ଏଠି ୯୦ ବର୍ଷ ବୟରେ ପିତା ହୋଇପାରନ୍ତି ପୁରୁଷ
ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ଏମିତି ସୁନ୍ଦର ନାରୀଟିଏ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ଜାଗା ଅଛି, ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ୩୦ କିମ୍ବା ୪୦ ବର୍ଷ ବୟସର ଲାଗିଥା’ନ୍ତି। ପାକିସ୍ତାନର ଏହି ମହିଳାମାନଙ୍କୁ ବିଶ୍ୱର ସବୁଠୁ ସୁନ୍ଦରୀ ବୋଲି କୁହାଯାଇଥାଏ। ଯେଉଁଠି ବୃଦ୍ଧା ତରୁଣୀ ଦେଖାଯା’ନ୍ତି […] The post ଏଠି ୯୦ ବର୍ଷ ବୟରେ ପିତା ହୋଇପାରନ୍ତି ପୁରୁଷ appeared first on Dharitri Odia News.
ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ଏମିତି ସୁନ୍ଦର ନାରୀଟିଏ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ ଫିକା ପଡ଼ିିଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପାକିସ୍ତାନରେ ଏପରି ଏକ ଜାଗା ଅଛି, ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ୩୦ କିମ୍ବା ୪୦ ବର୍ଷ ବୟସର ଲାଗିଥା’ନ୍ତି। ପାକିସ୍ତାନର ଏହି ମହିଳାମାନଙ୍କୁ ବିଶ୍ୱର ସବୁଠୁ ସୁନ୍ଦରୀ ବୋଲି କୁହାଯାଇଥାଏ। ଯେଉଁଠି ବୃଦ୍ଧା ତରୁଣୀ ଦେଖାଯା’ନ୍ତି ଏବଂ ପୁରୁଷମାନେ ୯୦ ବର୍ଷରେ ମଧ୍ୟ ବାପା ହୋଇଥାଆନ୍ତି।
ଏହି ଘଟଣା ହେଉଛି ଉତ୍ତର ପାକିସ୍ତାନର ହୁଞ୍ଜା ସମୁଦାୟର। କାରାକୋରମ ପର୍ବତରେ ରହୁଥିବା ହୁଞ୍ଜା ଘାଟି ଲୋକ ୧୨୦ ବର୍ଷ ବଞ୍ଚିଥାଆନ୍ତି। ସେମାନଙ୍କୁ ବୃଷୋ ବୋଲି କୁହାଯାଏ। କାରଣ ସେମାନେ ବୃଷକି ଭାଷାରେ କଥା ହୋଇଥାନ୍ତି। କୁହାଯାଏ, ସେମାନେ ଆଲେକଜାଣ୍ଡାରଙ୍କ ବଂଶଜ। ଏମାନେ ପାକିସ୍ତାନର ଅନ୍ୟ ସମୁଦାୟଗୁଡିକଠାରୁ ଅଧିକ ଶିକ୍ଷିତ ହୋଇଥା’ନ୍ତି। ହୁଞ୍ଜା ଘାଟିରେ ୪୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏମାନେ ବାସ କରୁଥିବା ବେଳେ ମୁସଲମାନ ଧର୍ମାବଲମ୍ବୀ ହୋଇଥା’ନ୍ତି। ଏହି ସମୁଦାୟ ଉପରେ ଅନେକ ବହି ଲେଖାଯାଇଥିବା ବେଳେ ଏହି ସ୍ଥାନ ଏକ ପର୍ଯ୍ୟଟନସ୍ଥଳୀ ଭାବେ ବେଶ ପରିଚିତ।
ଏମାନେ ଶାରୀରିକ, ମାନସିକସ୍ତରରେ ମଧ୍ୟ ମଜଭୁତ ହୋଇଥା’ନ୍ତି। କୁହାଯାଏ, ଏହି ଲୋକଙ୍କ ଜୀବନଶୈଳୀ ସେମାନଙ୍କ ଲମ୍ବା ବୟସର ରାଜ ହୋଇଥାଏ। ଏମାନେ ସବୁଦିନ ସକାଳ ୫ଟାରେ ଉଠିଥା’ନ୍ତି। ପୁଣି ଅଧିକ ଚାଲିବା ସହ ଗାଡି, ସାଇକେଲର ବ୍ୟବହାର ବହୁତ କମ କରିଥା’ନ୍ତି। ଉକ୍ତ ସମୁଦାୟର ଲୋକେ ଦିନକୁ ଦୁଇଥର ଖାଇଥା’ନ୍ତି। ଖରାବେଳେ ଓ ରାତିରେ। ସେମାନଙ୍କ ଖାଦ୍ୟ ମଧ୍ୟ ସ୍ବାସ୍ଥ୍ୟକର ହୋଇଥାଏ। ଏମାନେ କ୍ୱଚିତ ପର୍ବପର୍ବାଣିରେ ମାଂସ ଖାଇଥାନ୍ତି।
The post ଏଠି ୯୦ ବର୍ଷ ବୟରେ ପିତା ହୋଇପାରନ୍ତି ପୁରୁଷ appeared first on Dharitri Odia News.