ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌

ଭୁବନେଶ୍ୱର,୧୬।୬ (ଶର୍ମିଷ୍ଠା ପାଣିଗ୍ରାହୀ)କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ୍‌ ପୁରସ୍କାର – ୨୦୨୪ ଶନିବାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ଯୁବ କଥାକାର ସଞ୍ଜୟ ପଣ୍ଡା ‘ଯୁବ ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ‘ବାଲ ପୁରସ୍କାର’ ପାଇଁ ଶିଶୁ ସାହିତି୍ୟକ ମାନସ ରଞ୍ଜନ ସାମଲ ମନୋନୀତ ହୋଇଛନ୍ତି। ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ […] The post ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌ appeared first on Dharitri Odia News.

ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌

ଭୁବନେଶ୍ୱର,୧୬।୬ (ଶର୍ମିଷ୍ଠା ପାଣିଗ୍ରାହୀ)କେନ୍ଦ୍ର ସାହିତ୍ୟ ଏକାଡେମୀର ଯୁବ ଓ ବାଲ୍‌ ପୁରସ୍କାର – ୨୦୨୪ ଶନିବାର ଘୋଷଣା କରାଯାଇଛି। ଓଡ଼ିଆ ଭାଷାରେ ଯୁବ କଥାକାର ସଞ୍ଜୟ ପଣ୍ଡା ‘ଯୁବ ପୁରସ୍କାର’ ପାଇବା ପାଇଁ ମନୋନୀତ ହୋଇଛନ୍ତି। ତାଙ୍କ ଗଳ୍ପ ପୁସ୍ତକ ‘ହୁ ବାଇଆ’ ପାଇଁ ସେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ‘ବାଲ ପୁରସ୍କାର’ ପାଇଁ ଶିଶୁ ସାହିତି୍ୟକ ମାନସ ରଞ୍ଜନ ସାମଲ ମନୋନୀତ ହୋଇଛନ୍ତି। ତାଙ୍କ ପୁସ୍ତକ ‘ଗପ କଳିକା’ ପାଇଁ ସେ ଏହି ପୁରସ୍କାର ପାଇବେ। ପୁରସ୍କାର ସ୍ବରୂପ ନଗଦ ୫୦ହଜାର ଟଙ୍କାର ଅର୍ଥରାଶି ସହିତ ତମ୍ବା ଫଳକ ପ୍ରଦାନ କରାଯିବ। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ସଞ୍ଜୟଙ୍କୁ ଯୁବ, …
ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ଏକାଡେମୀ ପକ୍ଷରୁ ଗୁଜରାଟର ନର୍ମଦା ଜିଲାରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟନିର୍ବାହୀ ବୈଠକରେ ମୋଟ ୨୩ଟି ଭାଷା ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ତେବେ ସଂସ୍କୃତ ଭାଷା ପାଇଁ ପରବର୍ତ୍ତୀ ସମୟରେ ପୁରସ୍କାର ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ଓଡ଼ିଆ ଭାଷାର ଉପଦେଷ୍ଟା ମଣ୍ଡଳୀ ଆବାହକ ଡ. ଗୌରହରି ଦାସ, ସଭାପତି ମାଧବ କୌଶିକ, ଉପସଭାପତି କୁମୁଦ ଶର୍ମା, କାର୍ଯ୍ୟନିର୍ବାହୀ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍‌ ପୁରସ୍କାର ପାଇବା ପରେ ସାହିତି୍ୟକ ମାନସ କହିଛନ୍ତି, ପୁରସ୍କାର ଯେକୌଣସି ଲେଖକ ପାଇଁ ଏକ ବଡ଼ ଉପଲବ୍ଧି। ତାହା ଲେଖକର ଆତ୍ମବିଶ୍ୱାସ ବଢ଼ାଇବା ସଙ୍ଗେସଙ୍ଗେ ଖୁସି ଓ ଆନନ୍ଦ ଆଣିଦେଇଥାଏ। ସମ୍ମାନ, ପୁରସ୍କାର ସାରସ୍ବତ ସ୍ରଷ୍ଟାଙ୍କୁ ନୂଆ ସୃଷ୍ଟି ପାଇଁ ପ୍ରୋତ୍ସାହନ ଦେଇଥାଏ। ସେମାନେ ଅଧିକ ଦାୟିତ୍ୱସମ୍ପନ୍ନ ହୋଇ ସାହିତ୍ୟ ରଚନା କରିଥାନ୍ତି, ଯାହା ମୋ କ୍ଷେତ୍ରରେ ମଧ୍ୟ ପ୍ରଯୁଜ୍ୟ। ଯାଜପୁର ଜିଲା ସିଂହପୁରଠାରେ ଜନ୍ମଗ୍ରହଣ କରିଥିବା ମାନସ ଦୀର୍ଘ ୪୦ ବର୍ଷ ଧରି ସାହିତ୍ୟ କ୍ଷେତ୍ରରେ ରଚନା ଜାରି ରଖିଛନ୍ତି। ସେ ନ୍ୟାଶନାଲ୍‌ ବୁକ୍‌ ଟ୍ରଷ୍ଟ ଓ ଇଣ୍ଡିଆ ଓଡ଼ିଆ ଭାଷା ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ଅଛନ୍ତି। ୩୭ ବର୍ଷ ଧରି ସେ ଝୁମୁକା ପତ୍ରିକାର ସମ୍ପାଦକ ରହିଛନ୍ତି। ‘ମନଛୁଆଁ ଗୀତ’ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କବିତା ପୁସ୍ତକ ‘ମହତ ସହିବା ଜନ’ ପାଇଁ ଭାରତ ସରକାରଙ୍କ ଏନ୍‌ସିଇଆର୍‌ଟିର ଜାତୀୟ ପୁରସ୍କାର, କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ପକ୍ଷରୁ ଶ୍ରେଷ୍ଠ ଶିଶୁ ସାହିତି୍ୟକ ଭାବେ ସମ୍ବର୍ଦ୍ଧନା ସମେତ କାଦମ୍ବିନୀ କୁନିକଥା ଶିଶୁ ସାହିତ୍ୟ ପୁରସ୍କାର, ରାଜଧାନୀ ପୁସ୍ତକମେଳା ପୁରସ୍କାର ଭଳି ୪୦ରୁ ଊର୍ଦ୍ଧ୍ୱ ପୁରସ୍କାର ଓ ସମ୍ମାନ ସେ ପାଇଛନ୍ତି। ଏଥିସହ ୨୦ରୁ ଊର୍ଦ୍ଧ୍ୱ ମୌଳିକ ପୁସ୍ତକ ରଚନା କରିଥିବା ବେଳେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଭାରତୀୟ ଭାଷା ଓ କେନ୍ଦ୍ରୀୟ ସଂସ୍ଥାନ ମହୀଶୂରର ପ୍ରକଳ୍ପ ଅଧୀନରେ ୨୫୦ରୁ ଊର୍ଦ୍ଧ୍ୱ ଶିଶୁସାହିତ୍ୟ ଗଳ୍ପ ପୁସ୍ତକ ଇଂଲିଶରୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି।
ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଁ ମନୋନୀତ ହେବା ପରେ ସଞ୍ଜୟ କହିଛନ୍ତି, ମୁଁ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ପ୍ରଥମ ଗଳ୍ପ ଲେଖିଥିଲି, ଯାହାକୁ ସାଇତି ରଖିପାରି ନ ଥିଲି । ତା’ପରେ ଅନେକ ଗଳ୍ପ ଲେଖିଥିଲେ ବି ପ୍ରଥମ ଗଳ୍ପର କାହାଣୀଟି ମୋର ଭଲଭାବରେ ମନେ ରହିଯାଇଥିଲା। ସ୍ନାତକ ପ୍ରଥମ ବର୍ଷରେ ପଢ଼ିବା ବେଳେ କଲେଜ ଗଳ୍ପ ଲିଖନ ପ୍ରତିଯୋଗିତାରେ ସମାନ କାହାଣୀରେ ଗଳ୍ପଟିଏ ଲେଖି ପ୍ରଥମ ହୋଇଥିଲି ଓ ଅନେକ ପ୍ରଶଂସା ପାଇଥିଲି। ଶୀର୍ଷକ ଥିଲା ‘ସନ୍ଦେହ ଜଙ୍ଗଲରେ ପ୍ରବାସୀ ମଣିଷ’। ଏହି ଭଲପାଇବାରେ ଉତ୍ସାହିତ ହୋଇ ମୁଁ ଲେଖାଲେଖି ପ୍ରତି ମନ ବଳାଇଲି। ମୋର ନିଜ ଆତ୍ମବିଶ୍ବାସ ହିଁ ଅଧିକରୁ ଅଧିକ ପ୍ରେରଣା ଯୋଗାଇଲା। ଯେହେତୁ ଗଳ୍ପ ମାଧ୍ୟମରେ ନିଜ ଭାବାବେଗକୁ ଭଲଭାବରେ ବ୍ୟକ୍ତ କରିପାରୁଥିଲି, ତେଣୁ ବିଶେଷ କରି ଗଳ୍ପ ଦୁନିଆରେ ପାଦଦେଲି। ବାଲେଶ୍ୱର ଜିଲା କୁରୁଡ଼ାରେ ଜନ୍ମିତ ସଞ୍ଜୟ ବୃତ୍ତିରେ ଜଣେ ଶିକ୍ଷକ। ସେ ଟାଇମ୍‌ପାସ୍‌ ଉଦୟରାଗ ସମ୍ମାନ, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ନବଉନ୍ମେଷ ପୁରସ୍କାର, ଫକୀରମୋହନ ବିଶ୍ବବିଦ୍ୟାଳୟ ଯୁବ ଗାଳ୍ପିକ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଛନ୍ତି। ୨୦୨୧ରେ ‘ହୁ ବାଇଆ’ ପୁସ୍ତକ ପ୍ରକାଶ ପାଇଥିଲା।

The post ସଞ୍ଜୟଙ୍କୁ ଯୁବ, ମାନସଙ୍କୁ ବାଲ୍‌ appeared first on Dharitri Odia News.