ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା: ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ
କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ) : ଗତ ୨୦୨୪ ନଭେମ୍ବର ୧୦ ତାରିଖ ମଧ୍ୟ ରାତ୍ରୀରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ଗ୍ରାମର ଆରାଧ୍ୟ ଶ୍ରୀଚନ୍ଦ୍ରଶେଖର ମହେଶ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିରରୁ ଟଙ୍କା ଚୋରି ଘଟଣା ରେ ପୋଲିସକୁ ସଫଳତା ମିଳିଛି । ହୁଣ୍ଡି ଭାଙ୍ଗି ଚୋରମାନେ ପ୍ରାୟ ୨୫,୦୦୦ ଟଙ୍କା ଚୋରି କରି ନେଇଯାଇଥିଲେ। ଚୋରମାନଙ୍କୁ ସଦର ଥାନା ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ବାବଦରେ ସଦର […] The post ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା: ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.
କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ) : ଗତ ୨୦୨୪ ନଭେମ୍ବର ୧୦ ତାରିଖ ମଧ୍ୟ ରାତ୍ରୀରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବୋଦାପଳସା ଗ୍ରାମର ଆରାଧ୍ୟ ଶ୍ରୀଚନ୍ଦ୍ରଶେଖର ମହେଶ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିରରୁ ଟଙ୍କା ଚୋରି ଘଟଣା ରେ ପୋଲିସକୁ ସଫଳତା ମିଳିଛି । ହୁଣ୍ଡି ଭାଙ୍ଗି ଚୋରମାନେ ପ୍ରାୟ ୨୫,୦୦୦ ଟଙ୍କା ଚୋରି କରି ନେଇଯାଇଥିଲେ। ଚୋରମାନଙ୍କୁ ସଦର ଥାନା ପୋଲିସ ଧରିବାରେ ସକ୍ଷମ ହୋଇଛି । ଏହି ବାବଦରେ ସଦର ଥାନା ପୋଲିସ କେସ ନମ୍ବର ୫୮୧/୨୦୨୪ ମାମଲା ରୁଜୁ ହୋଇ ତଦନ୍ତ କରି ଚୋରମାନଙ୍କୁ ଧରିବା ଜାରି ରଖିଥିଲେ।
ଗିରଫ ଚୋରମାନେ ହେଲେ ସଦର ଥାନା କେମ୍ପସଡା ଗ୍ରାମର ମଙ୍ଗଳୁ ମହନ୍ତ, ସୁନା ଓରଫ କୁନା ଓରଫ ସୁନାରାମ ମୁଣ୍ଡା, ଉପର କାଠ କରଞ୍ଜିଆ ଗ୍ରାମର ଟୁକୁ ଓରଫ ରବି ଓରଫ ରବୀନ୍ଦ୍ର ମୁଣ୍ଡା ଓ ଠୁଙ୍ଗୁ ଓରଫ ସୁରେଶ ମୁଣ୍ଡା ବୋଲି ପୋଲିସ ସୂଚନା ଦେଇଛି । ସଦର ପୋଲିସର ତଦନ୍ତ ସୂତ୍ରରୁ ଜଣାପଡ଼ିଛି ଯେ, ଉପରୋକ୍ତ ଆସାମୀ ମାନେ ସଦର ଓ ଟାଉନ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନ ରେ ବିଭିନ୍ନ ସମୟରେ ବିଭିନ୍ନ ମନ୍ଦିର, ମାଲିକ ନଥିବା ସମୟରେ ଦୋକାନ ଓ ବାସଗୃହ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି କରିଥିବାର ସନ୍ଧାନ ପାଇଛି । ସେମାନେ ସଦର ଥନାର ବିଭିନ୍ନ କେସ୍ରେ ସମ୍ପୃକ୍ତ ଥିବାର ପୋଲିସ ପାଖରେ ପ୍ରମାଣ ମିଳିଛି। ଉପାରୋକ୍ତ ଦୃର୍ବୁତ୍ତମାନେ ଦିନ ବେଳେ ବିଭିନ୍ନ ଜାଗାରେ ବୁଲି ବୁଲି ଖବର ସଂଗ୍ରହ କରନ୍ତି ଓ ରାତ୍ରୀ ସମୟ କିମା ନିଛାଟିଆର ସୁଯୋଗ ନେଇ ଘର, ମନ୍ଦିର ଓ ଦୋକାନରୁ ଚୋରି କରନ୍ତି ବୋଲି ଥାନା ଅଧିକାରୀ ଅମିତ କୁମାର ଭୂୟାଁ ଜଣାଇଛନ୍ତି। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l
The post ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ଘଟଣା: ୪ ଅଭିଯୁକ୍ତଙ୍କୁ ଧରିଲା ପୋଲିସ appeared first on Dharitri Odia News.