୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର

ଭୁବନେଶ୍ୱର, ୧୫।୩(ତପନ ସ୍ବାଇଁ):ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗୁରୁବାର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶିରେ ପୁରସ୍କୃତ କରାଯାଇଛି। ୨୬୯ ପଦକ ପାଇଁ କୃତ୍ତି କ୍ରୀଡ଼ାବିତଙ୍କୁ ମୋଟ ୫୬ ଲକ୍ଷ ୯୩ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । କଳିଙ୍ଗ ଷ୍ଟାଡ଼ିୟମ ସ୍ଥିତ ଟେନିସ ସେଣ୍ଟର ଅଡ଼ିଟୋରିୟମ୍‌ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ହକି ପ୍ରମୋଶନ କାଉନସିଲ ଅଧକ୍ଷ ଦିଲ୍ଲୀପ […] The post ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର appeared first on Dharitri Odia News.

୨୬୯ ପଦକ ପାଇଁ  ଅର୍ଥରାଶି ପୁରସ୍କାର

ଭୁବନେଶ୍ୱର, ୧୫।୩(ତପନ ସ୍ବାଇଁ):ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଗୁରୁବାର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶିରେ ପୁରସ୍କୃତ କରାଯାଇଛି। ୨୬୯ ପଦକ ପାଇଁ କୃତ୍ତି କ୍ରୀଡ଼ାବିତଙ୍କୁ ମୋଟ ୫୬ ଲକ୍ଷ ୯୩ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । କଳିଙ୍ଗ ଷ୍ଟାଡ଼ିୟମ ସ୍ଥିତ ଟେନିସ ସେଣ୍ଟର ଅଡ଼ିଟୋରିୟମ୍‌ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶା ହକି ପ୍ରମୋଶନ କାଉନସିଲ ଅଧକ୍ଷ ଦିଲ୍ଲୀପ ର୍ତିକୀ କ୍ରୀଡ଼ାବିତ ମାନଙ୍କୁ ଅର୍ଥରାଶି ପ୍ରଦାନ କରିଥିଲେ। ଆଥଲେଟିକ୍ସ, ସୁଇମିଂ, ରଗବୀ, ହକି, ବ୍ୟାଡ଼ମିଣ୍ଟନ, ଟେନିସ, ଭାରୋତ୍ତୋଳନ, ଭଲିବଲ, ବିଚ ଭଲିବଲ, ଶୁଟିଂ, ଯୋଗାସନ ଏବଂ କରାଟେ ଆଦି ମୋଟ ୨୦ଟି ବର୍ଗରେ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ପୁରସ୍କୃତ କରାଯାଇଥିଲା। କ୍ରୀଡ଼ାବିତଙ୍କ ମଧ୍ୟରେ ପ୍ରତ୍ୟାଶା ରାୟ ଖେଲୋ ଇଣ୍ଡିଆ ୟୁନିଭରସିଟି ଗେମ ଏବଂ ଅଲ ଇଣ୍ଡିଆ ଇଣ୍ଟର ୟୁନିଭରସିଟି ଚାମ୍ପିୟନଶିପ୍‌ରେ ସର୍ବାଧିକ ୧୨ଟି ପଦକ ହାସଲ କରି ମୋଟ ୩ଲକ୍ଷ ୮୨ ହଜାର ଟଙ୍କାର ଅର୍ଥରାଶି ପାଇଛନ୍ତି।
ଏଠାରେ ସୂଚନା ଯୋଗ୍ୟ କି ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ କ୍ରୀଡ଼ାରେ ପଦକ ବିଜେତାଙ୍କୁ ଅର୍ଥରାଶି ପ୍ରଦାନର ଏହା ଏକ ଅଂଶ ବିଶେଷ। ୫-ଟି ମନ୍ତ୍ରର ସଠିକ ଅନୁପାଳନ ସହ ପଦକ ବିଜେତାଙ୍କୁ ତତ୍‌କ୍ଷଣାତ ଅର୍ଥ ପୁରସ୍କାର ପ୍ରଦାନକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପାଳନ କରି ଆସିଛି। ପୁରସ୍କାର ବିତରଣ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ, ଓଡ଼ିଶା ହକି ପ୍ରମୋଶନ କାଉନସିଲ ସିଇଓ ଦୀପଙ୍କର ମହାପାତ୍ର ଏବଂ ଓଏସଡି ସିଦ୍ଧାର୍ଥ ଶଙ୍କର ସାହୁଙ୍କ ସମେତ ବିଭାଗୀୟ ଅଧିକାରୀ, କୋଚ ଏବଂ କ୍ରୀଡ଼ାବିତ ମାନେ ଉପସ୍ଥିତ ଥିଲେ।

The post ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର appeared first on Dharitri Odia News.