ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ

ଭିଣ୍ଡ,୨୭।୧: ଦେଶର ଅନେକ ସ୍ଥାନରେ ମହାବୀର ହନୁମାନଙ୍କ ମନ୍ଦିର ରହିଛି। ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ। ଦୁଷ୍ଟଶତ୍ରୁ ହେଉ କି ଭୂତ ପିଶାଚ ଆସୁରିକ ପ୍ରବୃତ୍ତି କେହି ବି ହନୁମାନଙ୍କ ନାଁ ଧରିଲେ ପାଖ ମାଡନ୍ତିନି। ତେବେ ମଧ୍ୟପ୍ରଦେଶର ଭିଣ୍ଡରେ କଣ୍ଡୁବା ଧାମ ନାମକ ଏପରି ଏକ ହନୁମାନ ମନ୍ଦିର ରହିଛି। ଯେଉଁଠି ସେ ହନୁମାନଜୀ ନିଜେ ଡାକ୍ତର ହୋଇ ଚିକିତ୍ସା କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ […] The post ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ appeared first on Dharitri Odia News.

ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ

ଭିଣ୍ଡ,୨୭।୧: ଦେଶର ଅନେକ ସ୍ଥାନରେ ମହାବୀର ହନୁମାନଙ୍କ ମନ୍ଦିର ରହିଛି। ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ। ଦୁଷ୍ଟଶତ୍ରୁ ହେଉ କି ଭୂତ ପିଶାଚ ଆସୁରିକ ପ୍ରବୃତ୍ତି କେହି ବି ହନୁମାନଙ୍କ ନାଁ ଧରିଲେ ପାଖ ମାଡନ୍ତିନି। ତେବେ ମଧ୍ୟପ୍ରଦେଶର ଭିଣ୍ଡରେ କଣ୍ଡୁବା ଧାମ ନାମକ ଏପରି ଏକ ହନୁମାନ ମନ୍ଦିର ରହିଛି। ଯେଉଁଠି ସେ ହନୁମାନଜୀ ନିଜେ ଡାକ୍ତର ହୋଇ ଚିକିତ୍ସା କରୁଛନ୍ତି।

How did Hanuman ji get the title of doctor in Dandraua Dham | दंदरौआ धाम के हनुमान जी को कैसे मिली डॉक्टर की उपाधि | Patrika News

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏହି ମନ୍ଦିରୁ ଦୂର ଦୂରାନ୍ତରକୁ ଲୋକ ଧାଇଁ ଆସନ୍ତି। କ୍ୟାନସର ରୋଗ ଠାରୁ ଆରମ୍ଭ କରି ମାରାତ୍ମକ ରୋଗ ଯାଏଁ ଭଲ କରିବାକୁ ଭକ୍ତ ଏଠାକୁ ଆସିଥାନ୍ତି। କାରଣ ଏଠାରେ ହନୁମାନ, ଡାକ୍ତର ବଜରଙ୍ଗବଲୀ ଭାବରେ ପୂଜା ପାଉଛନ୍ତି। ଏବଂ ତାଙ୍କ ମନ୍ଦିର ହନୁମାନ କ୍ଲିନିକ ଭାବରେ ଜଣାଶୁଣା।

इस मंदिर में डॉक्टर बनकर रोगियों का इलाज करते हैं हनुमान जी | Hindi News | Live News in Hindi | ताजा हिंदी खबरें

ମନ୍ଦିର ପୁରୋହିତ ଓ ସ୍ଥାନୀୟ ଭକ୍ତଙ୍କ ଅନୁସାରେ ନାନା ଦୁରାରୋଗ୍ୟ ହୋଇଥିଲେ ଯଦି ଆପଣ ଦାଣ୍ଡୁରା ଧାମ ଆସି ବଜରଙ୍ଗବଲୀଙ୍କୁ ଦର୍ଶନ କରୁଛନ୍ତି ତେବେ ତାହା ଦର୍ଶନ ମାତ୍ରେ ଭଲ ହୋଇଯିବ। ପ୍ରାୟତଃ ଏଠାକୁ କ୍ୟାନସର ରୋଗୀ ଆସିଥାନ୍ତି। ହନୁମାନଙ୍କ ଚରଣସ୍ପର୍ଶ ପାଣି ପିଇ ସେମାନଙ୍କ କ୍ୟାନସର ଭଲ ହୋଇଯାଏ ବୋଲି ବିଶ୍ୱାସ ରହିଛି।

Doctor Hanuman Ji: इस मंदिर में हनुमान जी करते है अपने भक्तों का इलाज

ଯଦି ଆପଣ ଡାକ୍ତର ବଜରଙ୍ଗବଲୀଙ୍କୁ କ୍ରମାଗତ ୫ଟି ମଙ୍ଗଳବାର ଧ୍ୟାନ କରନ୍ତି ଓ ତାଙ୍କ ଚରଣପାଦୁକା ପିଅନ୍ତି ତେବେ କ୍ୟାନସର ଭଳି ମାରାତ୍ମକ ରୋଗ ଭଲ ହୋଇଯାଇଥାଏ। ବିଶ୍ୱାସ ଅଛି କି, ବହୁ ପୁରାତନ କାଳରେ ହନୁମାନଜୀ ନିଜେ ଡାକ୍ତର ଭାବେ ଆସି ରୋଗୀଙ୍କ ଶୁଶ୍ରୁଷା କରୁଥିଲେ। ସେବେଠାରୁ ତାଙ୍କୁ ନେଇ ମନ୍ଦିର ରୂପି ଏହି କ୍ଲିନିକ ରହିଛି।

The post ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ appeared first on Dharitri Odia News.