ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର

ବ୍ରହ୍ମପୁର, ୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗାର୍ଡବିହୀନ ଏଟିଏମ୍‌ କାଉଣ୍ଟରରେ ସହାୟତା କରିବା ଆଳରେ ଚଞ୍ଚକତା କରି ଜଣେ ଯୁବକ ଏଟିଏମ୍‌ କାର୍ଡ ବଦଳାଇ ପରେ ୫୫ହଜାର ଟଙ୍କା ଠକେଇ ହୋଇଥିବା ନେଇ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ନୀଳାଦ୍ରି ବିହାର ୪ର୍ଥ ସାରଣୀରେ ରହୁଥିବା ଦେବେନ୍ଦ୍ର କୁମାର ପରିଡ଼ା ଠକେଇର ଶିକାର ହୋଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩୧୮/୨୪ରେ ଏକ ମାମଲା ରୁଜୁ କରିଛି। ପୋଲିସ ଏଟିଏମ୍‌ […] The post ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର appeared first on Dharitri Odia News.

ଏଟିଏମ୍‌ କାର୍ଡ ବଦଳାଇ  ନେଇଗଲେ ୫୫ହଜାର

ବ୍ରହ୍ମପୁର, ୩।୧୧(ସୁବାସ ଚନ୍ଦ୍ର ପାଢ଼ୀ): ସହରରେ ଲୁଟେରା ସକ୍ରିୟ ହେବାରେ ଲାଗିଛନ୍ତି। ଗାର୍ଡବିହୀନ ଏଟିଏମ୍‌ କାଉଣ୍ଟରରେ ସହାୟତା କରିବା ଆଳରେ ଚଞ୍ଚକତା କରି ଜଣେ ଯୁବକ ଏଟିଏମ୍‌ କାର୍ଡ ବଦଳାଇ ପରେ ୫୫ହଜାର ଟଙ୍କା ଠକେଇ ହୋଇଥିବା ନେଇ ଟାଉନ ଥାନାରେ ଏକ ଅଭିଯୋଗ ହୋଇଛି। ନୀଳାଦ୍ରି ବିହାର ୪ର୍ଥ ସାରଣୀରେ ରହୁଥିବା ଦେବେନ୍ଦ୍ର କୁମାର ପରିଡ଼ା ଠକେଇର ଶିକାର ହୋଇଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ୩୧୮/୨୪ରେ ଏକ ମାମଲା ରୁଜୁ କରିଛି। ପୋଲିସ ଏଟିଏମ୍‌ କାଉଣ୍ଟରରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରି ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ କରୁଛି। ଗତ ୩୦ ତାରିଖରେ ଦେବେନ୍ଦ୍ର ନୀଳାଦ୍ରି ବିହାରସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସେଠାରେ ସେ ନିଜର ଏଟିଏମ୍‌ କାର୍ଡ ସ୍ବାଇପ୍‌ କରିଥିବା ବେଳେ କୌଣସି କାରଣବଶତଃ ଟଙ୍କା ଆସି ନ ଥିଲା। ସେ ବିବ୍ରତ ଥିବା ଦେଖି ଉକ୍ତ କାଉଣ୍ଟରରେ ତାଙ୍କ ପଛରେ ଠିଆ ହୋଇ ସବୁକିଛି ଦେଖୁଥିବା ଜଣେ ଯୁବକ ତାଙ୍କୁ ସାହାଯ୍ୟ କରିବାର ଛଳନା କରି ତାଙ୍କଠାରୁ ଏଟିଏମ୍‌ କାର୍ଡ ନେଇ ପରେ କାର୍ଡ ବଦଳାଇ ଦେଇଥିଲେ। ସେଠାରୁ ଟଙ୍କା ନ ପାଇ ଦେବେନ୍ଦ୍ର ଘରକୁ ଫେରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲକୁ ବ୍ୟାଙ୍କ୍‌ରୁ ଗେଟବଜ଼ାର ଷ୍ଟେ୍‌ଟବ୍ୟାଙ୍କ ଏଟିଏମରୁ ୪୦ହଜାର ଟଙ୍କା ଏବଂ ଗଞ୍ଜାମ କାର୍ଗିଲ ଶହୀଦ ଏନ.କେ. ଏସ୍‌ଆରରୁ ୧୫ ହଜାର ଟଙ୍କା ଉଠାଣ କରିଥିବା ନେଇ ଦୁଇଟି ମ୍ୟାସେଜ୍‌ ଆସିଥିଲା। ସେ ଆଶ୍ଚର୍ଯ୍ୟ ହେବା ସହ ବ୍ୟାଙ୍କକୁ ଯାଇ ମ୍ୟାନେଜରଙ୍କ ସହ କଥା ହୋଇଥିଲେ। ଠକେଇର ଶିକାର ହୋଇଥିବା ଜାଣି ଦେବେନ୍ଦ୍ର ଥାନାରେ
ଅଭିଯୋଗ କରିଛନ୍ତି।

The post ଏଟିଏମ୍‌ କାର୍ଡ ବଦଳାଇ ନେଇଗଲେ ୫୫ହଜାର appeared first on Dharitri Odia News.