ଏଣିକି ଆମାଜନରେ ମଧ୍ୟ ମିଳିବ ଏହି ଇ-ବାଇକ୍, ଥରେ ଚାର୍ଜ କଲେ ଯିବ ୧୭୫ କି.ମି.

ନୂଆଦିଲ୍ଲୀ : ଭାରତର ଘରୋଇ ଇଲେକ୍ଟ୍ରିକ୍ ମୋଟରସାଇକେଲ କମ୍ପାନୀ ଓବେନ୍ ଇଲେକ୍ଟ୍ରିକ୍ ନିଜ ଲୋକପ୍ରିୟ ସିଟି କମ୍ୟୁଟର ଇଲେକ୍ଟ୍ରିକ୍ ବାଇକ୍ Rorr EZକୁ ଏବେ ଆମାଜନରେ ଉପଲବ୍ଧ କରାଇଦେଇଛି । କମ୍ପାନୀ ଇ-ପ୍ଲାଟଫର୍ମ ମାଧ୍ୟମରେ ନିଜ ନେଟଓ୍ବର୍କକୁ ବିସ୍ତାର କରିବାକୁ ଚାହୁଁଛି । ଏବେ ଏହି ବାଇକର ବୁକିଂ ଆମାଜନରେ ଆରମ୍ଭ ହୋଇଯାଇଛି । ପୂର୍ବ ମଡେଲର ଦାମ୍ ୧,୧୯,୯୯୯ ଟଙ୍କା କିନ୍ତୁ ଦ୍ବିତୀୟ ମଡେଲର ଦାମ୍ ୧,୨୯,୯୯୯ ଟଙ୍କା । ଏହି ଦାମରେ ୨୦ ହଜାର […]

ଏଣିକି ଆମାଜନରେ ମଧ୍ୟ ମିଳିବ ଏହି ଇ-ବାଇକ୍, ଥରେ ଚାର୍ଜ କଲେ ଯିବ ୧୭୫ କି.ମି.

ନୂଆଦିଲ୍ଲୀ : ଭାରତର ଘରୋଇ ଇଲେକ୍ଟ୍ରିକ୍ ମୋଟରସାଇକେଲ କମ୍ପାନୀ ଓବେନ୍ ଇଲେକ୍ଟ୍ରିକ୍ ନିଜ ଲୋକପ୍ରିୟ ସିଟି କମ୍ୟୁଟର ଇଲେକ୍ଟ୍ରିକ୍ ବାଇକ୍ Rorr EZକୁ ଏବେ ଆମାଜନରେ ଉପଲବ୍ଧ କରାଇଦେଇଛି । କମ୍ପାନୀ ଇ-ପ୍ଲାଟଫର୍ମ ମାଧ୍ୟମରେ ନିଜ ନେଟଓ୍ବର୍କକୁ ବିସ୍ତାର କରିବାକୁ ଚାହୁଁଛି ।

ଏବେ ଏହି ବାଇକର ବୁକିଂ ଆମାଜନରେ ଆରମ୍ଭ ହୋଇଯାଇଛି । ପୂର୍ବ ମଡେଲର ଦାମ୍ ୧,୧୯,୯୯୯ ଟଙ୍କା କିନ୍ତୁ ଦ୍ବିତୀୟ ମଡେଲର ଦାମ୍ ୧,୨୯,୯୯୯ ଟଙ୍କା । ଏହି ଦାମରେ ୨୦ ହଜାର ଟଙ୍କାର ରିହାତି ସାମିଲ ଅଚି । ଆମାଜନ ସହିତ ପାର୍ଟନରସିପରେ ଓବେନ୍ ଇଲେକ୍ଟ୍ରିକ୍ ନିଜ ସେହି ଗ୍ରାହକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବ ଯେଉଁମାନେ ଡିଜିଟାଲ ପ୍ରକ୍ରିୟାରେ କ୍ରୟ କରିବାକୁ ପସନ୍ଦ କରନ୍ତି ।

ଏହାର ସର୍ବାଧିକ ସ୍ପିଡ୍ ୯୫ କିଲୋମିଟର ପ୍ରତି ଘଣ୍ଟା । ଏହା ମାତ୍ର ୩.୩ ସେକେଣ୍ଡରେ ଶୂନ୍ୟରୁ ୪୦ କିମି ପ୍ରତି ଘଣ୍ଟା ସ୍ପିଡ୍ ଧରିପାରିବ । ଏଥିରେ ୫୨ ଏନଏମର ଟର୍କ ମିଳିଥାଏ । ଥରେ ଚାର୍ଜ କଲେ ଏଥିରେ ୧୭୫ କିଲୋମିଟର ଯାତ୍ରା କରିହେବ । ସାରା ଦେଶରେ କମ୍ପାନୀ ୫୦ରୁ ଅଧିକ ସହରରେ ଏହାର ୧୫୦ରୁ ଅଧିକ ଶୋରୁମ୍ ଖୋଲିସାରିଛି । ପ୍ରତି ଶୋରୁମରେ ଏକ ଅଲଗା ଭାବେ ସର୍ଭିସ୍ ସେଣ୍ଟର ମଧ୍ୟ ରହିଛି ।