର, ୯ା୧୧(ସୂର୍ଯ୍ୟକାନ୍ତ ବେହେରା):ରାଜଧାନୀର ବିଭିନ୍ନ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଉଥିଲେ ସତର୍କ ରୁହନ୍ତୁ। ନ ହେଲେ ଆପଣଙ୍କ ଏଟିଏମ୍‌ କାର୍ଡକୁ ଚତୁରତାର ସହ ବଦଳାଇ ବା ଛଡ଼ାଇନେଇ ଦୁର୍ବୃତ୍ତମାନେ ଆକାଉଣ୍ଟରୁ ଟଙ୍କା ନେଇଯିବେ। ଏଭଳି ଏକାଧିକ ଗ୍ୟାଙ୍ଗ୍‌ ଏବେ ଭୁବନେଶ୍ୱରରେ ସକ୍ରିୟ ରହିଥିବାବେଳେ ବିଭିନ୍ନ ବ୍ୟାଙ୍କ୍‌ର ଏଟିଏମ୍‌ ତଥା ଆଖପାଖରେ ଚକ୍କର କାଟି ଟଙ୍କା ଲୁଟୁଥିବା ଏକାଧିକ ଅଭିଯୋଗ ଥାନାରେ ହୋଇଛି। ଏଟିଏମ୍‌ କାର୍ଡ ବଦଳାଇ ଟଙ୍କା ଠକିନେଇଥିବା ୨ ଅଭିଯୁକ୍ତଙ୍କୁ ଖଣ୍ଡଗିରି ପୋଲିସ ଗୁରୁବାର ଗିରଫ କରିଥିବାବେଳେ ଶୁକ୍ରବାର ଆଉ ଏକ ଘଟଣା ପଦାକୁ ଆସିଛି। ଲିଙ୍ଗରାଜ ଥାନା ଅଞ୍ଚଳରେ ୨ଜଣ ଦୁର୍ବୃତ୍ତ ଏକ ଘରୋଇ ଇଞ୍ଜିନିୟରିଂ କଲେଜର ପ୍ରିନ୍ସିପାଲଙ୍କ ହାତରୁ ଏଟିଏମ୍‌ କାର୍ଡ ଛଡ଼ାଇନେଇ ତାଙ୍କ ଆକାଉଣ୍ଟରୁ ୪୨ ହଜାରରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି। ଏନେଇ ପ୍ରିନ୍ସିପାଲ ଜଣକ ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିପାରିନାହିଁ।
ଅଭିଯୋଗ ଅନୁସାରେ, ପ୍ରିନ୍ସିପାଲ ଜଣକ ବିବେକାନନ୍ଦ ରୋଡ୍‌ରେ ଥିବା ହନୁମାନ ମନ୍ଦିର ପାଖ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇଥିଲେ। ପିନ୍‌ ମାରି ଟଙ୍କା ଉଠାଇବା ବେଳେ ସାଇଡ୍‌ରେ ଥିବା ଜଣେ ବ୍ୟକ୍ତି ତାଙ୍କ ଏଟିଏମ୍‌ କାର୍ଡକୁ ଛଡ଼ାଇ ନେଇ ରାସ୍ତାରେ ବାଇକ୍‌ରେ ଅପେକ୍ଷା କରିଥିବା ଜଣେ ସହଯୋଗୀ ସହ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୪୨ ହଜାର ଟଙ୍କା ଉଠାଯାଇଥିବା ନେଇ ତାଙ୍କ ମୋବାଇଲକୁ ମେସେଜ୍‌ ଆସିଥିଲା। ଏହାପରେ ସେ ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲେ।

The post ଏଟିଏମ୍‌ କାର୍ଡ ଛଡ଼ାଇନେଇ ପ୍ରିନ୍ସିପାଲଙ୍କ ଆକାଉଣ୍ଟରୁ ୪୨ ହଜାର ଉଠାଇନେଲେ appeared first on Dharitri Odia News.