ଏଟିଏମ୍ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍…
ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ ଗୌଡ଼ ଗତ ୧୮ ତାରିଖରେ ହିଞ୍ଜିଳିକାଟୁ ଏସ୍ବିଆଇ ଶାଖା ଏଟିଏମ୍ରୁ ୨ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପଛରେ ରହି ଏଟିଏମ୍ ପିନ୍ ଲକ୍ଷ୍ୟ କରିଥିଲେ। ପରେ ଉଦୟନାଥ ଟଙ୍କା ଗଣିବା ବେଳେ ଅପରିଚିତ ବ୍ୟକ୍ତି ଜଣଙ୍କ କୌଶଳ କ୍ରମେ ତାଙ୍କର […] The post ଏଟିଏମ୍ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍… appeared first on Dharitri Odia News.
ହିଞ୍ଜିଳିକାଟୁ,୨୩ା୧୦(ଦ୍ୱିତୀକୃଷ୍ଣ ପଣ୍ଡା): ଏଟିଏମ୍ରେ ଚତୁରତାର ସହ କାର୍ଡ ବଦଳାଇ ଟଙ୍କା ଲୁଟ୍ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।
ପ୍ରକାଶ ଯେ, ହିଞ୍ଜିଳି ବଡ଼ସାହିର ଉଦୟନାଥ ଗୌଡ଼ ଗତ ୧୮ ତାରିଖରେ ହିଞ୍ଜିଳିକାଟୁ ଏସ୍ବିଆଇ ଶାଖା ଏଟିଏମ୍ରୁ ୨ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ଜଣେ ଅପରିଚିତ ବ୍ୟକ୍ତି ତାଙ୍କ ପଛରେ ରହି ଏଟିଏମ୍ ପିନ୍ ଲକ୍ଷ୍ୟ କରିଥିଲେ। ପରେ ଉଦୟନାଥ ଟଙ୍କା ଗଣିବା ବେଳେ ଅପରିଚିତ ବ୍ୟକ୍ତି ଜଣଙ୍କ କୌଶଳ କ୍ରମେ ତାଙ୍କର ଏଟିଏମ୍ କାର୍ଡ ବଦଳରେ ଅବିକଳ ସେହିପରି ଦିଶୁଥିବାର ଅନ୍ୟ ଏକ କାର୍ଡ ଦେଇଥିଲେ। ଉଦୟନାଥ ଘରକୁ ଫେରିବା ପରେ ତାଙ୍କର ଆକାଉଣ୍ଟରୁ ୧୦ହଜାର ଟଙ୍କା ଉଠା ଯାଇଥିବା ମେସେଜ ପାଇଲେ। ଗତ ୨୧ରେ ଉଦୟନାଥ ବ୍ୟାଙ୍କ ଶାଖାକୁ ଯାଇ ତାଙ୍କର ଆକାଉଣ୍ଟ ଯାଞ୍ଚ ପରେ ତାଙ୍କର ଆକାଉଣ୍ଟରୁ ୫୨୩୮୦ ଟଙ୍କା ତାଙ୍କ ଅଜାଣତରେ ଲୁଟ୍ ହୋଇଥିବା ଜାଣି ଥାନାରେ ଏତଲା ଦେଇଛନ୍ତି। ଏଥି ନେଇ ଥାନାରେ ମାମଲା ରୁଜୁ ହୋଇ ପୋଲିସ ଘଟଣାର ତଦନ୍ତ ଚଳାଇଛି।
The post ଏଟିଏମ୍ କାର୍ଡ ବଦଳାଇ ଦୁର୍ବୃତ୍ତ ଲୁଟିନେଲେ ଏତିକି ଟଙ୍କା, ପଛରେ ରହି ପିନ୍… appeared first on Dharitri Odia News.