ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର  ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା ସାହୁ ଏହି ଶିବିରରେ ଭାଗନେଇ ଥିବା ମୋଟ ୧୦୦ ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ଡ.ନକୁଳ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁରର ସୂର୍ଯ୍ୟକାନ୍ତ ବେହେରା ଏବଂ ବରେଣ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡ. […] The post ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ appeared first on Dharitri Odia News.

ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର  ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା ସାହୁ ଏହି ଶିବିରରେ ଭାଗନେଇ ଥିବା ମୋଟ ୧୦୦ ଜଣ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଅଧ୍ୟକ୍ଷ ପ୍ରଫେସର ଡ.ନକୁଳ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁରର ସୂର୍ଯ୍ୟକାନ୍ତ ବେହେରା ଏବଂ ବରେଣ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ମୁଖ୍ୟ ପ୍ରଫେସର ଡ. ଉମେଶ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ। ଆତ୍ମରକ୍ଷା ତାଲିମ ଶିବିରର ସଂଯୋଜିକା ସହକାରୀ ପ୍ରଫେସର ଡ. ପୁଷ୍ପିତାରାଣୀ ବେହେରାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଉଦ୍‌ଯାପନୀ ଉତ୍ସବକୁ ଇତିହାସ ବିଭାଗର ଅଧ୍ୟାପକ କ୍ରିଷକାନ୍ତ ଲାହାଙ୍ଗୀର ସଂଯୋଜନା କରିଥିଲେ ।

The post ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ appeared first on Dharitri Odia News.