ଏଣିକି ବନ୍ୟପ୍ରାଣୀଙ୍କ ସହ ଫଟୋ-ଭିଡିଓ ପୋଷ୍ଟ କଲେ ବନ୍ଧା ହେବେ, ହୋଇପାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଭୁବନେଶ୍ୱର, ୧୫।୩(ଅସମାପିକା ସାହୁ) -ସୋସିଆଲ ମିଡିଆରେ ସଂରକ୍ଷିତ ବନ୍ୟପ୍ରାଣୀ (ଜୀବିତ, ମୃତ ବା ଅଙ୍ଗପ୍ରତ୍ୟଙ୍ଗ)ଙ୍କ ସହିତ ଫଟୋ ଉଠାଇ ପୋଷ୍ଟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଉଭୟ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ରହୁଥିବାରୁ ରାଜ୍ୟ ବନ ବିଭାଗ ପକ୍ଷରୁ ଏହା ଉପରେ କଟକଣା ଲଗାଯାଇଛି। ଏଭଳି ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଡ଼ିଶା ପିସିସିଏଫ୍‌(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ ଆଦେଶ […] The post ଏଣିକି ବନ୍ୟପ୍ରାଣୀଙ୍କ ସହ ଫଟୋ-ଭିଡିଓ ପୋଷ୍ଟ କଲେ ବନ୍ଧା ହେବେ, ହୋଇପାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ appeared first on Dharitri Odia News.

ଏଣିକି ବନ୍ୟପ୍ରାଣୀଙ୍କ ସହ ଫଟୋ-ଭିଡିଓ ପୋଷ୍ଟ କଲେ ବନ୍ଧା ହେବେ, ହୋଇପାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌

ଭୁବନେଶ୍ୱର, ୧୫।୩(ଅସମାପିକା ସାହୁ) -ସୋସିଆଲ ମିଡିଆରେ ସଂରକ୍ଷିତ ବନ୍ୟପ୍ରାଣୀ (ଜୀବିତ, ମୃତ ବା ଅଙ୍ଗପ୍ରତ୍ୟଙ୍ଗ)ଙ୍କ ସହିତ ଫଟୋ ଉଠାଇ ପୋଷ୍ଟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ଉଭୟ ମଣିଷ ଓ ବନ୍ୟପ୍ରାଣୀଙ୍କ ଜୀବନ ପ୍ରତି ବିପଦ ସମ୍ଭାବନା ରହୁଥିବାରୁ ରାଜ୍ୟ ବନ ବିଭାଗ ପକ୍ଷରୁ ଏହା ଉପରେ କଟକଣା ଲଗାଯାଇଛି। ଏଭଳି ପୋଷ୍ଟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଓଡ଼ିଶା ପିସିସିଏଫ୍‌(ବନ୍ୟପ୍ରାଣୀ) ତଥା ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସୁଶାନ୍ତ ନନ୍ଦ ଆଦେଶ ଜାରି କରିଛନ୍ତି। ଏ ନେଇ ରାଜ୍ୟ ବନ୍ୟପ୍ରାଣୀ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ରାଜ୍ୟର ସମସ୍ତ ବନଖଣ୍ଡ ଅଧିକାରୀ, ଶିମିଳିପାଳ ଏବଂ ନନ୍ଦନକାନନ ଉପନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଏହା ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ର ଧାରା ୯ର ଉଲ୍ଲଂଘନ ହେଉଛି। ସେହିପରି ବନ୍ୟପ୍ରାଣୀଙ୍କ ମୃତ ଶରୀର ବା ଅଙ୍ଗପ୍ରତ୍ୟଙ୍ଗ ସହିତ ଫଟୋ/ଭିଡିଓ କଲେ ଧାରା ୩୯ର ଅବମାନନା କରାଯାଉଛି। ଏଥିପାଇଁ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି। ଦେଶର ଆଇନକାନୁନ୍‌କୁ ଜଳାଞ୍ଜଳି ଦେଇ ଯିଏ ବେଆଇନ କାମ କରି ପ୍ରସିଦ୍ଧ ହେବାକୁ ଚାହୁଁଥିବ, ସେଭଳି ଲୋକଙ୍କୁ ଗିରଫ ଓ କୋର୍ଟ ଚାଲାଣ କରି ଅଧିକ ଫେମସ କରିବା ପାଇଁ ପିସିସିଏଫ୍‌ ଆହ୍ବାନ ଦେଇଛନ୍ତି। ଏଥିସହ ଏହି ବନ୍ୟପ୍ରାଣୀ ଆଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

The post ଏଣିକି ବନ୍ୟପ୍ରାଣୀଙ୍କ ସହ ଫଟୋ-ଭିଡିଓ ପୋଷ୍ଟ କଲେ ବନ୍ଧା ହେବେ, ହୋଇପାରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ appeared first on Dharitri Odia News.